For Quick Alerts
Turn On Notification  
For Daily Alerts
Oneindia App Download

ସୀମା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଓଡିଶା ସହ ପଡୋଶୀ ରାଜ୍ୟର ସୀମା ବିବାଦକୁ ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

|

ଭୁବନେଶ୍ବର: ଓଡିଶା ସହ ପଡୋଶୀ ରାଜ୍ୟର ସୀମା ବିବାଦକୁ ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘ ଦିନର ସୀମା ବିବାଦକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ତଥା ଆପୋଷ ବୁଝାମଣା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହାୟତା ଲୋଡନ୍ତୁ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ନଜର ପକାନ୍ତୁ କଣ କଣ ମୁଖ୍ୟ ପ୍ରସଙ୍ଗ ରହିଛି ଧର୍ମେନ୍ଦ୍ରଙ୍କ ଚିଠିରେ....

  • ଓଡିଶା ସହ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡର ସୀମା ବିବାଦ ଲାଗି ରହିଛି
  • ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ
  • ସଂଘୀୟ ବ୍ୟବସ୍ଥାରେ ଆପୋଷ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ ଓଡିଶା
  • ଆବଶ୍ୟକ ପଡିଲେ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରାଯାଉ
  • ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ କରାନଯାଉ

ତେବେ ପଡୋଶୀ ରାଜ୍ୟ ଗୁଡିକ ସହ ଥିବା ସୀମା ବିବାଦକୁ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ବୈଠକରେ ଓଡିଶା ଗୁଇନ୍ଦା ବିଭାଗର ତଥ୍ୟ ସହ ସମାଜର ବ୍ୟକ୍ତିବିଶେଷଙ୍କ କଥାକୁ ଗୁରୁତ୍ୱକୁ ନିଆଯାଉ । ସୀମା ବିବାଦର ବିସ୍ତୃତ ଓ ସ୍ଥାୟୀ ସମାଧାନ କରିବା ପାଇଁ ଓଡିଶା ବିଧାନସଭାରେ ବିଭିନ୍ନ ଦଳର ସଦସ୍ୟ ମାନଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଉ । ଯଦ୍ୱାରା ସେମାନେ ଏହା ଉପରେ ବିଶେଷ ଅନୁଧ୍ୟାନ କରିବା ସହ ତଥ୍ୟ ଆଧାରିତ ପରାମର୍ଶ ଦେବେ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ସେହିପରି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ହୋଇଥିବା ଉତ୍ତେଜନା ଚିଠିରେ ଉଲ୍ଲେଖ ରହିଛି । ଆନ୍ଧ୍ରପ୍ରଦେଶ ପ୍ରଶାସନ ଏକପାଖିଆ ଭାବରେ ସାମ୍ବାଇ ପଂଚାୟତ ଅନ୍ତର୍ଗତ ସୁନାବେଡା ମୌଜାର କିଛି ଅଂଶକୁ ନିଜର ବୋଲି ଦାବି କରିବା ସହ ତଳଗଞ୍ଜେଇପଦ ଗାଁରେ ଏକ ପୋଖରୀ ଖୋଳିଥିବା ଜଣାପଡିଛି । ତେଣୁ ସବୁକୁ ସମାଧାନ କରାଯିବା ସହ ସୀମାରେ ବସବାସ କରୁଥିବା ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଭିତ୍ତିଭୂମି ଯୋଗାଇବା ଓ ନକ୍ସଲ ଦମନ କରିବା ଦିଗରେ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Union Minister Dharmendra Pradhan Wrote Letter to CM Naveen Pattnaik
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X