Get Updates
Get notified of breaking news, exclusive insights, and must-see stories!

ବିଶ୍ୱକପ ବିଜୟକୁ ଦଶ ବର୍ଷ: ଦେହରୁ ଝାଳ, ପାଟିରୁ ବାହାରୁଥିଲା ରକ୍ତ; ଲକ୍ଷ୍ୟ ଥିଲା ଦେଶକୁ ଦେବେ ବିଶ୍ବକପ

ଜନ୍ତ୍ରଣାକୁ ଜାବୁଡି ଧରି ଭାରତକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ପୂର୍ବତନ ଭାରତୀୟ ଅରଲାଉଣ୍ଡର ଯୁବରାଜ ସିଂ । ବିଶ୍ବକପରେ ଯୁବରାଜଙ୍କ ଝାଳ ରକ୍ତ ବୁହା ତାଙ୍କର ଶତକୀୟ ପାଳି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଚିରସ୍ମରଣୀୟ ।

Blood and painful century of Yuvraj singh: ଆଜିର ଦିନରେ ଅର୍ଥାତ୍ 2 ଏପ୍ରିଲରେ, ଭାରତୀୟ କ୍ରିକେଟ୍ ଦଳ 2011 ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି 28 ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତିଲା । ଭାରତ ଏହି ସଫଳତା ହାସଲ କରିବାର 10 ବର୍ଷ ବିତିଗଲାଣି ।

ଭାରତକୁ ଚାମ୍ପିଅନ କରିବା ପାଇଁ ଅନେକ ଖେଳାଳି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯୁବରାଜ ସିଂ । ଜନ୍ତ୍ରଣାକୁ ଜାବୁଡି ଧରି ଭାରତକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ପୂର୍ବତନ ଭାରତୀୟ ଅରଲାଉଣ୍ଡର ଯୁବରାଜ ସିଂ । ବିଶ୍ବକପରେ ଯୁବରାଜଙ୍କ ଝାଳ ରକ୍ତ ବୁହା ତାଙ୍କର ଶତକୀୟ ପାଳି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଚିରସ୍ମରଣୀୟ ।

ଯୁବରାଜ ସିଂ


20 ମାର୍ଚ୍ଚ 2011, ୱେଷ୍ଟଇଣ୍ଡିଜ ବିପକ୍ଷ ନକ ଆଉଟ ମ୍ୟାଚ:

ଦିନ ଥିଲା, 2011 ବିଶ୍ବକପ ଟୁର୍ଣ୍ଣାମେଣ୍ଟର ନକଆଉଟ୍‌ ମ୍ୟାଚ । ଶକ୍ତିଶାଳୀ କାରବିଆନ ବିପକ୍ଷରେ ଭାରତୀୟ ଦଳ ପାଇଁ କିଙ୍ଗମେକର ସାଜିଥିଲେ ବାମହାତୀ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ ଯୁବରାଜ । ଟୁର୍ଣ୍ଣାମେଣ୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ମାତ୍ର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଯୁବରାଜଙ୍କ ସେ ଶତକୀୟ ପାଳି ତାଙ୍କ ଫ୍ୟାନ୍ସଙ୍କ ପାଇଁ ଯେତେ ଆନନ୍ଦ ଆଣିଥିଲା, ସେତେକି ଆଖିରେ ଲୁହ ଭରିଥିଲା । କାରଣ ବ୍ୟାଟିଂ କରୁଥିବା ସମୟରେ ପଡିଆରେ ରକ୍ତ ବାନ୍ତି କରିଥିଲେ ଯୁବରାଜ । ଆଉ ସେ ଦିନ ଜାଣିବାକୁ ମିଳିଥିଲା କୌଣସି ଏକ ମାରାତ୍ମକ ରୋଗରେ ପିଡିତ ଅଛନ୍ତି ଯୁବରାଜ । ଟୁର୍ଣ୍ଣାମେଣ୍ଟ ପରେ ଲଣ୍ଡନରେ ଚିକିତ୍ସା । ଦେହରେ ତାଙ୍କର କ୍ୟାନ୍ସର ଅଛି ବୋଲି ରୋପୋର୍ଟ ପ୍ରକାଶ ପାଏ । ଆଉ ପରେ ସେହି ମାରାତ୍ମକ ରୋଗକୁ ହାରାଇ ପୁଣି ଥରେ ପିଡିଆକୁ ଫେରି ଆସନ୍ତି ଭାରତୀୟ ମଧ୍ୟକ୍ରମ ବ୍ୟାଟିଂର ଏହି ମେରୁ ଦଣ୍ଡ ।

