For Quick Alerts
Turn On Notification  
For Daily Alerts
Oneindia App Download

'ପରୀ ନ୍ୟାୟ ପାଉ ସତ୍ୟ ଉନ୍ମୋଚନ ହେଉ' : ମୁହଁ ଖୋଲିଲେ ଅରୁଣ ସାହୁ

ନୟାଗଡ଼ ପରୀ ହତ୍ଯା କାଣ୍ଡକୁ ନେଇ ବିଧାନସଭା ଗୃହ ଭିତରେ ଓ ବାହାରେ ତୁମ୍ବିତୋଫାନ୍ ହେବା ପରେ ଶେଷରେ ଏନେଇ ବିବୃତି ରଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

|

ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ଯା କାଣ୍ଡକୁ ନେଇ ବିଧାନସଭା ଗୃହ ଭିତରେ ଓ ବାହାରେ ତୁମ୍ବିତୋଫାନ୍ ହେବା ପରେ ଶେଷରେ ଏନେଇ ବିବୃତି ରଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ."ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ଏହି ଘଟଣାରେ ମୁଁ ଗଭୀର ମର୍ମାହତ । ତାଙ୍କ ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ । ମୋର ରାଜନୈତିକ ଜୀବନରେ ମୁଁ ହିଂସାର ଘୋର ବିରୋଧୀ । ରାଜ୍ୟ ସରକାର ଯେଉଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତାକୁ ମୁଁ ସ୍ୱାଗତ କରୁଛି ।

ଅରୁଣ ସାହୁ

ଏଥିସହ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ମୁଁ ଦୃଢ ବିଶ୍ୱାସ । ଏଥିରେ ଯିଏ ବି ଜଡ଼ିତ ହେଇଥାଉ ତାକୁ ଦଣ୍ଡିତ କରିବା ଦରକାର । ମୋର ଅନୁରୋଧ ଏହାକୁ ରାଜନୀତିକରଣ ନକରି ବରଂ ପରୀ ନ୍ୟାୟ ପାଇବା ପାଇଁ ଦାବି ରଖିବା ଉଚିତ୍ ।" ଶେଷରେ ସେ କହିଛନ୍ତି "ପରୀ ନ୍ୟାୟ ପାଉ ସତ୍ୟ ଉନ୍ମୋଚନ ହେଉ" । ସୂଚନାଥାଉକି, ଅରୁଣ ସାହୁଙ୍କ ବିବୃତି ସମୟରେ ମଧ୍ୟ ଗୃହରେ ହୋହାଲ୍ଲା ଜାରି ରହିଥିଲା । ଏଥିପାଇଁ ବାଚସ୍ପତି ଗୃହକୁ ଆସନ୍ତା କାଲି ଯାଏଁ ମୁଲତବି ରଖିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Minister Arun Sahoo Statement on Pari Murder case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X