ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ; ନିଜ ନିଜ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଲେ ନୋଡ଼ାଲ ଅଧିକାରୀ
ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ଜିଲ୍ଲାର ନିର୍ବାଚନ ସାମଗ୍ରୀ ନୋଡ଼ାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍. ତିରୁମାଲା ନାଏକ ଓ ଶ୍ରୀ ମିହିର ମହାନ୍ତି ଏହି ସମୀକ୍ଷା କରିଥିଲେ ।
ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ନିର୍ବାଚନ ସାମଗ୍ରୀ ନୋଡ଼ାଲ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ ।

ବୁଥସ୍ତରରେ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ସାମଗ୍ରୀ ଆବଶ୍ୟକ ହୋଇଥାଏ । ସେହି ସମସ୍ତ ସାମଗ୍ରୀ ଯେପରି ରାଜ୍ୟର ସମସ୍ତ ବୁଥ୍ ପାଇଁ ଉପଯୁକ୍ତ ଭାବରେ ପ୍ରାପ୍ତ ହୋଇପାରିବ ସେସବୁ ବିଷୟରେ ସବିଶେଷ ସମୀକ୍ଷା ହୋଇଥଲା । ଭୋଟିଙ୍ଗ୍ କମ୍ପାର୍ଟମେଣ୍ଟ, ବ୍ୟାକ୍କ୍, ଏଲ୍ଇଡି ଲ୍ୟାମ୍ପ, ବାକ୍ସ, ଲୁହା ବ୍ୟାକ୍, ଏକଜଷ୍ଟ ଫ୍ୟାନ୍, ସିଲ୍, କାଳି, କାର୍ବନ ପେପର, ଗୁଲିସୂତା, ପିନ୍, ମହମବତୀ, ଷ୍ଟାମ୍ପପ୍ୟାଡ୍ ଭଳି ବିଭିନ୍ନ ସାମଗ୍ରୀ ପ୍ରତିଟି ବୁଥ୍ରେ ବ୍ୟବହାର ହେବ । ଜିଲ୍ଲାସ୍ତରରେ ଏଥ୍ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ରାଜ୍ୟର ପ୍ରାୟ ଜିଲ୍ଲାମାନଙ୍କରେ ଅତିରିକ୍ତ ଜିଲ୍ଲାପାଳମାନେ ଏହି ନିର୍ବାଚନ ସାମଗ୍ରୀଗୁଡ଼ିକର ନୋଡ଼ାଲ ଅଧିକାରୀ ରୂପେ କାର୍ଯ୍ୟ କରୁଛନ୍ତି । ଆଜିର ଆଭାସୀ ବୈଠକରେ ଏହି ସମସ୍ତ ନିର୍ବାଚନ ସାମଗ୍ରୀ ବିଷୟରେ ବିଭିନ୍ନ ଜିଲ୍ଲାର ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିଲା ।
ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏହି ସମସ୍ତ ସାମଗ୍ରୀର ବ୍ୟବହାର ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ସମସ୍ତ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ଏହି ନିର୍ବାଚନ ସାମଗ୍ରୀ ବିଷୟରେ ପ୍ରଶିକ୍ଷଣ ପ୍ରାପ୍ତ ହେବେ । ଏହା ଦ୍ଵାରା ସେମାନେ ବୁଥ୍ ସ୍ତରରେ ଏହି ସମସ୍ତ ସାମଗ୍ରୀର ସୁବ୍ୟବହାର କରିପାରିବେ । ଏହି ସମୀକ୍ଷା ବୈଠକରେ ସେହି ସମସ୍ତ ଦିଗ ଆଲୋଚନା ହୋଇଥିଲା । ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନକୁ ଓଡ଼ିଶାରେ ସମ୍ପୂର୍ଣ୍ଣ ରୂପେ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ନୋଡ଼ାଲ ଅଫିସରମାନଙ୍କ ସହ ଏହି ସମସ୍ତ ବିଷୟରେ ସବିଶେଷ ଆଲୋଚନା କରିଥିଲେ ।
ଏହି ଆଭାସୀ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଅନ୍ୟ ବରିଷ୍ଠ ଅଧ୍ବକାରୀ ଓ ଜିଲ୍ଲାସ୍ତରର ବରିଷ୍ଠ ଅଧୂକାରୀମାନେ ମଧ୍ୟ ଯୋଗଦେଇଥିଲେ ।












Click it and Unblock the Notifications