Get Updates
Get notified of breaking news, exclusive insights, and must-see stories!

ଆଜି ଦ୍ୱିତୀୟ କ୍ୱାଲିଫାୟାର : ମୁହାଁମୁହିଁ ହେବେ ଦିଲ୍ଲୀ ଓ ହାଇଦ୍ରାବାଦ୍

ଆଜି ଦ୍ୱିତୀୟ କ୍ୱାଲିଫାୟାର :ମୁହାଁମୁହିଁ ହେବେ ଦିଲ୍ଲୀ ଓ ହାଇଦ୍ରାବାଦ୍

ଆବୁଧାବି : ଆଇପିଏଲର 13 ତମ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟାର ଆଜି ଖେଳାଯିବ । ଅସ୍ଥିରମନା ଦିଲ୍ଲୀ ସହ ମୁହାଁମହିଁ ହେବ ସ୍ଥିର ହାଇଦ୍ରାବାଦ୍ । ଗତବର୍ଷର ଚାମ୍ପିୟନ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ନେତୃତାଧିନ ସନରାଇର୍ଜସ ହାଇଦ୍ରାବାଦ ସହ ପ୍ରଥମ ଥର ଫାଇନାଲ ଖେଳିବା ଲକ୍ଷ ନେଇ ପଡିଆକୁ ଓହ୍ଲାଇବା ଶ୍ରେୟାସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ଲେଅଫରେ ପହଞ୍ଚିବା ଲାଗି ସନରାଇର୍ଜସକୁ ତିନୋଟି ମ୍ୟାଚ୍ ଜିତିବାକୁ ଥିବା ବେଳେ ସେ ସମସ୍ତ ମ୍ୟାଚ୍ ଜିତିଥିଲା । ସେହିପରି ଏଲିମିନେଟର୍ ରେ ବିରାଟ କୋହାଲୀଙ୍କ ନେତୃତ୍ୱାଧିନ ରୟାଲ ଚାଲେର୍ଜସକୁ ମଧ୍ୟ ହରାଇଥିଲା ହାଇଦ୍ରାବାଦ୍ । ରିଧିମନ ଶାହା ଓ ଜେସନ ହୋଲ୍ଡର ଦଳକୁ ଫେରିବା ପରେ ଦଳ ଅଧିକ ଶକ୍ତିଶାଳୀ ହୋଇଛି ।

ଆଇପିଏଲ 2020

ସେହିପରି ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର, ମନୀଷ ପାଣ୍ଡେ ଓ କେନ୍ ଓ୍ୱିଲିୟମ୍ସ ଭଲ ଫର୍ମରେ ଅଛନ୍ତି । ଅଲରାଉଣ୍ଡର ଭାବରେ ଜେମ୍ସ ହୋଲ୍ଡର ଭଲ ସବୁବେଳେ ମ୍ୟାଚ ବିଜେତା ପ୍ରମାଣିତ ହୋଇଛନ୍ତି । ନୂଆ ବୋଲର ସନ୍ଦୀପ ଶର୍ମା ଓ ଟି ନଟରାଜନ ମଧ୍ୟ ଭଲ ବୋଲଂ କରୁଛନ୍ତି । ଅପରପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଦ୍ୱିତୀୟରେ ଆତ୍ମବିଶ୍ୱାସ ହରେଇଛି । ଦିଲ୍ଲୀ ଶେଷ 6 ଲିଗରେ କେବଳ ଗୋଟିଏ ଜିତି ଥିବା ବେଳେ 5ଟି ମ୍ୟାଚ୍ ପରାଜିତ ହୋଇଛି । ପୃଥ୍ୱୀ ଶ ଙ୍କ ବିଫଳତା ଓ ମଧ୍ୟମକ୍ରମରେ ଶ୍ରେୟସ ଆୟାର ଏବଂ ମାର୍କସ ଷ୍ଟୋଇନିସ୍ ଫର୍ମ ହରାଇବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଉଭୟ ଦଳ ଚଳିତ ଆଇପିଏଲରେ ଦୁଇ ଥର ସାମ୍ନାସାମ୍ନା ହୋଇଥିବା ବେଳେ ଦୁଇ ଥର ଯାକ ଦିଲ୍ଲୀ କ୍ୟାପିଟାଲ୍ସ ହାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+