ବୋଲରଙ୍କୁ ଛେଚିଲେ, ବ୍ୟାଟ୍ସମ୍ୟାନଙ୍କୁ ରୋକିଲେ; 66 ରନରେ ମ୍ୟାଚ ଜିତିଲେ କଙ୍ଗାରୁ କିଙ୍ଗ୍ସ
66ରନରେ ମ୍ୟାଚ ଜିତି 3 ଟିକିଆ ଦିନିକିଆ ସିରିଜରେ 1-0ରେ ଆଗୁଆ ରହିଛି ଘରୋଇ ଦଳ ।
ସିଡନୀ: ରବିବାର ଏଠାରେ ଖେଳାଯାଇଥିବା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜର ସ୍ବାଦ ଚାଖିଛି ବିରାଟ ବାହିନୀ । 375ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭ୍ରମଣକାରୀ ଭାରତ ପାଇଁ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ 90 ରନ୍ କରିପାରିଛନ୍ତି । ଫଳରେ 66ରନରେ ମ୍ୟାଚ ଜିତି 3 ଟିକିଆ ଦିନିକିଆ ସିରିଜରେ 1-0ରେ ଆଗୁଆ ରହିଛି ଘରୋଇ ଦଳ ।
8 ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚରେ ଭାରତ ଉଭୟ ବ୍ୟାଟ୍ ଏବଂ ବଲରେ ଫେଲ ମାରିଛି । ଏହି ପରାଜୟ ସହ ବହୁ ପ୍ରତୀକ୍ଷିତ ଅଷ୍ଟ୍ରେଲିଆ ଗସ୍ତ ଏକ ଭୟଙ୍କର ଆରମ୍ଭରେ ପହଞ୍ଚିଛି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା (90) ଏବଂ ଶିଖର ଧାୱନ (74) ସତ୍ତ୍ୱେ ଭାରତ 50 ଓଭରରେ 8 ୱିକେଟ 308ରନରେ ସୀମିତ ରହିଲା ।
ଦିନିକିଆ କ୍ରିକେଟରେ ଚଳିତ ବର୍ଷ ଏହା ଭାରତର 4ର୍ଥ ସିଧାସଳଖ ପରାଜୟ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ 6ଷ୍ଠ ପରାଜୟ ହୋଇଛି । ଚଳିତ ବର୍ଷ ଜାନୁୟାରୀରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପାଇ ସାରିଛି ଦଳ । ସେହିପରି ଅଧିନାୟକ ବିରାଟ କୋହଲିଙ୍କ ଅଧୀନରେ ଏହା କ୍ରମାଗତ ସର୍ବାଧିକ ଦିନିକିଆ ପାରଜୟ ହରାଇଛି ।

ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ ହରାଇ 374ରନ କରିଥିଲା । ଫଳରେ ଭାରତ ଆଗରେ ଠିଆ ହୋଇଥିଲା ଏକ ବିଶାଳ ବିଜୟ ଲକ୍ଷ୍ୟ । ଘରୋଇ କଙ୍ଗାରୁ ଓପନର ଆରନ ଫିଞ୍ଚ(114) ଓ ଡେଭିଡ ୱାର୍ଣ୍ଣର(69) ଦଳକୁ ଭଲ ଆରମ୍ଭ ଦେଇଥିଲେ । ଭାରତୀୟ ବୋଲିଂ 27 ଓଭର ପର୍ଯ୍ୟନ୍ତ ଖାତାରେ କୌଣସି ୱିକେଟ ଯୋଡି ପାରି ନଥିଲେ ଭ୍ରମଣକାରୀ ବୋଲର । ଫଳରେ ପ୍ରଥମ ୱିକେଟ ଯୋଡିରେ ଘରୋଇ ଦଳର ଦୁଇ ଓପନର 156ରନ କରିଥିଲେ ।
