• search
For Quick Alerts
Turn On Notification  
For Daily Alerts

'ୟୁପିର ଯୁବ ଘୋଷଣା ପତ୍ର' ଜାରି କଲେ ରାହୁଲ ଏବଂ ପ୍ରିୟଙ୍କା, 20 ଲକ୍ଷ ଚାକିରିର ଦେଲେ ପ୍ରତିଶୃତି

|

ଦିଲ୍ଲୀ : ମହିଳାମାନଙ୍କ ପରେ ବର୍ତ୍ତମାନ କଂଗ୍ରେସ ଦଳ ଯୁବପିଢ଼ୀଙ୍କ ପାଇଁ ନିଜର ଘୋଷଣା ପତ୍ର ଜାରି କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଉତ୍ତର ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମିଳିତ ଭାବେ ଦିଲ୍ଲୀ ମୁଖ୍ୟାଳୟରେ ଯୁବକମାନଙ୍କ ଉପରେ ପର୍ଯ୍ୟବେସିତ ଏକ ଘୋଷଣା ପତ୍ର ଜାରି କରିଛନ୍ତି । ଏହାର ନାମ ରହିଛି 'ନିଯୁକ୍ତି ବିଧାନ' । ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ମେନିଫେଷ୍ଟୋରେ କୌଣସି ଫମ୍ପା ଶବ୍ଦ ନାହିଁ, ଏହା ଏକ ଚିନ୍ତାଧାରା । ଆମେ ଆପଣଙ୍କୁ କହି ରଖୁଛୁ, ଏହି ନିଯୁକ୍ତି ନିୟମରେ ପାଞ୍ଚଟି ବିଭାଗ ଅଛି, ଯେଉଁଥିରେ ଯୁବକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଧ୍ୟାନ ଦିଆଯାଇଛି ।

congress

ଉତ୍ତର ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଏହି 'ନିଯୁକ୍ତି ବିଧାନ' ପ୍ରସ୍ତୁତ କରିବା ପାଇଁ ଆମର ନେତା ଓ କର୍ମୀମାନେ ୟୁପିରେ ଯୁବକମାନଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ସମସ୍ୟା ବିଷୟରେ ପଚାରିଥିଲେ । ଏହି ନିଯୁକ୍ତି ବିଧାନ ଏହି ଆଲୋଚନାରୁ ବାହାରିଛି । ସେ କହିଛନ୍ତି ଯେ ଆଜି ନିର୍ବାଚନରେ ଜାତି ଭିତ୍ତିକ ତଥା ସାମ୍ପ୍ରଦାୟିକ ପ୍ରଚାର ଚାଲିଛି । ଆମେ ଚାହୁଁ ଯେ ସକରାତ୍ମକ ଆଲୋଚନା ହେଉ, ଆପଣଙ୍କ ଭବିଷ୍ୟତ ଉପରେ ଆଲୋଚନା ହେଉ ଯାହା ଫଳରେ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଆଜି ଭାରତକୁ ଏକ ନୂତନ ଭିଜନ୍ ଆବଶ୍ୟକ । 2014 ରେ ବିଜେପି ଦ୍ୱାରା ଉପସ୍ଥାପିତ ହୋଇଥିବା ଭିଜନ୍ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଯେଉଁ ରାଜ୍ୟଗୁଡ଼ିକରେ ଆମର ସରକାର ଅଛି, ସେଠାରେ ଉତ୍ତରପ୍ରଦେଶର ଅବସ୍ଥା ଅପେକ୍ଷା ରୋଜଗାରର ଅବସ୍ଥା ଭଲ । ୟୁପିଏ ସମୟର ରେକର୍ଡ ମଧ୍ୟ ଆଜିଠାରୁ ବହୁତ ଭଲ ଥିଲା । ୟୁପି ପାଇଁ ଆମେ ଯେଉଁ ଘୋଷଣା କରୁଛୁ ତାହା ଆମର ଅନୁଭୂତିରୁ ବାହାରିଛି । ଏହି ସମୟରେ ବିଜେପି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ ଏତେ ସଂଖ୍ୟକ ଲୋକ ଚାକିରୀ ହରାଇଛନ୍ତି, ଏହାର କାରଣ ହେଉଛି ବିମୁଦ୍ରୀକରଣ, ଭୁଲ ଜିଏସ୍ଟି ଏବଂ କରୋନା ଲକଡାଉନ୍ । କଂଗ୍ରେସ ଏପରି କାର୍ଯ୍ୟ କଦାପି କରିପାରିବ ନାହିଁ ।

