For Quick Alerts
Turn On Notification  
For Daily Alerts
Oneindia App Download

ପଞ୍ଚାୟତ ନିର୍ବଚନ 2022: କୋଟିଆରେ ନିର୍ଦ୍ୱନ୍ଦ୍ୱ ପ୍ରାର୍ଥୀ, ତିନି ରାଜନୈତିକ ଦଳର ଜଣେ ପ୍ରାର୍ଥୀ

କୋଟିଆ ବାଜିରେ ଜଣେ ନିର୍ଦ୍ୱନ୍ଦ୍ୱ ପ୍ରାର୍ଥୀ । ତିନି ରାଜନୈତିକ ଦଳର ଜଣେ ପ୍ରାର୍ଥୀଙ୍କୁ ଚୟମ କରାଯାଇଛି । ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ସମସ୍ତଙ୍କ ସହମତିରେ ନିର୍ଦ୍ୱନ୍ଦ୍ୱରେ ଜଣେ ପ୍ରାର୍ଥୀ ନିର୍ବାଚିତ ହେବେ ।

|

ଭୁବନେଶ୍ୱର: କୋଟିଆ ବାଜିରେ ଜଣେ ନିର୍ଦ୍ୱନ୍ଦ୍ୱ ପ୍ରାର୍ଥୀ । ତିନି ରାଜନୈତିକ ଦଳର ଜଣେ ପ୍ରାର୍ଥୀଙ୍କୁ ଚୟମ କରାଯାଇଛି । ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ସମସ୍ତଙ୍କ ସହମତିରେ ନିର୍ଦ୍ୱନ୍ଦ୍ୱରେ ଜଣେ ପ୍ରାର୍ଥୀ ନିର୍ବାଚିତ ହେବେ । ସବୁ ଦଳର ନେତାଙ୍କ ସହମତିରେ ଏହି ପ୍ରାର୍ଥୀ ଜଣକ ନିର୍ବାଚନରେ ଭାଗ ନେବେ ।

ନିର୍ଦ୍ୱନ୍ଦ୍ୱ ପ୍ରାର୍ଥୀ

କୋଟିଆ ନିର୍ବାଚନରେ ତିନି ଦଳ ପକ୍ଷରୁ ଜଣେ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ତିନି ଦଳ ନେତାଙ୍କ ନିଷ୍ପତ୍ତି । ପୂର୍ବରୁ ମଧ୍ୟ କୋଟିଆକୁ ସବୁ ଦଳ ତଥା ଦଳ ଗତ ନିର୍ବିଶେଷରେ ଲଢେଇ ଜାରି ରଖିଛନ୍ତି । ସେଥିପାଇଁ ଆଜି ସର୍ବଦଳୀୟ ବୈଠକରେ ଆଗ ମାଟି ପରେ ପାର୍ଟି ବୋଲି ନିଷ୍ପତ୍ତି ନେଇଛନ୍ତି ।

ସବୁ ଦଳ ପକ୍ଷରୁ ଗୋଟିଏ ପ୍ରାର୍ଥୀ ତଥା ଶିକ୍ଷିତ ଯୁବତୀଙ୍କୁ ପ୍ରାର୍ଥୀ କରାଯିବ ବୋଲି ମତ ପ୍ରକାଶ ପାଇଛି । ୱାର୍ଡ ଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ସର୍ବଦଳୀୟ ପ୍ରାର୍ଥୀ କରାଯିବ । ଏକତାର ପରିଚୟ ସୃଷ୍ଟି କରିବା ପାଇଁ ସବୁ ଦଳର ଜିଲ୍ଲା ସଭାପତି କହିଛନ୍ତି । ସେମିତି ଓଡିଶା ଓ କୋରାପୁଟ ଜିଲ୍ଲାର ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଉପସ୍ଥିତ ରହି ଏକ ସାମୁହିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ନେତା ମାନେ କହିଛନ୍ତି ।

ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳମତକୁ ପଛରେ ପକାଇ କୋଟିଆ ଗ୍ରାମପୁଞ୍ଜରେ ନେତା ବାଛିବାକୁ ପ୍ରସ୍ତାବ ଦେଇଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ସେଥିପାଇଁ ଆଜି କୋରାପୁଟରେ ବସିଥିଲା ସର୍ବଦଳୀୟ ବୈଠକ । ପୂର୍ବରୁ ପଡୋଶୀ ଆନ୍ଧ୍ର ପ୍ରଦେଶ ଅଗଣତାନ୍ତ୍ରିକ ଭାବରେ କୋଟିଆରେ କରିଥିଲା ପଞ୍ଚାୟତ ନିର୍ବାଚନ । ଅର୍ଥମୋହ ଦେଖାଇ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଭାବିତ କରି ସେହି ଅଞ୍ଚଳ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିଲା । ତେଣୁ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଓଡିଶାର ରାଜନୈତିକ ଦଳ ମାନଙ୍କୁ ଏକାଠି ହେବାର ସମୟ ଆସିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Panchayat Election 2022: One Candidate in Kotia, Unanimously Elected by all Parties
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X