For Quick Alerts
Turn On Notification  
For Daily Alerts
Oneindia App Download

କରୋନା ଯୋଦ୍ଧାଙ୍କ ସହ କଥା ହେଲେ ନବୀନ : 'କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁ ନାହିଁ'

ଭିଡିଓ କନଫରେନ୍ସିଂ ଜରିଆରେ ଟିକା ନେଇଥିବା ବ୍ୟକ୍ତିମାନଙ୍କ ସହ ଫିଡବ୍ୟାକ୍ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

|

ଭୁବନେଶ୍ୱର : ସାରା ଦେଶ ସହିତ ଆଜି ଓଡ଼ିଶାରେ ମଧ୍ୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ପାଞ୍ଚ ଗୋଟି ମହାନଗର ନିଗମ ଓ ଏମ୍ସ ସମେତ ରାଜ୍ୟର 161ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ତେବେ ଟିକାକରଣ ଆରମ୍ଭ ହେବା ପରେ ଟିକା ନେଇଥିବା ପ୍ରଥମ ବ୍ୟକ୍ତିଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଟିକା ନେଇଥିବା ବ୍ୟକ୍ତିମାନଙ୍କ ସହ ଫିଡବ୍ୟାକ୍ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ନେବା ପରେ ସେ ଏବେ କେମିତି ଅନୁଭବ କରୁଛନ୍ତି ପଚାରି ବୁଝିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ 2021 ସମସ୍ତଙ୍କ ପାଇଁ ଭଲ ଖବର ନେଇ ଆସିଛି । ଆଜି ଅପେକ୍ଷାର ଅନ୍ତ ହୋଇଛି ।

ନବୀନ ପଟ୍ଟନାୟକ

ଗତ ନଅମାସ ଧରି କୋଭିଡ୍ ଯୋଦ୍ଧାମାନେ ଜୀବନକୁ ବାଜି ଲଗାଇ ସେବା କରି ଚାଲିଛନ୍ତି । ସେମାନଙ୍କ ତ୍ୟାଗ ଓ ସେବାକୁ କେବେ ଭୁଲି ପାରିବୁ ନାହିଁ । ଟିକାକରଣ କାର୍ଯ୍ୟକ୍ରମକୁ ଚଳିତ ବର୍ଷର ସବୁଠାରୁ ବଡ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଭାବରେ ବର୍ଣ୍ଣନା କରି ଏହାକୁ ସଫଳ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆହୁରି ମଧ୍ୟ ସୁନ୍ଦରଗଡ଼ରେ ଟିକା ନେଇଥିବା ଡିଏଚଏଚ ନର୍ସଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ମୁଖ୍ୟମନ୍ତ୍ରୀ । କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କୁ ଟିକା ନେବା ପରେ କେମିତି ଲାଗୁଛି ବୋଲି ମତାମତ ନେଇଥିଲେ । ପରେ ଗଞ୍ଜାମ ସିଟି ହସ୍ପିଟାଲର ଡାକ୍ତରଙ୍କ ସହ କଥା ହୋଇଥିଲେ ନବୀନ । ଏହି ମେଗା ଭ୍ୟାକ୍ସିନେସନ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗ ଓ ସେବାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ।
ଶେଷରେ ଟିକା ନେଇଥିବା ଏବଂ ନେବାକୁ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହିତ ଟିକା ନେବା ପରେ ଅଧିକ ଆତ୍ମବିଶ୍ୱାସ ରହିବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । 5ଟି ସଚିବ ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha CM Naveen Patnaik Took the Feed Back From Covid Warriors
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X