For Quick Alerts
Turn On Notification  
For Daily Alerts
Oneindia App Download

West Bengal Assembly Election : ଗ୍ୟାସ ମୂଲ୍ୟ ବୃଦ୍ଧି ବିରୋଧରେ ମାର୍ଚ୍ଚ 7 ରେ ଉତ୍ତର ବଙ୍ଗଳାରେ ପଦଯାତ୍ରା କରିବେ ମମତା

ତୃଣମୂଳ କଂଗ୍ରେସ ନିର୍ବାତନ ପୂର୍ବରୁ ଡୋର ଟୁ ଡୋର୍ କ୍ୟାମ୍ପେନ୍ କରିବା ସହ ଟିଏମସି ସପକ୍ଷରେ ଭୋଟ୍ ମାଗୁଛନ୍ତି । ଏହା ପରେ ଗ୍ୟାସ ମୂଲ୍ୟ ବୃଦ୍ଧିକୁ ବିରୋଧ କରି 7 ମାର୍ଚ୍ଚରେ ମମତା ପଦଯାତ୍ରା ଆରମ୍ଭ କରିବେ ।

|

କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ଉତ୍ସାହ ତୀବ୍ର ହେବାରେ ଲାଗିଛି । ଦେଶରେ ତୈଳ ଓ ଗ୍ୟାସ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧିକୁ ମମତା ବାନାର୍ଜୀ ନିର୍ବାଚନ ପ୍ରସଙ୍ଗ ବନାଇଛନ୍ତି । ଗ୍ୟାସ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାରା ରାଜ୍ୟରେ ପଦ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ତୃଣମୂଳ କଂଗ୍ରେସ ନିର୍ବାତନ ପୂର୍ବରୁ ଡୋର ଟୁ ଡୋର୍ କ୍ୟାମ୍ପେନ୍ କରିବା ସହ ଟିଏମସି ସପକ୍ଷରେ ଭୋଟ୍ ମାଗୁଛନ୍ତି । ଏହା ପରେ ଗ୍ୟାସ ମୂଲ୍ୟ ବୃଦ୍ଧିକୁ ବିରୋଧ କରି 7 ମାର୍ଚ୍ଚରେ ମମତା ପଦଯାତ୍ରା ଆରମ୍ଭ କରିବେ । ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗକୁ କେନ୍ଦ୍ର କରି ଏହି ପଦଯାତ୍ରା ସମୟରେ ମମତା ବିଜେପିକୁ ଟାର୍ଗେଟ୍ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

Mamata-Banerjee

ତୃଣମୂଳ କଂଗ୍ରେସ ନେତା ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗ୍ୟାସ ମୂଲ୍ୟ ବୃଦ୍ଧି ବିରୋଧରେ ମାର୍ଚ୍ଚ 7 ରେ ଦାର୍ଜିଲିଂ ମୋର ଏବଂ ସିଲିଗୁଡ଼ିରେ ମହିଳାମାନଙ୍କ ସହ ଏକ "ପଦଯାତ୍ରା" ଆୟୋଜନ କରିବେ । ରାଜ୍ୟରେ ବିଜେପିକୁ ଟକ୍କର ଦେବା ପାଇଁ ମମତା ବାନାର୍ଜୀ ଏହି ନୂତନ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ସମୟରେ ସାରା ଦେଶରେ ତେଲ ଏବଂ ଗ୍ୟାସ ମୂଲ୍ୟରେ ବୃଦ୍ଧି ହୋଇଛି । ଏହା ପରେ ଏହାକୁ ପ୍ରସଙ୍ଗ କରି ବିରୋଧୀ ଦଳ ମାନେ ସାରା ଦେଶରେ ମୋଦୀ ସରକାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।

ଦେଶରେ ସବସିଡି ନଥିବା ଏଲପିଜି ସିଲିଣ୍ଡରର ମୂଲ୍ୟରେ ସୋମବାର ପୁଣି 25 ଟଙ୍କା ବୃଦ୍ଧି ପାଇଛି । ଫେବୃଆରୀ ଠାରୁ 14.2 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ 125 ଟଙ୍କା ବୃଦ୍ଧି ପାଇଛି । ଫେବୃଆରୀ 25 ରେ, LPG ର ମୂଲ୍ୟ 25 ଟଙ୍କା ବୃଦ୍ଧି ହୋଇଛି । ଫେବୃଆରୀ ମାସରେ ଏହା ତୃତୀୟ ବୃଦ୍ଧି ଥିଲା । ଏହାପୂର୍ବରୁ 4 ଫେବୃଆରୀ ଏବଂ 14 ଫେବୃଆରୀରେ ମଧ୍ୟ ମୂଲ୍ୟ ବୃଦ୍ଧି ହୋଇଥିଲା ।

ଜାନୁଆରୀରେ, ସବସିଡିଯୁକ୍ତ ଏଲପିଜି (14.2 କେଜି) ର ମୂଲ୍ୟ 694 ଟଙ୍କା ଥିଲା । ଗତ ଡିସେମ୍ବରରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଡିସେମ୍ବର 2020 ରେ, LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଦୁଇ ଥର ବୃଦ୍ଧି ପାଇଥିଲା । ଡିସେମ୍ବର 1 ରେ ଘରୋଇ ଏଲପିଜିର ମୂଲ୍ୟ 594 ରୁ 644 ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ପରେ, 15 ଡିସେମ୍ବରରେ ଗୋଟିଏ ସିଲିଣ୍ଡରର ମୂଲ୍ୟ 694 ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mamata Banerjee Will Hold A Padayatra on 7th March Protesting LPG Price Hike
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X