ଯୁବରାଜ ସିଂ

ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲା ଭାରତୀୟ ଦଳ । ଦଳର ସ୍କୋର 51/2ରେ ଯେମିତି ବିଶ୍ବକପ ଆଶା କ୍ଷୀଣ ହୋଇଯାଉଥିଲା । ପଡିଆକୁ ଆସିଲେ ଯୁବରାଜ ଏବଂ ଯୁବ ବିରାଟ କୋହଲି । ଉଭୟଙ୍କ ଭାଗୀଦାରି ବଳରେ ମଜବୁତ୍‌ ହେଲା ଭାରୀତୟ ପାଳି । ତୃତୀୟ ୱିକେଟ୍ ପାଇଁ 122 ରନ୍ ସଂଗ୍ରହ କରିଥିଲେ ଏହି ଯୋଡି । 59ରନ କରି କୋହଲିଙ୍କୁ ପାଭିଲିଅନ ଫେରିବାକୁ ପଡିଲା । ମାତ୍ର ନନଷ୍ଟ୍ରାଇକ୍‌ର ଏଣ୍ଡେ ମେରୁଦଣ୍ଡ ବନିଲେ ଯୁବରାଜ । ମାତ୍ର ବ୍ୟାଟିଂ କରୁଥିବା ସମୟରେ ଯୁବରାଜ ପିଚରେ ଅନେକଥର ବାନ୍ତି କରିଥିଲେ । ତେବେ ଏହି ଦୃଶ୍ୟ ଫ୍ୟାନ୍ସଙ୍କୁ ଯେମିତି ବ୍ୟସ୍ତବିବ୍ରତ କରି ଦେଉଥିଲା । ମାତ୍ର ସେହି ଅସହ୍ୟ ଯନ୍ତ୍ରଣାକୁ ଜାବୁଡି ଧରି 10ଚୌକା ଓ 2ଟି ଛକା ସହାୟତାରେ 113 ରନ୍ ଶତକୀୟ ପାଳି ଖେଳିଲେ ଯୁବରାଜ । ଯୁବିଙ୍କ ଏହି ପାଳି ସହ ଭାରତର ସ୍କୋର 268 ରନରେ ରହିଲା । 269ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇନଫର୍ମ କାରିବିଆନ ବ୍ୟାଟ୍ସମ୍ୟାନ ଡିଭନ୍ ଥୋମାସ୍ ଏବଂ ଆଣ୍ଡ୍ରେ ରସେଲଙ୍କ ୱିକେଟ୍ ନେଇ ଭାରତକୁ 80 ରନରେ ବିଜୟ କରାଇଲେ ଯୁବରାଜ ।

ଯୁବରାଜ ସିଂ

ତେବେ ବିଶ୍ବକର ସେହି ସଂସ୍କରଣରେ ତାଙ୍କୁ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ଭାବରେ ସମ୍ମାନିତ କରାଯାଇଥିଲା । ଟ୍ରଫି ଜିତିବାରେ ସେ ଭାରତ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 362 ରନ୍ ସଂଗ୍ରହ କରିବା ସହିତ 15ଟି ୱିକେଟ୍ ନେଇଥିଲେ ।

ଯୁବରାଜ ସିଂ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+