For Quick Alerts
Turn On Notification  
For Daily Alerts
Oneindia App Download

ଆମେରିକାବାସୀଙ୍କୁ ବାଇଡେନଙ୍କ ସମ୍ବୋଧନ : ବ୍ଲୁ ଓ ରେଡ୍ ଷ୍ଟେଟ୍ ନୁହଁ, ଯୁକ୍ତରାଷ୍ଟ୍ର ଆମେରିକା ଗଠନ

ବ୍ଲୁ ଓ ରେଡ୍ ଷ୍ଟେଟ୍ ନୁହଁ, ଯୁକ୍ତରାଷ୍ଟ୍ର ଆମେରିକା ଗଠନ ହେବ ମୋର ପ୍ରାଥମିକତା | ସେ ସମସ୍ତ ଆମେରିକାବାସୀଙ୍କ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ, କେହି ତାଙ୍କୁ ଭୋଟ୍ ଦେଇଥାନ୍ତୁ ଅବା ନାହିଁ ବୋଲି ନିଜ ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି |

|

ଓ୍ୱାସିଙ୍ଗଟନ(ଡିସି) : ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର 46ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି | ନିଜର ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, 'ମୁଁ ଆମେରିକାର ଏପରି ରାଷ୍ଟ୍ରପତି ହେବି, ଯିଏକି ସମାଜକୁ ଯୋଡ଼ିବା ପାଇଁ କାର୍ଯ୍ୟ କରିବ |' ଆମେରିକାକୁ ବ୍ଲୁ ଓ ରେଡ୍ ଷ୍ଟେଟ୍ ନୁହଁ, ଯୁକ୍ତରାଷ୍ଟ୍ର ଆମେରିକା ଭାବେ ଦେଖିବେ ବୋଲି ସେ କହିଛନ୍ତି | ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହ୍ୟାରିସ୍ ଏବଂ ତାଙ୍କ ଉପରେ ଭରସା କରିଥିବାରୁ ସେ ଆମେରିକାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି |

Jo-Biden-USA
ସେ ଆହୁରି ମଧ୍ୟ କହିଛନ୍ତି, ଏ ଦେଶର ନିର୍ବାଚନ ଆମେରିକାବାସୀଙ୍କ ପାଇଁ ହୋଇଛି | ତେଣୁ ସମସ୍ତେ ଏକାଠି ହୋଇ କାମ କରିବାକୁ ସେ ଆହ୍ୱାନ କରିଛନ୍ତି |
ସେ ଏକ ଟ୍ୱିଟ୍ କରି କହିଛନ୍ତି, ଆପଣମାନେ ମତେ ଦେଶର ନେତୃତ୍ୱ ନେବା ପାଇଁ ଚୟନ କରିଛନ୍ତି | ଆଗାମୀ ରାସ୍ତା କଠିନ ରହିବ ନିଶ୍ଚୟ | ମୁଁ ଆମେରିକାବାସୀଙ୍କ ରାଷ୍ଟ୍ରପତି ଭାବେ କାମ କରିବି, କେହି ମତେ ଭୋଟ୍ ଦେଇଥାନ୍ତୁ ଅବା ନାହିଁ |
ଏଥି ସହିତ ସାରା ବିଶ୍ୱରେ ଚାଲିଥିବା କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସେ ପ୍ରଥମେ କାମ କରିବେ ବୋଲି ଘୋଷଣା କରିଛନ୍ତି | ଆମେରିକାକୁ କରୋନା ମୁକ୍ତ କରିବା ପାଇଁ ଆସନ୍ତା ସୋମବାର ଦିନ ସେ କେତେକ ପ୍ରମୁଖ ବୈଜ୍ଞାନିକ ଏବଂ ପ୍ରବୀଣ ବ୍ୟକ୍ତିଙ୍କ କମିଟି ଘୋଷଣା କରିବେ | ଯେଉଁମାନେ ଆମେରିକାର ଏହି ମହାମାରୀସ୍ଥିତିକୁ ରୋକିବା ଦିଗରେ କାର୍ଯ୍ୟ କରିବେ |

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ 270 ଇଲେକ୍ଟୋରାଲ୍ ଭୋଟ୍ ଆବଶ୍ୟକ ଥିବାବେଳେ ବାଇଡେନ୍ 290 ଇଲେକ୍ଟୋରାଲ୍ ଭୋଟ୍ ପାଇସାରିଛନ୍ତି | ସେ ପୂର୍ବରୁ ବାରାକ୍ ଓବାମାଙ୍କ ସରକାର ସମୟରେ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
No Blue and Red state, only one United State of America : Jo Biden.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X