ବ୍ରଜରାଜନଗର ଉପନିର୍ବାଚନ: ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା
ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ରାଧାରାଣୀଙ୍କ ନାଁରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ମେ ୩୧ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ।

ଗତକାଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାଁ ଘୋଷଣା କରିଥିଲା। ଏବେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାକୁ ନେଇ ବଢିଛି ଚର୍ଚ୍ଚା । ମିଳିଥିବା ସୂଚନା ଅନୁସାରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ବିଜେଡିର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି।
ପୂର୍ବରୁ ବ୍ରଜରାଜନଗରରୁ ବିଧାୟିକା ରହି ସାରିଛନ୍ତି ରାଧାରାଣୀ । ତେବେ ଗତ ୨୦୧୯ ନିର୍ବାଚନରେ ବିଜେପିର ହାୱା ଥିବା ସତ୍ୱେ ମଧ୍ୟ ରାଧାରାଣୀ ପରାଜିତ ହୋଇଥିଲା । ଚଳିତ ଥର ଅଘୋଷିତ ବିଦ୍ୟୁତ କାଟ୍, ପ୍ରଦୂଷଣ, ବେକାରୀ, ଚାଷୀ, ମତ୍ସ୍ୟଜୀବୀଙ୍କ ସମସ୍ୟା ସହିତ ମହିଳାମାନଙ୍କ ସାମାଜିକ ନାୟ ପାଇଁ ନିର୍ବାଚନ ଲଢିବି ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ରାଧାରାଣୀ ପଣ୍ଡା ।