କଂଗ୍ରେସର ଏହି ନିଯୁକ୍ତି ନିୟମରେ ପାଞ୍ଚଟି ବିଭାଗ ଅଛି ଯେଉଁଥିରେ ଯୁବପିଢୀଙ୍କ ବିଭିନ୍ନ ସମସ୍ୟା ଉପରେ ଧ୍ୟାନ ଦିଆଯାଇଛି

  • ପ୍ରାଥମିକ ବିଦ୍ୟାଳୟରେ 1.5 ଲକ୍ଷ ଖାଲି ପଦବୀ ପୂରଣ ହେବ ।
  • ମହିଳାମାନଙ୍କ ପାଇଁ 8 ଲକ୍ଷ ସରକାରୀ ପଦବୀ ରହିବ ।
  • 20 ଲକ୍ଷ ସରକାରୀ ଚାକିରିର ଗ୍ୟାରେଣ୍ଟି ।
  • ମାଧ୍ୟମିକ, ଉଚ୍ଚଶିକ୍ଷା, ପୋଲିସ ଇତ୍ୟାଦି ବିଭାଗରେ ଖାଲି ପଦବୀ ପୂରଣ ହେବ ।
  • ସଂସ୍କୃତ ଶିକ୍ଷକ, ଉର୍ଦ୍ଦୁ ଶିକ୍ଷକ, ଅଙ୍ଗନୱାଡି, ଆଶା ଇତ୍ୟାଦିରେ ଥିବା ସମସ୍ତ ଖାଲି ପଦବୀ ପୂରଣ ହେବ ।
  • ନିଯୁକ୍ତି ପ୍ରକ୍ରିୟା ଉପରେ ଯୁବପିଢୀଙ୍କ ତୁଟିଥିବା ଭରଷା ପୁଣି ଫେରିବା ପାଇଁ ସମସ୍ତ ପରୀକ୍ଷା ଫର୍ମ ପାଇଁ ଦେୟ ଛାଡ କରାଯିବ ଏବଂ ବସ୍, ଟ୍ରେନ୍ ଯାତ୍ରା ମାଗଣା ହେବ ।
  • ଏକ ପରୀକ୍ଷା କ୍ୟାଲେଣ୍ଡର ଜାରି କରାଯିବ, ଯେଉଁଥିରେ ନିଯୁକ୍ତି ବିଜ୍ଞାପନ, ପରୀକ୍ଷା, ନିଯୁକ୍ତିର ରେକର୍ଡ କରାଯିବ ଏବଂ ଏହାର ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
  • ସଂରକ୍ଷଣର ଘୋଟାଲାକୁ ରୋକିବା ପାଇଁ ପ୍ରତ୍ୟେକ ନିଯୁକ୍ତି ପାଇଁ ସାମାଜିକ ନ୍ୟାୟ ସୁପରଭାଇଜର ରହିବେ ।
  • ଶିକ୍ଷା ବଜେଟ୍ ବୃଦ୍ଧି କରାଯିବ ଏବଂ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକର ନବୀକରଣ କରାଯିବ ।
  • ଯୁବକମାନଙ୍କ ରୋଜଗାର ପାଇଁ ନୂତନ ସୁଯୋଗ ଯୋଗାଇ ଦିଆଯିବ ।
  • ଅତ୍ୟଧିକ ପଛୁଆ ସମ୍ପ୍ରଦାୟର ଯୁବକମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ କରିବା ପାଇଁ 1% ସୁଧ ହାରରେ ଋଣ ଦିଆଯିବ ।
  • ରାଜ୍ୟର ଯୁବକମାନଙ୍କୁ ନିଶା ଜାଲରୁ ହଟାଇବା ପାଇଁ ଏକ କେନ୍ଦ୍ର ଖୋଲାଯିବ, ଯାହା ଯୁବକମାନଙ୍କୁ ପରାମର୍ଶ ଦେବ ।
  • ଏହା ବ୍ୟତୀତ ସାଂସ୍କୃତିକ କ୍ଷେତ୍ରରେ ଯୁବକମାନଙ୍କୁ ଉତ୍ସାହିତ କରାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Rahul Gandhi and Priyanka Gandhi Released Congress Youth Manifesto for Uttar Pradesh Assembly Election 2022
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X