For Quick Alerts
Turn On Notification  
For Daily Alerts
Oneindia App Download

ଦୁଇ ବର୍ଷ ପରେ ଗଣମାଧ୍ୟମ ସାମ୍ନାକୁ ଆସିଲେ ସିଦ୍ଧୁ, କୃଷକ ସମସ୍ୟା ନେଇ ନିଜ ସରକାରଙ୍କୁ କଲେ ପ୍ରଶ୍ନ

ସିଦ୍ଧୁ କୃଷି ଆଇନକୁ ନେଇ ମୋଦୀ ସରକାରଙ୍କ ଉପରେ ଆକ୍ରମଣାତ୍ମକ ମନ୍ତବ୍ୟ ରଖିଛନ୍ତି । ଏଥିସହିତ ପଞ୍ଜାବ ସରକାରର ମୁଖ୍ୟ କ୍ୟାପଟେନ ଅମରିନ୍ଦ ସିଂଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି ।

|

ଚଣ୍ଡିଗଡ଼ : ଦୀର୍ଘ ଦୁଇ ବର୍ଷ ପରେ ପରେ ପଞ୍ଜାବର ନେତା ନବଜୋତ ସିଂ ସିଦ୍ଧୁ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ଏହି ସମୟ ମଧ୍ୟରେ ସିଦ୍ଧୁ କୃଷି ଆଇନକୁ ନେଇ ମୋଦୀ ସରକାରଙ୍କ ଉପରେ ଆକ୍ରମଣାତ୍ମକ ମନ୍ତବ୍ୟ ରଖିଛନ୍ତି । ଏଥିସହିତ ପଞ୍ଜାବ ସରକାରର ମୁଖ୍ୟ କ୍ୟାପଟେନ ଅମରିନ୍ଦ ସିଂଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି । ପଞ୍ଜାବରେ ତୈଳବୀଜ ଏବଂ ଡାଲି କ୍ରୟ ନେଇ ସେ କ୍ୟାପଟନ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚଣ୍ଡିଗଡ଼ର ପଞ୍ଜାବ ଭବନରେ ଗଣମାଧ୍ୟମକୁ ସେ କହିଛନ୍ତି, ପଞ୍ଜାବ ସରକାର ଚାଷୀଙ୍କୁ ଡାଲି ଏବଂ ତୈଳ ବୀଜ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) କାହିଁକି ଦେଉନାହାଁନ୍ତି ?

Navjot-Singh-Sidhu

ନିଜ ସରକାର ବିରୋଧରେ କହିଥିବା ସିଦ୍ଧୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାର ପ୍ରାୟ ଦୁଇ ବର୍ଷ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, ସେ କେବଳ କେନ୍ଦ୍ରୀୟ କୃଷି ଆଇନ ଏବଂ କୃଷକଙ୍କ ସମସ୍ୟା ବିଷୟରେ କହିବାକୁ ଆସିଛନ୍ତି । ଏହି ସମୟରେ ସେ ହରିୟାଣାର ଉଦାହରଣ ଦେଇ ଖାଦ୍ୟ ଶସ୍ୟ କ୍ରୟ ପାଇଁ ସରକାର ବିପୁଳ ପରିମାଣର ଖର୍ଚ୍ଚ କରୁଛନ୍ତି ବୋଲି କହିଥିଲେ । ହରିୟାଣା ସରକାର ତୈଳବୀଜ କିଣୁଛନ୍ତି ଏବଂ ସେଥିରୁ ତେଲ ବିକ୍ରି କରୁଛନ୍ତି । ଆମେ ଏହା ଉପରେ MSP କାହିଁକି ଦେଇ ପାରିବୁ ନାହିଁ ? ସେ ଆହୁରି ମଧ୍ୟ କହିଛନ୍ତି, କୃଷକମାନେ ଜୈବିକ ଚାଷ ପାଇଁ ପ୍ରସ୍ତୁତ, କିନ୍ତୁ ଅତି କମରେ କେହି ସେମାନଙ୍କୁ ସମର୍ଥନ କରିବାକୁ ଆଗେଇ ଆସିବା ଉଚିତ୍ । କୃଷକଙ୍କ ପାଇଁ MNREGA ପରି ସର୍ବନିମ୍ନ ସହାୟତା ଆୟ ମଧ୍ୟ ରହିବା ଆବଶ୍ୟକ ବୋଲି ସିଦ୍ଧୁ କହିଛନ୍ତି ।

ଏଥି ସହ ପଞ୍ଜାବ ସମେତ ସାରା ଦେଶରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ସିଦ୍ଧୁ ସମର୍ଥନ କରିଛନ୍ତି । କୃଷକଙ୍କ ସ୍ୱାର୍ଥକୁ ନଜରେ ରଖି କେନ୍ଦ୍ର ସରକାର ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି, ଲୋକମାନେ କେନ୍ଦ୍ର ସରକାରଙ୍କ ଆଇନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ, କ୍ୟାପଟେନ ଅମରିନ୍ଦର ସରକାରରୁ ଇସ୍ତଫା ଦେବା ପରେ ନବଜୋତ ସିଂ ସିଦ୍ଧୁ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖିଥିଲେ, ଆଜି ସେ ପ୍ରାୟ 2 ବର୍ଷ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress leader Navjot Singh Sidhu targets Central govt supporting farmer Protest, and also targets Punjab Govt on MSP.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X