• search
For Quick Alerts
Turn On Notification  
For Daily Alerts

'ଦିଲ୍ଲୀର ଏକ ମନ୍ଦିର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର', AAP ଦେଖାଇଲା ଚିଠି

|

ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗୀରପୁରୀରେ ବେଆଇନ୍ ନିର୍ମାଣ ଉଚ୍ଛେଦ ପ୍ରସଙ୍ଗ ଥଣ୍ଡା ହୋଇ ନଥିବା ବେଳେ ରାଜସ୍ଥାନର ଅଲୱାରରେ 300 ବର୍ଷ ପୁରୁଣା ମନ୍ଦିର ଭାଙ୍ଗିବା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । ଅଲୱାରର ରାଜଗଡ଼ ସହରରେ ଏହି ମନ୍ଦିର ଭଙ୍ଗା ଯାଇଛି, ଯାହାକୁ ନେଇ ବିଜେପି ଗେହଲୋଟ୍ ସରକାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଆମ୍ ଆଦମୀ ପାର୍ଟି (ଏଏପି) ନେତା ଅତିଶୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଦିଲ୍ଲୀର ଏକ ମନ୍ଦିର ଭାଙ୍ଗିବାକୁ କେନ୍ଦ୍ର ଦେଇଥିବା ନିର୍ଦ୍ଦେଶର ଏକ ଚିଠି ପୋଷ୍ଟ କରିଛନ୍ତି ।

Atishi

ଅଲୱାର ରାଜଗଡ଼ରେ 300 ବର୍ଷ ପୁରୁଣା ମନ୍ଦିର ଭାଙ୍ଗିବା ନେଇ ବିବାଦ ମଧ୍ୟରେ ଆମ୍ ଆଦମୀ ପାର୍ଟି (AAP) ନେତା ଅତିଶୀ ଦିଲ୍ଲୀର ଶ୍ରୀନିବାସପୁରୀ ଅଞ୍ଚଳରେ ଏକ ମନ୍ଦିର ଭାଙ୍ଗିବାକୁ କେନ୍ଦ୍ର ଦେଇଥିବା ନିର୍ଦ୍ଦେଶର ଏକ ଚିଠିକୁ ସେୟାର କରିଛନ୍ତି । ଏହି ଚିଠିରେ ଦର୍ଶାଯାଇଛି ଯେ କୌଣସି ଅଧିକାର ବିନା ସରକାରୀ ଜମିରେ ଧାର୍ମିକ ସରଞ୍ଚନା ଗଠନ କରାଯାଇଥିଲା । ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ଯେ 7 ଦିନ ମଧ୍ୟରେ ଜମି ଖାଲି କରିବାକୁ ପଡିବ, ନଚେତ ମନ୍ଦିରଟି ଭାଙ୍ଗି ଦିଆଯିବ ।

ଏଥିସହ ରାଜଗଡର ମନ୍ଦିର ଭାଙ୍ଗିବା କାର୍ଯ୍ୟାନୁଷ୍ଠାନ ଉପରେ ଅଲୱାର କଲେକ୍ଟରଙ୍କ ଅନୁଯାୟୀ ସହମତି ପ୍ରକାଶ ପାଇବା ପରେ ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ନିଆଯାଇଥିଲା । ଅଲୱାର୍ ଜିଲ୍ଲା କଲେକ୍ଟର ନାକାତେ ଶିବପ୍ରସାଦ ମଦନ କହିଛନ୍ତି ଯେ ଅପ୍ରେଲ୍ 6 ରେ ସମସ୍ତଙ୍କୁ ପୃଥକ ଭାବରେ ନୋଟିସ୍ ଦିଆଯାଇଥିଲା ଏବଂ ଉଚ୍ଛେଦ ଅଭିଯାନର ଦୁଇ ଦିନ ପୂର୍ବରୁ ଏକ ଘୋଷଣା କରାଯାଇଥିଲା । ଅପ୍ରେଲ 17 - 18 ରେ ଉଚ୍ଛେଦ ଡ୍ରାଇଭ୍ କରାଯାଇଥିଲା । ଡିଏମ୍ କହିଛନ୍ତି ଯେ କୌଣସି ଆଇନଗତ ଢାଞ୍ଚା ଭାଙ୍ଗି ନାହିଁ ଏବଂ ଭାଙ୍ଗିବା ସମୟରେ କୌଣସି ବିରୋଧ କରାଯାଇ ନାହିଁ ।

ଅଲୱାର ଏଡିଏମ ସୁନୀତା ପଙ୍କଜଙ୍କ ଅନୁଯାୟୀ ରାଜଗଡ ପୌରପାଳିକା ଗତ ବର୍ଷ ସେପ୍ଟେମ୍ବରରେ ଏକ ପ୍ରସ୍ତାବ ଆଣିଥିଲା ଯାହା ଅପ୍ରେଲ 17 ରେ କାର୍ଯ୍ୟକାରୀ ହୋଇଥିଲା । ଲୋକମାନଙ୍କୁ ଏହା ପୂର୍ବରୁ ସୂଚନା ଦିଆଯାଇଥିଲା ଯେ ଏହା (ମନ୍ଦିର) ହଟାଯିବ, ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କୌଣସି ପ୍ରକାରର ବିରୋଧ ପାଇଁ ସ୍ଥାନୀୟ ଲୋକଙ୍କ ଠାରୁ କୌଣସି ଆବେଦନ ପାଇନାହୁଁ । ସେ କହିଛନ୍ତି ଯେ 3 ଟି ମନ୍ଦିର ଥିଲା, 2 ଟି ବ୍ୟକ୍ତିଗତ ଏବଂ ଗୋଟିଏ ନାଳ ଉପରେ ମନ୍ଦିର ନିର୍ମାଣ କରାଯାଇଥିଲା । ପ୍ରଶାସନ ସର୍ବସମ୍ମତି କ୍ରମେ ପ୍ରତିମାଗୁଡ଼ିକୁ ହଟାଇଲା । ଜନସାଧାରଣଙ୍କ ସର୍ବସମ୍ମତି କ୍ରମେ ଏହି ମନ୍ଦିରଟି ନିର୍ବିବାଦୀୟ ସ୍ଥାନରେ ପୌରସଂସ୍ଥା ଦ୍ୱାରା ନିର୍ମାଣ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Centre ordering demolition of temple in Delhi's Sriniwaspuri, AAP Atishi shared letter issued by centre
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X