India
  • search
For Quick Alerts
Turn On Notification  
For Daily Alerts
Oneindia App Download

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା କ୍ଷେତ୍ରରେ ବଡ ଧରଣର ଅବହେଳା, ଚପର ନିକଟରେ ଉଡ଼ିଲା କଳା ବେଲୁନ୍

|

ଅମରାବତୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଭୀମୱରମରେ ପହଞ୍ଚିଥିଲେ । ଏହି ସମୟରେ ପିଏମ ମୋଦୀଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅବହେଳା ସାମ୍ନାକୁ ଆସିଛି । ମୋଦୀଙ୍କ ଚପର ଉଡ଼ାଣ ଭରିବା ସମୟରେ କଂଗ୍ରେସକର୍ମୀ ଅତି ନିକଟକୁ ଯାଇ କଳା ବେଲୁନ୍ ଛାଡି ବିରୋଧ କରିଥିଲେ । କେବଳ ଏତିକି ନୁହେଁ କଂଗ୍ରେସ କର୍ମୀମାନେ 'ମୋଦୀ ଗୋ ବ୍ୟାକ୍' ସ୍ଲୋଗାନ ଦେଉଥିବାର ନଜର ଆସିଥିଲେ । କଂଗ୍ରେସର ଏହି ପ୍ରତିବାଦରେ ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

narendra Modi

ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ଯେଉଁଠାରୁ ଉଡ଼ାଣ ଭରିଥିଲା ସେହି ବିମାନବନ୍ଦରରେ କିଛି କଂଗ୍ରେସ ନେତା ବିରୋଧ କରିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କଳା ବେଲୁନ୍ ଏବଂ ପ୍ଲାକାର୍ଡ ଧରିଥିବାର ନଜର ଆସିଥିଲେ । ପରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚପର ଉଡ଼ାଣ ଭରିଥିଲା, ସେତେବେଳେ କଂଗ୍ରେସ କର୍ମୀମାନେ ସେହି କଳା ବେଲୁନଗୁଡ଼ିକୁ ଆକାଶରେ ଛାଡିଥିଲେ । ଏହି କଳା ବେଲୁନ୍ ଗୁଡିକ ପିଏମ ମୋଦୀଙ୍କ ଚପରର ଅତି ନିକଟରେ ଉଡୁଥିବାର ଭିଡିଓରେ ଦେଖିବାକୁ ମିଳିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଗନ୍ନାଭରମ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା, ସେତେବେଳେ କଂଗ୍ରେସ କର୍ମୀମାନେ ବିମାନବନ୍ଦର ନିକଟରେ ସ୍ଥିତ ଏକ ନିର୍ମାଣାଧୀନ କୋଠାର ଛାତରୁ କଳା ବେଲୁନ୍ ଉଡାଇ ଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ ନେଇ ପୋଲିସ ଏହି ଘଟଣାକୁ ଯୋଡିଛି । ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ସମୟରେ କୃଷ୍ଣ ଜିଲ୍ଲାର ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଏହି ମାମଲାରେ ତିନି ଜଣ କଂଗ୍ରେସ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚପର ଗନ୍ନାଭରାମ ବିମାନବନ୍ଦରରୁ ଉଡ଼ାଣ ପରେ କଳା ବେଲୁନ୍ ଛାଡିଥିବା ଅଭିଯୋଗରେ 3 ଜଣ କଂଗ୍ରେସ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Black balloons released by Congress protesters close to PM Modi's chopper in Andhra Pradesh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X