For Quick Alerts
For Daily Alerts
ଉପନିର୍ବାଚନର ବିଜୟ : ବାଲେଶ୍ୱର ଓ ତିର୍ତ୍ତୋଲବାସୀଙ୍କୁ ଆଜି ସମ୍ବୋଧନ କରିବେ ନବୀନ ପଟ୍ଟନାୟକ
ସଂଧ୍ୟା 6ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାନସଭାର ଦଳୀୟ କର୍ମୀ ଓ 6.20 ମିନିଟରେ ବାଲେଶ୍ୱର ସଦରର ଭୋଟରମାନଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ଉପନିର୍ବାଚନର ବିଜୟକୁ ନେଇ ଆଜି ସଂଧ୍ୟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେଡିର ବାଜିମାତ ପରେ ଆଜି ଉଭୟ ବିଧାନସଭାର ଭୋଟରମାନଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ସଂଧ୍ୟା 6ଟା ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ସଂଧ୍ୟା 6ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାନସଭାର ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରିବେ । ଏହାପରେ ସଂଧ୍ୟା 6.20 ମିନିଟରେ ବାଲେଶ୍ୱର ସଦରର ଭୋଟରମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
Comments
English summary
Odisha By Poll Result Success Naveen Patnaik deliver Speech to Baleshwar and Tirtol People