ୱାର୍ଣ୍ଣରଙ୍କ ଆଉଟ ହେବା ପରେ ବ୍ୟାଟିଂ ଆସିଥିଲେ ଷ୍ଟିଭ ସ୍ମିଥ । ତେବେ ସ୍ମିଥ ଓ ଫିଞ୍ଚ ମିଶି ଦଳୟୀ ସ୍କୋର ବୋର୍ଡକୁ ଦୃତ ଗତିରେ ଆଗାକୁ ନେଇଥିଲେ । ସ୍ମିଥ ମାତ୍ର 66 ବଲରୁ 105ର ଶତକୀୟ ପାଳି ଖେଳିଥିଲେ । ସେହିପରି ମଧ୍ୟକ୍ରମରେ ମାର୍କସ ଷ୍ଟୋଇନି ଖାତ ଖୋଲି ପାରି ନଥିବା ବେଳେ କିନ୍ତୁ ଆଇପିଏଲରେ ଫେଲମାରିଥିବା ଗ୍ଲେନ ମାକ୍ସୱେଲ ବିସ୍ଫୋରକ ପାଳି ଖେଳିଥିଲେ । ମାକ୍ସୱେଲ ମାତ୍ର 19ବଲରୁ 54ରନର ପାଳି ଖେଳି ଆଉଟ ହୋଇଥିଲେ । ଯେଉଁଥିରେ ସାମିଲ ଥିଲା 5ଟି ଚୌକା ଓ 3ଟି ବିସ୍ଫୋରକ ଛକା ।
ଅନ୍ୟପଟେ ପ୍ରଥମ ମ୍ୟାଚରେ ବୋଲିଂ କରୁଥିବା ସମସ୍ତ 5 ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଯାମଧ୍ୟରୁ ୟୁଜିଭେନଦ୍ର ଚହଲ ସବୁଠୁ ମହଙ୍ଗା(10ଓଭର, 1ୱିକେଟ, 89ରନ) ହୋଇଛନ୍ତି । ଅନ୍ୟପଟେ ମହମ୍ମଦ ଶାମି 3ଟି ୱିକେଟ ନେଇଥିବା ବେଳେ ବୁମରା ଓ ସାଇନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
ତେବେ ଏହି ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ପାଇଁ ଓପନ କରିଥିଲେ ଶିଖର ଧୱନ ଓ ମୟଙ୍କ ଅଗ୍ରୱାଲ । ତେବେ ଦୁଇ ବ୍ୟାଟ୍ସମ୍ୟାନ ଦଳୀୟ ସ୍କୋରକୁ ମାତ୍ର 5 ଓଭରରେ 50ରନରେ ପହଞ୍ଚାଇଥିଲେ। ମାତ୍ର ଜୋଶ ହାଜଲେଉଡଙ୍କ ଓଭରରେ ମୟଙ୍କ ଆଉଟ ହୋଇ ପାଭେଲିଅନ ଫେରିଥିଲେ ।
ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଥିଲା । ଆଜି ମ୍ୟାଚରେ ଭାରତ ଅଧିନାୟକ ମାତ୍ର 21ରନ କରି ବିଦାୟ ନେଇଥିଲେ । ପରେ ଜୋସ ସେଜଲେଉଡ ପୁଣି ଶ୍ରେୟସ୍ ଆୟରଙ୍କ ୱିକେଟ୍ ନେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ତେବେ ଓପନର ଶିଖର ଧୱନ ଓ କେଏଲ ରାହୁଲ କିଛି ସମୟ ପାଇଁ ଭାରତୀୟ ସ୍କୋର ବୋର୍ଡକୁ ଆଗାକୁ ବଢାଇଥିଲେ । ମାତ୍ର ପରେ ଖରାପ ଶର୍ଟ ଖେଳି ରାହୁଲ ଆଦମ ଜାମ୍ପାଙ୍କୁ ତାଙ୍କର ପ୍ରଥମ ୱିକେଟ୍ ଉପହାର ଦେଇଥିଲେ।
ପରେ ଟିମ୍ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ନୂଆ ଭୂମିକାରେ ଆଲୋକିତ ହେଲେ । ହାର୍ଦ୍ଦିକ ପାଣ୍ଡ୍ୟା 6 ନମ୍ବରରେ ବ୍ୟାଟିଂ ଆସି ଧୱନଙ୍କ ସହ ଶତକୀୟ ଭାଗୀଦାରି ଖେଳିଥିଲେ । ପାଣ୍ଡ୍ୟା ତାଙ୍କ 76ବଲରୁ 90ରନର ପାଳିରେ ଅନେକ ସ୍ପଷ୍ଟତା ଦେଖାଇଥିଲେ । ମାତ୍ର ଶତକୀୟ ପାଳି କିମ୍ବା ଦଳକୁ ବିଜୟ ଦେବାରେ ବିଫ ହୋଇଥିଲେ । ରବିନ୍ଦ୍ର ଜାଡେଜା, ନବଦୀପ ସାଇନି ଏବଂ ମହମ୍ମଦ ଶାମି କିଛି ବିଳମ୍ବରେ ବିସ୍ଫୋରଣ କରିଥିଲେ କିନ୍ତୁ ଭାରତ ଧାୱନ ଏବଂ ହାର୍ଦ୍ଦିକଙ୍କୁ ଶୀଘ୍ର କ୍ରମାଗତ ଭାବରେ ହରାଇବା ପରେ ଏହା ଯଥେଷ୍ଟ ହେଲା ନାହିଁ।












Click it and Unblock the Notifications