For Quick Alerts
Turn On Notification  
For Daily Alerts
Oneindia App Download

Tamil Nadu Assembly Election : ରାଜନୀତିରୁ ସନ୍ୟାସ ନେଲେ ଶଶିକଳା

ପୂର୍ବରୁ ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷ ଶଶିକଳା ରାଜନୀତିରୁ ବିଦାୟ ନେଇଛନ୍ତି । ଏନେଇ ଚିଠି ଲେଖି ଗଣମାଧ୍ୟମକୁ ସେ ସ୍ପଷ୍ଟ କରିଛନ୍ତି ।

|

ଚେନ୍ନାଇ : ଆଉ କିଛି ଦିନ ପରେ ତାମିଲନାଡ଼ିରୁ ହେବ ବିଧାନସଭା ନିର୍ବାଚନ ।ଏହା ପୂର୍ବରୁ ତାମିଲନାଡୁ ରାଜନୀତିରେ ଦେଖାଦେଇଛି ବଡ଼ ଧରଣର ପରିବର୍ତ୍ତନ । ଯାହାକି ଲୋକଙ୍କୁ ଚକ୍କିତ କରିଦେଇଛି । ବିଧାନସଭା ନିର୍ବାଚନର ମାସେ ପୂର୍ବରୁ ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷ ଶଶିକଳା ରାଜନୀତିରୁ ବିଦାୟ ନେଇଛନ୍ତି । ଏନେଇ ଚିଠି ଲେଖି ଗଣମାଧ୍ୟମକୁ ସେ ସ୍ପଷ୍ଟ କରିଛନ୍ତି ।

Sasikala

ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କର ରାଜନୀତି କରିବାର ଇଚ୍ଛା କମି ଯାଇଥିଲା । କେବେବି ସେ କ୍ଷମତା ଓ ପଦବୀ ପଛରେ ନାହାନ୍ତି ବୋଲି ଶଶିକଳା ଚିଠିରେ ଲେଖିଛନ୍ତି । ଆଗାମୀ ନିର୍ବାଚନରେ ଏଆଇଏଡିଏମକେକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ । ଡିଏମକେକୁ ହରାଇବା ପାଇଁ ଦଳ ପକ୍ଷରୁ ଅନବରତ ପ୍ରୟାସ ଜାରି ରଖିବା ଦରକାର ବୋଲି ଶଶିକଳା କହିଛନ୍ତି ।

ସୂଚନାଯୋଗ୍ୟ, ଏକ ଦୁର୍ନୀତି ମାମଲାରେ ଶଶିକଳା 4 ବର୍ଷ ଜେଲଦଣ୍ଡ ପରେ ଗତ ଜାନୁଆରୀ 27 ତାରିଖରେ ଜେଲରୁ ମୁକୁଳିଥିଲେ । କିନ୍ତୁ ସମସ୍ତ ଔପଚାରିକ ବ୍ୟବସ୍ଥା ଶେଷ ହେବା ପରେ ଫେବୃଆରୀ 8 ତାରିଖରେ ସେ ଚେନ୍ନାଇ ଫେରିଥିଲେ ।

ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏଆଇଏଡିଏମକେରେ ମିଶିବେ ବୋଲି ଅନୁମାନ କରାଯାଉଥିଲା । ହେଲେ ମୁଖ୍ୟମନ୍ତ୍ରୀ ପାଲାନୀସ୍ୱାମୀ ଏନେଇ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଥିଲା । ଗତକାଲି ମଧ୍ୟ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ଏକ ବୈଠକ ବସିଥିଲା । ଏଥିରେ ଶଶିକଳା ଦଳରେ ଯୋଗଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ ଶଶିକଳା ରାଜନୀତି ଛାଡ଼ିବା ଆଗାମୀ ନିର୍ବାଚନକୁ ଏକ ନୂଆ ଦିଗ ଦେବ ବୋଲି ଚର୍ଚ୍ଚା ହେଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
AIADMK Leader Sasikala Quits Politics before Tamil Nadu Assembly Election 22021.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X