For Quick Alerts
Turn On Notification  
For Daily Alerts
Oneindia App Download

କାଲି ବାହାରିବ ଉପନିର୍ବାଚନ ଫଳ : ବଢୁଛି ନେତାଙ୍କ ହୃଦସ୍ପନ୍ଦନ, ବେଣୁ ମଉସାଙ୍କ ପାଇଁ ଦୀପ ଜାଳିଲେ ରାଣୀ

ପାଖେଇ ଆସୁଛି ସମୟ । କାଳି ବାହାରିବ ଓଡିଶାର ଦୁଇଟି ଉପନିର୍ବାଚନର ଫଳାଫଳ । ବେଣୁ ମଉସାଙ୍କ ପାଇଁ ଶହେ ଦୀପ ଜାଳିଲେ ଅଭିନେତ୍ରୀ ରାଣୀ ।

|

ଭୁବନେଶ୍ୱର : ପାଖେଇ ଆସୁଛି ସମୟ । କାଲି ବାହାରିବ ଉପନିର୍ବାଚନ ଫଳ । ଓଡିଶାର ଦୁଇଟି ହେଭିଓ୍ୱେଟ୍ ସ୍ଥାନ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପାଇଁ କାଲି ସକାଳ 8ଟାରୁ ଆରମ୍ଭ ହେବାକୁ ଯାଉଛି ଭୋଟ୍ ଗଣତି । ତେବେ ସମୟ ଯେତେ ପାଖଉଛି ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି । ପ୍ରାର୍ଥୀଙ୍କ ଠାରୁ ନେଇ ଦଳୀୟ ତୁଙ୍ଗ ନେତା ଯାଏଁ ସମସ୍ତଙ୍କ ଛାତି ଏବେ ଧଡଧଡ । ଭୋଟକୁ ନେଇ ଶାସକ ବିଜେଡି ଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସର ଅଙ୍କକଷା ଆରମ୍ଭ ହୋଇଛି । ଆସନ୍ତା କାଲି ମଧ୍ୟାହ୍ନ 12ଟା ସୁଦ୍ଧା ସମସ୍ତ ଚିତ୍ର ସ୍ପଷ୍ଟ ହୋଇଯିବ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଗଣିତ କାହା ସପକ୍ଷରେ ଯାଉଛି ତାହା ମଧ୍ୟାହ୍ନ 12ଟା ସୁଦ୍ଧା ପ୍ରମାଣିତ ହୋଇଯିବ । ସେହିପରି ଦୁଇଟି ଯାକ ଆସନ ବିଜେଡି ସପକ୍ଷରେ ଯିବ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ।
ଅପରପକ୍ଷରେ ଚଳିତ ଉପନିର୍ବାଚନରେ ବାଲେଶ୍ୱର ସଦରକୁ ନେଇ ଚର୍ଚ୍ଚାରେ ରହିଥିଲେ ବେଣୁ ମଉସା । ଗରିବ ଘରର ଏହି ବେଣୁ ମଉସାଙ୍କୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା ।

ଓଡିଶା ଉପନିର୍ବାଚନ

ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଠାରୁ ଆରମ୍ଭ କରି ରାଣୀ ପ୍ରୀୟଦର୍ଶିନୀ ପର୍ଯ୍ୟନ୍ତ ସମସ୍ତେ ପ୍ରଚାର କରିଥିଲେ । ଏପରିକି ଅଭିଜିତ୍ ମଜୁମଦାର୍ ମଧ୍ୟ ନିଜ ଅନ୍ଦାଜରେ ବେଣୁ ମଉସାଙ୍କ ପାଇଁ ଗୀତ ଗାଇଥିଲେ । ତେଣୁ ତିନୋଟି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ବେଣୁ ମଉସାଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । ବାଲେଶ୍ୱର ସଦରରେ ବେଣୁ ମଉସାଙ୍କ ବିଜୟ ପାଇଁ ଦୀପ ଜାଳିଛନ୍ତି ଅଭିନେତ୍ରୀ ରାଣୀ ପ୍ରୀୟଦର୍ଶିନୀ । ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ପାଖାପାଖି 100 ଦୀପ ଜାଳି ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ରାଣୀ । ନିର୍ବାଚନ ପ୍ରଚାର ସମୟରେ ରାଣୀ ବାଲେଶ୍ୱର ଯାଇ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିଥିଲେ । ଗାଁ ଗାଁ ବୁଲି ବେଣୁ ମଉସାଙ୍କୁ ଜିତାଇବା ପାଇଁ ଭୋଟ୍ ମାଗିଥିଲେ ରାଣୀ । ଏହି ସମସ୍ତ ଚିତ୍ର ମଧ୍ୟରେ ଆସନ୍ତା କାଲିର ନଜର ଓଡିଶାର ଏହି ଦୁଇଟି ନିର୍ବାଚନ ମଣ୍ଡଳୀର ଫଳାଫଳ ଉପରେ ରହିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Two Byelection Result will Come Tomorrow. Vote counting Start From 8 am.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X