2036 Olympics: ଓଡ଼ିଶାରେ ହେବ ହକି, ଅହମ୍ମଦାବାଦ, ମୁମ୍ବାଇକୁ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ !
ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି । ଭୁବନେଶ୍ୱରରେ ଅଲିମ୍ପିକ ହକି ଆୟୋଜନ ପାଇଁ ପ୍ରସ୍ତାବ ରହିଛି। ସେହପରି ମୁମ୍ବାଇରେ କ୍ରିକେଟ, ଭୋପାଳରେ ରୋଇଂ ପୁଣେରେ କାନୋଇଂ/କାୟାକିଂ ଆୟୋଜନର ଯୋଜନା ରହିଛି। ଆୟୋଜକ ସହର ଅହମ୍ମଦାବାଦରେ ଆଥଲେଟିକ୍ସ, ବାସ୍କେଟବଲ, ଭଲିବଲ, ଆକ୍ୱାଟିକ୍, ଟେନିସ, ସ୍ପୋର୍ଟ କ୍ଲାଇମ୍ବିଂ, ଅର୍ବାନ ସ୍ପୋଟର୍ସ ଓ ଶୁଟିଂ ଆଦି ଇଭେଣ୍ଟର ଆୟୋଜନ ପାଇଁ ପ୍ରସ୍ତାବ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଡ୍ରେ ଅହମଦାବାଦକୁ ଆୟୋଜକ ସହର ଉଲ୍ଲେଖ କରାଯାଇଛି।

ତେବେ ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଯାହା ନିଷ୍ପତ୍ତି ନେବ। ଅଲିମ୍ପିକ୍ସ ଆୟୋଜନ ନେଇ ଭାରତ ଗତ ଅକ୍ଟୋବରରେ ଏହାର ଆଗ୍ରହ ଦେଖାଇଥିଲା। ଆଇଓସିରେ ଖୁବ୍ ଶୀଘ୍ର ଭାରତ ଏହାର ବିଡ୍ ଦାଖଲ କରିବ।












Click it and Unblock the Notifications