For Quick Alerts
For Daily Alerts
ପୁରୀ ଏମାର ମଠରୁ ସିଂହ ମୂର୍ତ୍ତି ମିଳିବା ଘଟଣା: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ସମ୍ବିତ ପାତ୍ର
ପୁରୀ: ସ୍ଥାନୀୟ ଏମାର ମଠରୁ ଖନନ ବେଳେ ସିଂହ ମୂର୍ତ୍ତି ବାହାରିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, 'ସତ କେବେ ଲୁଚି ରହେ ନାହିଁ, ଆଜି ନ ହେଲେ କାଲି ପ୍ରକାଶିତ ହେବ । ଯଦି ଇତିହାସକୁ ସୁରକ୍ଷିତ ରଖି ନ ପାରିବା, ପରପିଢ଼ି କ୍ଷମା ଦେବ ନାହିଁ ।'

ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସମ୍ବିତ ପାତ୍ର କହିଛନ୍ତି, ଖନନ ପୂର୍ବରୁ ଜିପିଆରଏସ୍ କରାଯାଇନାହିଁ । କ'ଣ କ୍ଷତି ହେବ ପ୍ରକଳ୍ପ କରିବା ପୂର୍ବରୁ ଗବେଷଣା କରିନଥିଲେ ରାଜ୍ୟ ସରକାର । ମାଟି ତଳେ ଅନେକ ଭଗ୍ନାବଶେଷ ଲୁଚି ରହିଛି ।
ଏମାର ମଠ ଖନନ ସ୍ଥଳରୁ ସିଂହ ମୂର୍ତ୍ତି ବାହାରିବା ଘଟଣା ପରେ ଖନନସ୍ଥଳରେ ଯାଞ୍ଚ କରିଥିଲା ଏଏସଆଇ ଟିମ । ଖନନସ୍ଥଳରୁ ମିଳିଥିବା ସିଂହ ମୂର୍ତ୍ତିଟି ଗଙ୍ଗବଂଶ ରାଜତ୍ୱ ସମୟର ବୋଲି ଅନୁମାନ କରାଯାଉଥିବା ଟିମ କହିଥିଲା ।
Comments
English summary
Sambit Patra Target Odisha Government Puri Emar Matha Lion Statue Issue
Story first published: Wednesday, May 18, 2022, 13:34 [IST]