ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ପ୍ରାର୍ଥୀ ହେବେ ନାହିଁ: ପ୍ରଦୀପ ମାଝୀ
ଭୁବନେଶ୍ୱର: ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଘୋଷଣା ପ୍ରସଙ୍ଗ। ଦିବଙ୍ଗତ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ପ୍ରାର୍ଥୀ ହେବେ ନାହିଁ ବୋଲି କଂଗ୍ରେସ କହିଛି।

ସେପଟେ ପିପିଲି ଉପନିର୍ବାଚନ ପାଇଁ ଆଜି ସଂଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଅଜିତଙ୍କ ପରିବାରରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲୁ କିନ୍ତୁ ସେମାନେ ମନା କରିଛନ୍ତି। ପ୍ଲାନ A ଆମର ଫେଲ୍ ମାରିଛି, ପ୍ଲାନ୍ B କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି ପ୍ରଦୀପ ।
ଏନେଇ କଂଗ୍ରେସ ଭବନରେ ପ୍ରାର୍ଥୀ ଚୟନ ନେଇ ଗତ ମଙ୍ଗଳବାର ଏକ ସବ୍ କମିଟି ବୈଠକ ବସିଥିଲା। ଏହି ବୈଠକ ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା। ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ସେନେଇ ଚିନ୍ତା ବଢିଥିଲା ଦଳର। ବୈଠକରେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିବା ବେଳେ ଆସନ୍ତା ୨ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀ ସୂଚନା ଦେଇଥିଲେ।


Click it and Unblock the Notifications