Get Updates
Get notified of breaking news, exclusive insights, and must-see stories!

ବିଜୟୀ ବିଶ୍ୱକପକୁ ୧୨ ବର୍ଷ: ଧୋନିଙ୍କ ଶେଷ ଛକା ଆଉ ରବି ଶାସ୍ତ୍ରୀଙ୍କ କମେଣ୍ଟ୍ରୀ... ଆଜି ବି ସତେଜ୍

2011 World Cup

On This Day 2011: ୨ ଏପ୍ରିଲ ୨୦୧୧... ଏ ହେଉଛି ଅଭୁଲା ଏପ୍ରିଲ୍ । ଏ ଦିନକୁ କଣ ବା କୌଣସି ଭାରତୀୟ କ୍ରିକେଟ୍ ପ୍ରେମୀ କେବେ ଭୁଲି ପାରିବ । ଏହି ଦୁଇ ଧାଡି ପଢିବା ପରେ ଆପଣ ବି ବୁଝି ସାରିବେଣି ଆମେ କେଉଁ ଐତିହାସିକ ଦିନ କଥା କହୁଛୁ ।

ଧୋନି ଫିନିସେସ୍ ଅଫ୍ ଇନ୍ ଷ୍ଟାଇଲ୍ । ଏ ମାଗନିଫିକାଣ୍ଟ ଷ୍ଟାଇକ୍ ଇଣ୍ଟୁ ଦ କ୍ରାଉଡ଼ । ଇଣ୍ଡିଆ ଲିପ୍ଟ ଦ ୱାର୍ଲ୍ଡକପ ଆପ୍ଟର 28 ୟିରସ୍... ଦ ପାର୍ଟି ଷ୍ଟାସ୍ ଇନ ଦ ଡ୍ରେସିଂ ରୁମ.... ( Dhoni finishes off in style. A magnificent strike into the crowd. India lift the world cup after 28 year the party starts in the dressing room and its an Indian captain whoes been absolutely magnificent in the night of the final )

ଇଂରାଜୀରେ ଏମିତି କିଛି ଥିଲା ୨୦୧୧ ବିଶ୍ୱକପ ଫାଇନାଲରେ ଭାଷ୍ୟାକାର ରବି ଶାସ୍ତ୍ରୀଙ୍କ କମେଣ୍ଟ୍ରୀ । ଯାହା ଆଜି ବି କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ମନରେ ସତେଜ୍ । ଆଉ ଏହା ବି ବେଶ୍ ସଜେତ୍ ଧୋନିଙ୍କ ବ୍ୟାଟରୁ ବାହାରିଥିବା ଶେଷ ଛକା ଯାହା ଭାରତକୁ 28 ବର୍ଷ ପରେ ବିଶ୍ୱକପ ବିଜୟୀ ହେବାରେ ସାହାଯ୍ୟ କରିଥିଲା ।

ସେହି ଦିନଟି ଥିଲା ୨ ଏପ୍ରିଲ ୨୦୧୧ । ହେଲେ ଆଜି ଏହାକୁ ୧୨ ବର୍ଷ ବର୍ଷ ବିତିଗଲାଣି । ଭାରତ ତାର ତୃତୀୟ ଦିନିକିଆ ବିଶ୍ୱକପ ଖୋଜରେ ଆଜି ବି ରହିଛି । ତେବେ ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ । ତେଣୁ ଭାରତ ନିଜ ଘରୋଇ ମାଟିରେ ୨୦୧୧ ପ୍ରଦର୍ଶନ ପୁଣିଥରେ ଦୋହରାଇ ବୋଲି ଆଶା ବାନ୍ଧି ବସିଛନ୍ତି କୋଟି କୋଟି ଭାରତୀୟ କ୍ରିକେଟ୍ ପ୍ରେମୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+