For Quick Alerts
Turn On Notification  
For Daily Alerts
Oneindia App Download

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ଗାଡ଼ି ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ ଓ ବିଧାୟକ

ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କାହୋଇଛି ।

|

ଭୋପାଳ : ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କାହୋଇଛି । ଫଳରେ 2ଜଣ ଆହତ ହୋଇଛନ୍ତି । ସୈଭାଗ୍ୟବଶତଃ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇନାହିଁ ଏବଂ ତାଙ୍କର କୌଣସି କ୍ଷତି ହୋଇନାହିଁ ।

Dharmendra-pradhan

ଖବର ଅନୁସାରେ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର ଗ୍ୟାସ୍ ପ୍ଲାଣ୍ଟ ଓ ଏକ ବିଦ୍ୟାଳୟ ଉଦଘାଟନ କରି ଫେରୁଥିବା ବେଳେ ତାଙ୍କ କାରକେଡରେ ସାମିଲ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା । ଗୋଟିଏ ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ତାହା ସାମ୍ନାରେ ଥିବା ଗାଡ଼ିକୁ ଧକ୍କା ଦେଇଥିଲା ।

ବେତୁଲର ଏସଡିଏମ୍ ସିଏଲ୍ ଚିନାପଙ୍କ ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ତାହା ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡ଼ିକୁ ପିଟିଥିଲା । ଏହା ଫଳରେ ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡ଼ିରେ ଥିବା ସୁରକ୍ଷାକର୍ମୀ ବିବେକ ବର୍ମା ଗୁରୁତର ଆହତ ହୋଇଛନ୍ତି । ଅପରପକ୍ଷରେ ବିଧାୟକଙ୍କ ଗାଡ଼ି ଭିତରେ ବସିଥିବା ସାଂସଦ ଦୁର୍ଗାଦାସ ଉଇକେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Central Minister Dharmendra Pradhan Convey faced an accident in Betul of Madhya Pradesh.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X