For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟପାଳଙ୍କ ଅଭିଭାଷଣ ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ, କହିଲା ଦୁର୍ବଭାଗ୍ୟଜନକ କଥା

ରାଜ୍ୟପାଳଙ୍କ ଅଭିଭାଷଣ ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ, କହିଲା ଦୁର୍ବଭାଗ୍ୟଜନକ କଥା

|

ଭୁବନେଶ୍ୱର : ରାଜ୍ୟପାଳଙ୍କ ଅଭିଭାଷଣ ନେଇ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ଦଳ ନେତା ତାରାପ୍ରସାଦ ବାହିନୀପତି । ଓଡିଶାକୁ ବାହାର ରାଜ୍ୟ ଶୋଷଣ କରୁଛନ୍ତି । ସରକାର ନିରବ ଅଛନ୍ତି । ମହାନଦୀ ପାଣି, ବାଲି, ଘର-ବାଡି ସବୁ ନେଇଗଲେ । ଶେଷରେ ଓଡ଼ିଶାରେ ପଶି ଆନ୍ଧ୍ର ନିର୍ବାଚନ କଲା । ନବୀନ ବାବୁଙ୍କର ଓ କେନ୍ଦ୍ର ସରକାରଙ୍କ କୌଣସି ଦାଇତ୍ୱ ନାହିଁ । ଆଜି ନବୀବ ବାବୁ ନୀରବ ଅଛନ୍ତି । ଦିଲ୍ଲୀରୁ ପଲ୍ଲୀ ଯାଏଁ ଚାଷୀ ଆଜି ତ୍ରାହୀ ତ୍ରାହୀ ଡାକୁଛନ୍ତି । ଶହଶହ ଚାଷୀ ଆତ୍ମହତ୍ୟା କରୁଛନ୍ତି । ନରେନ୍ଦ୍ର ମୋଦୀ ସରକାର ଯେଉଁ ବିଲ୍ ଆଣିଛନ୍ତି ତାକୁ ନବୀନ ବାବୁ ସମର୍ଥନ କରିଛନ୍ତି ବୋଲି ଗଣମାଧ୍ୟମକୁ ନିଜ ବିବୃତି ଦେଇ କହିଛନ୍ତି ତାରା ବାହିନୀପତି । ସେହିପରି ଧାନ, କାଳିଆ ଯୋଜନାକୁ ନେଇ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ତାରା ।

ତାରାପ୍ରସାଦ ବାହିନୀପତି

ସେ କହିଛନ୍ତି, 'ଯେଉଁ ଚାଷୀମାନଙ୍କ ପାଇଁ କାଳିଆ ଯୋଜନା କରିଛ କଣ ଦେଇଛ ? ଧାନ ମଣ୍ଡିରେ ଲକ୍ଷ ଲକ୍ଷ ବସ୍ତାର ଧାନ ପଡିଛି । କେନ୍ଦ୍ର ସରକାରଙ୍କର ଦାଇତ୍ତ୍ୱ ଅଛି ସେ ବି ନିରବ । ବିଜେଡି ଓ ବିଜେପି ମିଲି ଭଗତ୍ ।' ସାରା ରାଜ୍ୟରେ ଯୁବକମାନଙ୍କ ପାଇଁ ଓଡ଼ିଶାରେ ଚାକିରି ନାହିଁ । ଯୁବକମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ରାଜ୍ୟପାଳ ଯେଉଁ ଅଭିଭାଷଣ ପଢୁଛନ୍ତି ତାହା ଏକ ଦୁର୍ବଭାଗ୍ୟଜନକ କଥା । ସେଥିପାଇଁ ମହାମହିନ ରାଜ୍ୟପାଳଙ୍କୁ ଆମେ ନିବେଦନ କଲୁ ଆପଣ ପଢା ବନ୍ଦ କରନ୍ତୁ, ଚାଲି ଯାଆନ୍ତୁ । ଆପଣ ଜଣେ ଭଦ୍ରଲୋକ ଅପମାନିତ ହେବେ ବୋଲି କହିଛନ୍ତି ତାରା । ଶେଷରେ ରାଜ୍ୟର ଆଇନ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ତାରା । ରାଜ୍ୟ ଆଜି ଦୋ ଛକରି । ଏଠାରେ ମହିଳା ସୁରକ୍ଷିତ ନାହିଁ । ନବଜାତ ଶିଶୁ ସୁରକ୍ଷିତ ନାହିଁ, ଛୋଟ ଝିଅ ସୁରକ୍ଷିତ ନାହିଁ, ନାବାଳିକା ହତ୍ୟା, ଚାଷୀ, ଏସଏଚଜି ଗ୍ରୁପ୍ ଆନ୍ଦୋଳନ କରୁଛନ୍ତି, ଶିକ୍ଷକ ଆନ୍ଦୋଳନ କରୁଛନ୍ତି । ରାଜ୍ୟର ସରକାର କାହାକୁ ସୁରକ୍ଷା ଦେଇ ପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ତାରା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Budget Session 2021 Opposition Congress Walkout
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X