• search
For Quick Alerts
Turn On Notification  
For Daily Alerts

ଆଗାମୀ 20-30 ବର୍ଷ ପାଇଁ ଭାରତୀୟ ରାଜନୀତିରେ ଶକ୍ତ ରହିବ ବିଜେପି - ପ୍ରଶାନ୍ତ କିଶୋର

|

ନୂଆଦିଲ୍ଲୀ : ଭାରତୀୟ ରାଜନୀତିରେ ବଡ଼ ଚେହେରା ଭାବେ ନିଜର ସ୍ଥାନ ଗଢିଛନ୍ତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ନିଜର ରଣନୀତି ଜରିଆରେ କେତେକ ରାଜ୍ୟରେ ସେ କେତେ ଦଳକୁ ଶାସନ ଗାଦିରେ ବସାଇବାରେ ସଫଳ ହୋଇଛନ୍ତି ତ କେତେବେଳେ କେନ୍ଦ୍ର ସରକାର ବିରୋଧରେ ତୃତୀୟ ସାମ୍ମୁଖ୍ୟ ପ୍ରସ୍ତୁତ କରିବା ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ନିକଟ ଆତୀତରେ କଂଗ୍ରେସରେ ଯୋଗ ଦେବା ନେଇ ଅନେକ କଳ୍ପନାଜଳ୍ପନା ପରେ ମଧ୍ୟ ତାହା ସଫଳ ହୋଇ ପାରିନଥିଲା । ଶେଷରେ ସେ କଂଗ୍ରେସରେ ଯୋଗ ନ ଦେବା ନେଇ ନିଷ୍ପତ୍ତି ଶୁଣାଇ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲେ । କିନ୍ତୁ ବର୍ତ୍ତମାନ ସେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ବିଜେପି ଏବଂ କଂଗ୍ରେସ ଦଳର ଆଗାମୀ ରାଜନୈତିକ ଭବିଷ୍ୟତ ବିଷୟରେ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି, ଯାହାକି ଭାରତୀୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Prashant Kishor

ନିକଟରେ ପ୍ରଶାନ୍ତ କିଶୋର ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଆଗାମୀ 23 - 30 ବର୍ଷ ପର୍ଯ୍ୟନ୍ତ ଭାରତ ରାଜନୀତିରେ ବିଜେପି ନିଜର ପ୍ରାଧାନ୍ୟ ଜାରି ରଖିବ । ଏହାକୁ ପରାସ୍ତ କରିବା ଅନ୍ୟ ଦଳମାନଙ୍କ ପାଇଁ କଷ୍ଟକର ହୋଇପଡ଼ିବ । ଏପରିକି କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ପ୍ରତିଦ୍ୱନ୍ଦୀଙ୍କୁ କିପରି ଚ୍ୟାଲେଞ୍ଜ କରିବ ଏବଂ ବିରୋଧୀ ଦଳ କିପରି ହେବା ଉଚିତ୍ ତାହା ବିହାର ରାଜନୀତିରୁ ଶିଖିବା ଉଚିତ୍ । ଏହି ସମୟରେ ସେ ବିହାରର ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳକୁ ଦର୍ଶାଇଥିଲେ ।

ସାକ୍ଷାତକାରରେ ପ୍ରଶାନ୍ତ କିଶୋର କହିଛନ୍ତି, '1977 ବ୍ୟତୀତ ସ୍ୱାଧୀନତା ପରେ 1990 ପର୍ଯ୍ୟନ୍ତ କଂଗ୍ରେସ ଦଳ ଭାରତୀୟ ରାଜନୀତିର କେନ୍ଦ୍ରରେ ରହିଆସିଥିଲା । ସେହି ସମୟରେ ମଧ୍ୟ ପରିବେଶ ଆଜି ପରି ଥିଲା । ସପକ୍ଷରେ ହେଉ ଅବା ବିପକ୍ଷରେ ହେଉ ରାଜନୀତି କଂଗ୍ରେସ ପକ୍ଷରେ ଥିଲା । ସେତେବେଳେ କୌଣସି ଦଳ ପାନ୍ ଇଣ୍ଡିଆରେ ପହଞ୍ଚିବାରେ ସଫଳ ହୋଇ ପାରିନଥିଲେ । ବର୍ତ୍ତମାନ ବିଜେପି ଠିକ୍ ସେହି ଧାରା ବଜାୟ ରଖିଛି, ଯାହାକି ଆଗମାୀ 20-30 ବର୍ଷ ପର୍ଯ୍ୟନ୍ତ ରହିବ ।

