For Quick Alerts
Turn On Notification  
For Daily Alerts
Oneindia App Download

ଶାରୀରିକ ସମ୍ପର୍କ ବଦଳରେ ଚାକିରୀ, ଇସ୍ତଫା ଦେଲେ କର୍ଣ୍ଣାଟକ ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାର୍କିହୋଲି

ସିଡିରେ ମନ୍ତ୍ରୀ ଜଣେ ମହିଳାଙ୍କ ସହ ଯୌନ ସମ୍ପର୍କ ରଖିବାକୁ କହୁଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ନିରନ୍ତର ସମାଲୋଚନା ପରେ ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାର୍କିହୋଲି ପଦରୁ ଇସ୍ତଫା ଦେଇଛନ୍ତି ।

|

ବେଙ୍ଗାଲୁରୁ : ସେକ୍ସ ସିଡିକୁ ନେଇ କର୍ଣ୍ଣାଟକ ରାଜନୀତିରେ ଅସନ୍ତୋଷ । ରାଜ୍ୟରେ ଶାସନାଧିନ ସରକାରର ଜଳ ସମ୍ପଦ ମନ୍ତ୍ରୀଙ୍କ ଏକ ଆପତ୍ତିଜନକ ସିଡି ବାହାରକୁ ଆସିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହି ମାମଲାରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାର୍କିହୋଲିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି । ଏହି ସିଡିରେ ମନ୍ତ୍ରୀ ଜଣେ ମହିଳାଙ୍କ ସହ ଯୌନ ସମ୍ପର୍କ ରଖିବାକୁ କହୁଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ନିରନ୍ତର ସମାଲୋଚନା ପରେ ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାର୍କିହୋଲି ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

Ramesh-Jarkiholi

ରମେଶ ଜାର୍କିହୋଲି ତାଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ନିକଟକୁ ପଠାଇଛନ୍ତି । ଯାହା ସେ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ରମେଶ ଜାର୍କିହୋଲି ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ମୋ ବିରୋଧରେ ହୋଇଥିବା ଅଭିଯୋଗ ମିଥ୍ୟା କିନ୍ତୁ ତଥାପି ମୁଁ ନୈତିକ ଆଧାରରେ ଇସ୍ତଫା ଦେଉଛି । ଚାକିରୀ ଦେବା ନେଇ ରମେଶ ଜାର୍କିହୋଲି ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ପରେ ପ୍ରତିଶ୍ରୃତିରୁ ହଟିଯାଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କୁ କର୍ଣ୍ଣାଟକ ବିଦ୍ୟୁତ୍ ପରିବହନ ନିଗମରେ ଚାକିରି କରାଇଦେବା ନେଇ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ବୋଲି କୁହାଯାଇଛି ।

ରମେଶ ଜାର୍କିହୋଲିଙ୍କ ଇସ୍ତଫାକୁ ନିଶ୍ଚିତ କରି କର୍ଣ୍ଣାଟକ ମନ୍ତ୍ରୀ ଜଗଦୀଶ ଶେଟ୍ଟର କହିଛନ୍ତି ଯେ ସେ (ରମେଶ ଜାର୍କିହୋଲି) ଇସ୍ତଫା ଦେଇଛନ୍ତି । କେହି କୌଣସି ବିବୃତ୍ତି କିମ୍ବା ଅଭିଯୋଗ କରିନାହାଁନ୍ତି । ଆମକୁ ଏକ ନିଷ୍ପତ୍ତି ନେବାକୁ ପଡିବ । ଏହି ମାମଲାରେ ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରାଯାଇଛି । ପୀଡିତାଙ୍କ ପାଇଁ ସୁରକ୍ଷା ଦାବି ମଧ୍ୟ କରାଯାଇଛି ।

ଅଭିଯୋଗକାରୀ ଦୀନେଶ କାଲାହାଲୀ କହିଛନ୍ତି, 'ମୁଁ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାର୍କିହୋଲିଙ୍କ ସହ ଜଡ଼ିତ ଯୌନ ଉତ୍ପୀଡ଼ନ ମାମଲାର ତଦନ୍ତ ପାଇଁ ପୋଲିସ ନିକଟରେ ଅଭିଯୋଗ କରିଛି । କର୍ଣ୍ଣାଟକ ଗୃହମନ୍ତ୍ରୀ ବସୱାରାଜ ବମ୍ମାଇ କହିଛନ୍ତି ଯେ, ଆଇନ ଅନୁଯାୟୀ ତଦନ୍ତ କରାଯାଉଛି । ସତ୍ୟ ପଦାକୁ ଆସିବା ପରେ ଆମ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେବ ।

ଏଥି ସହ ଉପ ମୁଖ୍ୟମନ୍ତ୍ରୀ ସିଏନ ଅଶ୍ୱତ ନାରାୟଣ କହିଛନ୍ତି, 'ଏହିପରି ଭିଡିଓ ପଛରେ ପ୍ରତାରଣା, ପ୍ରତିଶୋଧ, ମହୁଫେଣା, ବ୍ଲାକମେଲ ଭଳି ମାମଲା ରହିଥାଏ । ଯାଞ୍ଚ ହେବା ପରେ ସତ୍ୟତା ବାହାରକୁ ଆସିଯି । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାପୂର୍ବରୁ ମନ୍ତ୍ରୀ ରମେଶ ଜାର୍କିହୋଲି କହିଛନ୍ତି, 'ମୋର କେବଳ ଗୋଟିଏ ଉତ୍ତର ଅଛି ଯେ ଏହା ଏକ ରାଜନୈତିକ ଷଡଯନ୍ତ୍ର । ଏହା ଭିତ୍ତିହୀନ । ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ଉଚିତ୍ । ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Sex for job: Karnataka Water Resources Minister Ramesh Jarkiholi resigns
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X