କାଳ ସାଜିଲା ଖରାପ ପାଗ: ୨୧ କ୍ରୀଡ଼ାବିତ ମୃତ
ଚାଇନାରେ ଆୟୋଜିତ ୧୦୦ କିମି କ୍ରସ କଣ୍ଟ୍ରି ମାଉଣ୍ଟେନ ରେସରେ କ୍ରୀଡ଼ାବିତ ଭାଗ ନେଇଥିଲେ। ହେଲେ ହଠାତ୍ କୁଆପଥର ସାଙ୍ଗକୁ ପ୍ରବଳ ପବନ ମାଡ଼ି ଆସିଥିଲା। ଫଳରେ ଘଟଣାସ୍ଥଳରେ ୨୧ ଜଣ ଧାବକ ନିଜକୁ ବଞ୍ଚାଇ ପାରିଥିଲେ।
ବେଜିଂ: ଖରାପ ପାଗ ସାଜିଲା କାଳ। ୨୧ ଧାବକଙ୍କ ଜୀବନ ଦୀପ ଲିଭିଗଲା। ଚାଇନାରେ ଆୟୋଜିତ ୧୦୦ କିମି କ୍ରସ କଣ୍ଟ୍ରି ମାଉଣ୍ଟେନ ରେସରେ କ୍ରୀଡ଼ାବିତ ଭାଗ ନେଇଥିଲେ। ହେଲେ ହଠାତ୍ କୁଆପଥର ସାଙ୍ଗକୁ ପ୍ରବଳ ପବନ ମାଡ଼ି ଆସିଥିଲା। ଫଳରେ ଘଟଣାସ୍ଥଳରେ ୨୧ ଜଣ ଧାବକ ନିଜକୁ ବଞ୍ଚାଇ ପାରିଥିଲେ। ତେବେ କିଛି ଧାବକ ନିଖୋଜ ଥିବା ବେଳେ ଜଣକୁ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ଧାବକଙ୍କ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ କାମ କରୁନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବେସିନ ସହର ନିକଟରେ ଥିବା ଏକ ଉଚ୍ଚତମ ଜଙ୍ଗଲରେ ଏହି ରେସ୍ ଚାଲିଥିଲା। ଦୌଡ଼ ଆରମ୍ଭ ହେବାର ୨୦ରୁ ୩୧ କିମି ଉଚ୍ଚତା ମଧ୍ୟରେ ହଠାତ୍ ପାଗ ପରିବର୍ତ୍ତନ ହୋଇଯାଇଥିଲା। ମାତ୍ର ଅଚାନକ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଧାବକମାନେ କଠୋର ପରିସ୍ଥିତିକୁ ସାମନା କରିନପାରି ମୃତ୍ୟୁବରଣ କରିଥିବା ଜଣାପଡିଛି।












Click it and Unblock the Notifications