• search
For Quick Alerts
Turn On Notification  
For Daily Alerts

ବ୍ରାହ୍ମଣ ନା ଲିଙ୍ଗାୟତ ସମ୍ପ୍ରଦାୟରୁ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ପ୍ରହ୍ଲାଦ ଯୋଶୀଙ୍କ ନାମ

|

ବାଙ୍ଗାଲୋର : ସୋମବାର କର୍ଣ୍ଣାଟକର ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଯାହାର ପ୍ରଭାବ କେନ୍ଦ୍ର ରାଜନୀତିରେ ମଧ୍ୟ ପକାଇବ । ସୋମବାର ସକାଳେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ଦୁରପ୍ପା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପରେ ବିଜେପି ଏହି ରାଜ୍ୟ ପାଇଁ ନୂଆ ମୁଖ୍ୟମନ୍ତ୍ରୀ ଖୋଜିବା ଆରମ୍ଭ କରିଛି ।

karnataka

ଏହି ସମୟରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହା ସହିତ ଅନେକ ଚେହେରା ମଧ୍ୟ ଏହି ଦୌଡ଼ରେ ରହିଛନ୍ତି । କିନ୍ତୁ ଦୁଇଟି ଚେହେରା ଉପରେ ଅଧିକ ଆଲୋଚନା ହେଉଛି । ଏଥିମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ବିଜେପି ଜାତୀୟ ସାଧାରଣ ସମ୍ପାଦକ ସି.ଟି. ରାବିଙ୍କ ନାମ ମଧ୍ୟ ରହିଛି ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଖୋଜିବା ନେଇ ପର୍ଯ୍ୟବେକ୍ଷକ ଦାୟିତ୍ୱ

ଆସନ୍ତା ଦୁଇ ଦିନ ମଧ୍ୟରେ କର୍ଣ୍ଣାଟକର ନୂତନ ସିଏମ୍ ଘୋଷଣା କରାଯିବ । ୟେଦ୍ଦୁରପ୍ପାଙ୍କ ଇସ୍ତଫା ପରେ ଦିଲ୍ଲୀରେ ଅମିତ ଶାହା ଏବଂ ଜେପି ନଡ୍ଡାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଖୋଜିବା ସହ ରାଜ୍ୟକୁ ଦେବେ ନୂଆ ମୁଖ୍ୟମନ୍ତ୍ରୀ । ତେବେ ଏଥିରେ ଜାତୀୟ ନେତୃତ୍ୱର ଅନୁମୋଦନ ମଧ୍ୟ ରହିବ ।

ଯଦି ପ୍ରହ୍ଲାଦ ଯୋଶୀ ସିଏମ୍ ହୁଅନ୍ତି, ତେବେ ଏହା ତାଙ୍କର ପଦୋନ୍ନତି ହେବ !

କର୍ଣ୍ଣାଟକରେ ୟେଦ୍ଦୁରପ୍ପାଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀଙ୍କ ନାମ ନୂତନ ସିଏମ୍ ଦୌଡ଼ରେ ଆଗୁଆ ରହିଛି । ଯଦି ବିଜେପି ପ୍ରହ୍ଲାଦ ଯୋଶୀଙ୍କୁ କର୍ଣ୍ଣାଟକର ନୂତନ ସିଏମ୍ କରେ, ତେବେ ଏହା ଦଳ ପାଇଁ ବହୁତ ଭଲ ବୋଲି ପ୍ରମାଣ କରିପାରେ । ପ୍ରହ୍ଲାଦ ଯୋଶୀ ସିଏମ ହେବାପରେ ରାଜ୍ୟ ବ୍ରାହ୍ମଣ ସମ୍ପ୍ରଦାୟର ଜଣେ ମୁଖ୍ୟମନ୍ତ୍ରୀ ପାଇବ ଏବଂ ଏହା ଦକ୍ଷିଣ ଭାରତରେ ଦଳର ବିସ୍ତାରରେ ମଧ୍ୟ ସହାୟକ ହେବ । କେନ୍ଦ୍ରୀୟ ନେତୃତ୍ୱରୁ ପ୍ରହ୍ଲାଦ ଯୋଶୀଙ୍କୁ ହଟାଇ ତାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କରିବା ଏକ ଉପାୟରେ ତାଙ୍କର ପଦୋନ୍ନତି ହେବ ।

ଆପଣଙ୍କୁ କହିରଖୁଛୁ ଯେ ବିଜେପି ଜାତୀୟ ନେତୃତ୍ୱ ବିଏସ୍ ୟେଦ୍ଦୁରୁପ୍ପାଙ୍କ ଇସ୍ତଫା ନେଇ ରାଜ୍ୟ ଭିତରେ ଏକ ବଡ଼ ଜୁଆ ଖେଳିଛନ୍ତି, କାରଣ କର୍ଣ୍ଣାଟକରେ ୟେଦ୍ଦୁରୁପ୍ପାଙ୍କର ପରିଚୟ ଥିଲା ଭିନ୍ନ । ସେ ଲିଙ୍ଗାୟତ ସମ୍ପ୍ରଦାୟର, ଯାହା କର୍ଣ୍ଣାଟକର ଏକ ବିରାଟ ଭୋଟ୍ ବ୍ୟାଙ୍କ । ଯଦିଓ ୟେଦ୍ଦୁରପ୍ପା ତାଙ୍କ ଇସ୍ତଫା ବିଷୟରେ ନିଶ୍ଚିତ ଭାବରେ କହିଛନ୍ତି ଯେ ସେ ସିଏମ ପଦରୁ ଇସ୍ତଫା ଦେଉଛନ୍ତି, କିନ୍ତୁ ଦଳର ସଦସ୍ୟ ଭାବରେ କାର୍ଯ୍ୟ ଜାରି ରଖିବେ । ତଥାପି, ତାଙ୍କ ଇସ୍ତଫା ଯେପରି ରାଜ୍ୟ ବିଜେପିରେ କୌଣସି କ୍ଷତି ନ ଘଟାଇବ, ଏହାକୁ ଧ୍ୟାନରେ ରଖି ବିଜେପି ଲିଙ୍ଗାୟତ ସମ୍ପ୍ରଦାୟରୁ ସିଏମ୍ ଚେହେରା ବାଛିପାରେ ବୋଲି କୁହାଯାଉଛି । ଏହା ବ୍ୟତୀତ ଭୋକାଲିଗା ସମ୍ପ୍ରଦାୟ ବିଷୟରେ ଆଲୋଚନା ମଧ୍ୟ ଜୋରସୋରରେ ଚାଲିଛି । ସିଟି ରବି ଏହି ସମ୍ପ୍ରଦାୟରୁ ଆସିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Who Will Be The Next CM Of Karnataka ? Pralhad Joshi Is In Top Position of Race
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X