ପ୍ରଶାନ୍ତ ଏହା ମଧ୍ୟ କହିଛନ୍ତି, "ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଣାପଡୁଛି ଯେ ଆସନ୍ତା 20-30 ବର୍ଷ ପର୍ଯ୍ୟନ୍ତ ବିଜେପି ଦେଶର ରାଜନୀତିର କେନ୍ଦ୍ରରେ ରହିବ । ରାଜନୀତି ଏହାକୁ ସମର୍ଥନ କରୁ ଅବା ନ କରୁ ବିଜେପି କେନ୍ଦ୍ରରେ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିକୁ ଏପରି ଏକ ଉଚ୍ଚତାରେ ପହଞ୍ଚାଇଛନ୍ତି ଯାହାକୁ ଚ୍ୟାଲେଞ୍ଜ କରିବା ସହଜସାଧ୍ୟ ନୁହେଁ । ରାଜନୀତିରେ ପ୍ରାସଙ୍ଗିକ ରହିବାକୁ ହେଲେ ଲାଇମଲାଇଟରେ ରହିବାକୁ ପଡିବ, ଏହା ସକରାତ୍ମକ ହେଉ ଅବା ନକାରାତ୍ମକ । କିନ୍ତୁ କଂଗ୍ରେସ ଏହି ପ୍ରସଙ୍ଗରେ କମଜୋର ନଜର ଆସୁଛି, ଯାହାକି ଦଳକୁ ଲଢିବା ପାଇଁ ମନୋବଳ ଦେଇ ପାରୁନି ।

ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି ଯେ 'ଯିଏ ରାଜନୀତିରେ ଉନ୍ନତି କରିଛି ତାର ଅବନତି ହେବ ନାହିଁ' ସେପରି ନୁହେଁ । ଏହା ହୋଇପାରେ, କିନ୍ତୁ ଏହା ବହୁତ ସମୟ ଲାଗିବ । ଆଗାମୀ ଦଶନ୍ଧି ଧରି ବିଜେପି ଭାରତରେ ଏକ ଶକ୍ତିଶାଳୀ ରାଜନୈତିକ ଦଳ ହୋଇ ରହିବ, ଯାହାକୁ ନିର୍ବାଚନରେ ପରାଜିତ କରିବା କଷ୍ଟକର ହେବ । ଯଦି ଆପଣ ଥରେ ଭାରତର 30 ପ୍ରତିଶତରୁ ଅଧିକ ଭୋଟ୍ ନିଜ ସପକ୍ଷରେ କରି ନିଅନ୍ତି ତେବେ କାହାର ଅନିଚ୍ଛା ସତ୍ତ୍ୱେ ମଧ୍ୟ ଶୀଘ୍ର ରାଜନୀତିରେ ଅଦୃଶ୍ୟ ହେବେ ନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ନିର୍ବାଚନରେ ବିଜେପି ଜିତିବ । କିନ୍ତୁ ସେ ନିଶ୍ଚିତ ଭାବରେ ରାଜନୀତିର କେନ୍ଦ୍ରରେ ରହିବେ । ଏହା ତାଙ୍କ ସମର୍ଥନରେ ହେଉ କିମ୍ବା ତାଙ୍କ ବିପକ୍ଷରେ ବୋଲି କହିଛନ୍ତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJP will Strong till next 20-30 years in India Politics, It's Difficult to defeat says Prashant Kishor
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X