୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ
ଇନ୍ଦୋରରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ସହ ଜଡିତ ସୁରକ୍ଷାରେ ବଡ଼ ତ୍ରୁଟି ରିପୋର୍ଟ ହୋଇଛି । ଜଣେ ଯୁବକ ମୋଟର ସାଇକେଲରେ ଦୁଇଜଣ ଖେଳାଳିଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଖେଳାଳିମାନେ ହୋଟେଲ ରାଡିସନ୍ ବ୍ଲୁରୁ ଏକ କାଫେକୁ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଛି ।

ଘଟଣା ଘଟିବା ମାତ୍ରେ, ଅଷ୍ଟ୍ରେଲିୟ ଖେଳାଳିମାନେ ତୁରନ୍ତ ଏକ SOS ନୋଟିଫିକେସନ ପଠାଇଥିଲେ । ସୁରକ୍ଷା କର୍ମୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୁରକ୍ଷା ଅଧିକାରୀ ଡାନି ସିମନ୍ସଙ୍କ ଅଭିଯୋଗ ପରେ, MIG ପୋଲିସ ଷ୍ଟେସନରେ ଏକ FIR ରୁଜୁ କରାଯାଇଥିଲା। ପରେ ଅଭିଯୁକ୍ତ ଆକିଲ ଖାନଙ୍କୁ ପରେ ଗିରଫ କରାଯାଇଛି ।
ସୂଚନା ପାଇବା ପରେ, ସହକାରୀ ପୋଲିସ କମିଶନର ହିମାନି ମିଶ୍ର ଉଭୟ ଖେଳାଳିଙ୍କୁ ଭେଟି ସେମାନଙ୍କ ବୟାନ ରେକର୍ଡ କରିଥିଲେ । ହିମାନି କହିଛନ୍ତି ଯେ ଜଣେ ରାସ୍ତାରେ ଯାଉଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋଟରସାଇକେଲ ନମ୍ବର ନୋଟ କରିଥିଲେ । ଯାହା ଆଧାରରେ ଅଭିଯୁକ୍ତ ଆକିଲ ଖାନଙ୍କୁ ଗିରଫ କରାଯାଇଥିଲା । ଆକିଲ ଖାନଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଜାରି ରହିଛି।
ଅଷ୍ଟ୍ରେଲିଆ ଦଳ ସହିତ ଜଡିତ ଏହି ଘଟଣା ଦକ୍ଷିଣ ଆଫ୍ରିକା ବିପକ୍ଷରେ ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ମ୍ୟାଚ୍ ପୂର୍ବରୁ ଘଟିଛି । ଏହି ମ୍ୟାଚ୍ ଶନିବାର, ଅକ୍ଟୋବର ୨୫ ତାରିଖରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର ହୋଇଛି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ସେମାନଙ୍କର ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିସାରିଛନ୍ତି । ଏହି ମ୍ୟାଚ୍ ଜିତିଥିବା ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିବ । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବ୍ୟତୀତ ଭାରତ ଓ ଇଂଲଣ୍ଡ ମଧ୍ୟ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
-
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା












Click it and Unblock the Notifications