For Quick Alerts
Turn On Notification  
For Daily Alerts
Oneindia App Download

ଆଇନଶୃଙ୍ଖଳା ଠାରୁ ନେଇ ପ୍ରତିଶୃତି ଯାଏଁ ନବୀନଙ୍କୁ ହିସାବ ମାଗିଲେ ପୁରନ୍ଦେଶ୍ୱେରୀ

ରାଜ୍ୟର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ସରକାରଙ୍କ ପ୍ରତିଶୃତି ଯାଏଁ ହିସାବ ମାଗିଛନ୍ତି ରାଜ୍ୟ ବିଜେପିର ପ୍ରଭାରୀ ପୁରନ୍ଦେଶ୍ୱରୀ ।

|

ଭୁବନେଶ୍ୱର : ରାଜ୍ୟର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ସରକାରଙ୍କ ପ୍ରତିଶୃତି ଯାଏଁ ହିସାବ ମାଗିଛନ୍ତି ରାଜ୍ୟ ବିଜେପିର ପ୍ରଭାରୀ ପୁରନ୍ଦେଶ୍ୱରୀ । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମଳନୀ କରି ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗରେ ବର୍ଷିଛନ୍ତି ପୁରନ୍ଦେଶ୍ୱେରୀ । ଓଡ଼ିଶାରେ ବିଜେଡି 20 ବର୍ଷ ଧରି ସୁଶାସନ ନାମରେ କୁଶାସନ ଚଳାଇଥିବା କହିଛନ୍ତି । ଏହାର ଉଦାହରଣ ଦେଇ ସେ କହିଛନ୍ତି ରାଜ୍ୟ ସରକାର ଯଦି ଗରିବ ଲୋକଙ୍କର ମଙ୍ଗଳ ଚାହୁଁଥାନ୍ତେ ତାହେଲେ ଆୟୁଷ୍ମାନ ଭାରତ ଯୋଜନା ପ୍ରଣୟନ କରିଥାନ୍ତେ । ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦେଇଥିବା ପ୍ରତିଶୃତି କେତେ ଲୋକଙ୍କ ପାଖରେ ପହଞ୍ଚିଛି ତାହା କେବଳ ରାଜ୍ୟବାସୀ କହିବେ । ରାଜ୍ୟରେ 1250ଟି ଗ୍ରାମରେ ନଳକୂପ ନଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପୁରନ୍ଦେଶ୍ୱରୀ ।

ବିଜେପି

ଗ୍ରାମଞ୍ଚଳରେ ପାଖାପାଖି 2 ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ପକ୍କା ଘର ଯୋଗାଇ ଦେବାରେ ସରକାର ବିଫଳ ହୋଇଛନ୍ତି । ଚାଷୀ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୁରନ୍ଦେଶ୍ୱରୀ । କାଳିଆ ଯୋଜନାରେ କୃଷକମାନେ ବାର୍ଷିକ 10 ହଜାର ଟଙ୍କା ପାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ନିର୍ବାଚନ ସମୟରେ ଭୋଟ୍ ହାତେଇବା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଆଇନଶୃଙ୍ଖଳାକୁ ନେଇ ପୁରନ୍ଦେଶ୍ୱରୀ କହିଛନ୍ତି ରାଜ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଚାଲିଛି । ପରୀ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ରହିଥିବା ବେଳେ ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଦେଉଥିବା ସେ କହିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ସେ । ରାଜ୍ୟସରକାରଙ୍କ ବିଧାୟକ ଥିବା ବେଳେ ଶହଶହ କୋଟି ଟଙ୍କାର ସଂପତ୍ତି ଠୁଳ କରିବା ଓ ଜଣେ ଲାଞ୍ଚଖୋର୍ ଅଫିସର ଏବଂ ତାଙ୍କ ପୁଅକୁ ସହାୟତା ଦେବା ଭଳି ଘଟଣା କେବେ ବି ରାଜ୍ୟ ସରକାରଙ୍କ ବିନା ସହଯୋଗରେ ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି । ଅପରପକ୍ଷରେ ରାଜ୍ୟ ସରକାର କିମ୍ବା ଶାସକ ଦଳ ପକ୍ଷରୁ ଏହି ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJP Targets Odisha Government in Various Issues
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X