• search
For Quick Alerts
Turn On Notification  
For Daily Alerts

ଗୋଆରେ ବିଜେପିକୁ ବଡ଼ ଝଟାକା, ଟିକେଟ୍ କଟିବା ପରେ ଦଳ ଛାଡ଼ିବାକୁ ଘୋଷଣା କଲେ ପୂର୍ବତନ ସିଏମ୍ ଲକ୍ଷ୍ମୀକାନ୍ତ ପାରସେକର

|

ପାନାଜୀ : ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାରସେକର ଭାରତୀୟ ଜନତା ପାର୍ଟି ଛାଡିବାକୁ ଘୋଷଣା କରିଛନ୍ତି । ରାଜ୍ୟର ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଥିବା ଲକ୍ଷ୍ମୀକାନ୍ତଙ୍କୁ ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ଟିକେଟ୍ ଦିଆଯାଇ ନାହିଁ । ଟିକେଟ୍ କାଟିବା ପରେ ଅସନ୍ତୋଷ ପ୍ରକାଶ କରି ଲକ୍ଷ୍ମୀକାନ୍ତ ପାରସେକର ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି । ଲକ୍ଷ୍ମୀକାନ୍ତ ପାରସେକର ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ସହ ବିଜେପିର ମେନିଫେଷ୍ଟୋ କମିଟିର ଚେୟାରମ୍ୟାନ ମଧ୍ୟ ଅଛନ୍ତି ।

Laxmikant Parsekar

ଲକ୍ଷ୍ମୀକାନ୍ତ ପାରସେକର ଶନିବାର କହିଛନ୍ତି, ସମର୍ଥକଙ୍କ ସହ କଥା ହେବା ପରେ ମୁଁ ବିଜେପି ଛାଡିବାକୁ ନିଷ୍ପତ୍ତି ନେଇଛି । ଆଜି ସନ୍ଧ୍ୟାରେ ଦଳର ସଦସ୍ୟତାରୁ ମୁଁ ଇସ୍ତଫା ଦେବି ।

ସୂଚନାଯୋଗ୍ୟ, ପାରସେକର ଗୋଆର ମଣ୍ଡ୍ରେମ ବିଧାନସଭା ଆସନରୁ ବିଜେପିରୁ ଟିକେଟ ଚାହୁଁଥିଲେ । ଏଠାରୁ ବିଜେପି ତାଙ୍କୁ ଟିକେଟ୍ ନ ଦେଇ ବର୍ତ୍ତମାନର ବିଧାୟକ ଦୟାନନ୍ଦ ସୋପଟେଙ୍କୁ ପ୍ରାର୍ଥୀ କରିଛି । 2017 ରୁ ବିଧାନସଭା ନିର୍ବାଚନରେ ଦୟାନନ୍ଦ ସୋପଟେ କଂଗ୍ରେସ ଟିକେଟରେ ଜିତିଥିଲେ । 2017ରେ ପାରସେକର ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ଏହାପରେ 2019 ରେ ଦୟାନନ୍ଦ ସୋପଟେ ବିଜେପିରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ସେ ଜଣେ ବିଜେପି ପ୍ରାର୍ଥୀ ହୋଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଫେବୃଆରୀ 14 ରେ ଗୋଆର ସମସ୍ତ ଆସନରେ ଭୋଟ୍ ଗ୍ରହଣ ହେବ । ମତଦାନ ପୂର୍ବରୁ ରାଜ୍ୟରେ ଶାସକ ବିଜେପି ଅନେକ ନେତାଙ୍କ ଟିକେଟ୍ କାଟିବା ପରେ ରାଗିଯାଇ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି । ଏଥିରେ ଲକ୍ଷ୍ମୀକାନ୍ତଙ୍କ ବ୍ୟତୀତ ଏହା ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁତ୍ର ଉତ୍ପଳ ପାରିକର ନାମ ମଧ୍ୟ ସାମିଲ ଅଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Former Goa cm Laxmikant Parsekar will resign from bjp After denied ticket
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X