For Quick Alerts
Turn On Notification  
For Daily Alerts
Oneindia App Download

ରେଳଧାରଣାରୁ ମିଳିଲା କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସ୍.ଏଲ୍ ଧର୍ମେଗୌଡାଙ୍କ ମୃତଦେହ

କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସ.ଏଲ୍ ଧର୍ମେଗୌଡାଙ୍କ ମୃତଦେହ କାଦୁର ସ୍ଥିତ ଚିକକମାଗାଲୁରୁ ରେଳଧାରଣା ନିକଟରୁ ଉଦ୍ଧାର କରାଯାଇଛି | ଏଥିସହିତ ସେଠାରୁ ଏକ ସୁଇସାଇଡାଲ୍ ନୋଟ୍ ମଧ୍ୟ ମିଳିଛି |

|

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସ.ଏଲ୍ ଧର୍ମେଗୌଡାଙ୍କ ମୃତଦେହ କାଦୁର ସ୍ଥିତ ଚିକକମାଗାଲୁରୁ ରେଳଧାରଣା ନିକଟରୁ ଉଦ୍ଧାର କରାଯାଇଛି | ଏଥିସହିତ ସେଠାରୁ ଏକ ସୁଇସାଇଡାଲ୍ ନୋଟ୍ ମଧ୍ୟ ମିଳିଛି |

ଗତକାଲି ରାତିରେ ସେ ଘରୁ ବାହାରକୁ ଯାଇଥିଲେ ଏବଂ ବିଳମ୍ବିତ ରାତିରେ ନଫେରିବାରୁ ପରିବାର ଲୋକ ଚିନ୍ତିତ ଥିଲେ | ତାଙ୍କର ଏହି ମୃତ୍ୟୁ ଜନତା ଦଳ (ଧର୍ମନିରପେକ୍ଷ) ପାଇଁ ଏକ ବହୁତ ବଡ଼ କ୍ଷତି | "ରାଜ୍ୟ ବିଧାନ ପରିଷଦର ଉପବାଚସ୍ପତି ତଥା ଜେଡିଏସ୍ ନେତା ଏସ୍.ଏଲ୍ ଧର୍ମେଗୌଡାଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ | ସେ ଜଣେ ଶାନ୍ତ ଓ ଭଲ ବ୍ୟକ୍ତି ଥିଲେ | ଏହା ରାଜ୍ୟ ପାଇଁ ଏକ ବଡ଼ କ୍ଷତି ବୋଲି ଜେଡିଏସ୍ ନେତା ଏଚଡି ଦେବଗୌଡ଼ା କହିଛନ୍ତି |

SL-Dhrme-gowda

ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି ଯେ, ତାଙ୍କର ଏହି ମୃତ୍ୟୁ ଦଳ ପାଇଁ ଏକ ଅପୂରଣୀୟ କ୍ଷତି | କୁମାରସ୍ୱାମୀ ଏକ ଟୁଇଟ୍‌ରେ କହିଛନ୍ତି, "ଦଳର ବରିଷ୍ଠ ନେତା ତଥା ମୋ ଭାଇ ଏସ୍.ଏଲ୍ ଧର୍ମେଗା ଗୌଡାଙ୍କ ଆତ୍ମହତ୍ୟା ଖବର ଏକ ଆଶ୍ଚର୍ଯ୍ୟଜନକ ଘଟଣା | ଆମେ ଜଣେ ଦକ୍ଷ ବ୍ୟକ୍ତିତ୍ୱର ରାଜନେତାଙ୍କୁ ହରାଇଛୁ | ଭଗବାନ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ଧର୍ଯ୍ୟ ଦିଅନ୍ତୁ |"

ନିକଟ ଅତୀତରେ କର୍ଣ୍ଣାଟକ ବିଧାନସଭା ପରିଷଦରେ ଉପବାଚସ୍ପତି ଏସ୍ ଏଲ୍ ଧର୍ମେଗୌଡ଼ାଙ୍କୁ କଂଗ୍ରେସ୍ ସଦସ୍ୟମାନେ ଚେୟାରରୁ ହଟାଇ ଗୃହ ବାହାରକୁ ଗୃହରି ବାହାରକୁ ଆଣିଥିଲେ | ଗୃହର ଚେୟାରମ୍ୟାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ବିଜେପି ତାଙ୍କୁ ଅଣସାମ୍ବିଧାନିକ ଭାବେ ତାଙ୍କୁ ବସାଇ ଅଧିବେଶନକୁ ଅଧ୍ୟକ୍ଷତା କରିବାକୁ ଚେଷ୍ଟା କରୁଛନ୍ତି | ଏହି ଭିଡ଼ିଓଟି ଭାଇରାଲ ହୋଇଥିଲା |

ଧର୍ମେ ଗୌଡ଼ାଙ୍କ ଏହି ମୃତ୍ୟୁ କର୍ଣ୍ଣାଟକରେ ରାଜନୈତିକ ଝଡ଼ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି | ତାଙ୍କ ଭାଇ ଏସ ଏଲ୍ ଭୋଜେ ଗୌଡ଼ା ମଧ୍ୟ ବିଧାନ ପରିଷଦର ଦଣେ ସଦସ୍ୟ ଏବଂ କୁମାନସ୍ୱାମୀଙ୍କର ଅତି ବିଶ୍ୱସ୍ତ ତଥା ଘନିଷ୍ଠ ଭାବେ ଜଣାଶୁଣା |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Dead body of Deputy Speaker of Karnataka Legislative Council S L Dharme Gowda Found on Rail Track.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X