For Quick Alerts
Turn On Notification  
For Daily Alerts
Oneindia App Download

ପରୀ ହତ୍ୟା ମାମଲା: 'କିଏ କହୁଛି ସତ? ଗୃହ ରାଷ୍ଟ୍ରମନ୍ତ୍ରୀ ନା ଏସଆଇଟି ମୁଖ୍ୟ'

ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଏସଆଇଟି ତଦନ୍ତ ଉପରେ ମଧ୍ୟ ପ୍ରଶ୍ନବାଚୀ ଲଗାଇଛନ୍ତି ।

|

ଭୁବନେଶ୍ୱର: ପରୀ ସମେତ ରାଜ୍ୟର ନିଖୋଜ ଶିଶୁମାନଙ୍କୁ ନ୍ୟାୟ ଦେବା ଦାବିରେ ଦ୍ୱିତୀୟ ଦିନରେ ପହଞ୍ଚିଛି ରାଜ୍ୟ ବିଜେପିର ପଦଯାତ୍ରା । ତେବେ ଏହି ଅବସରରେ ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଏସଆଇଟି ତଦନ୍ତ ଉପରେ ମଧ୍ୟ ପ୍ରଶ୍ନବାଚୀ ଲଗାଇଛନ୍ତି ।

ପରୀ ହତ୍ୟାକାଣ୍ଡ ସଂପର୍କରେ ବିଧାନସଭାରେ ବିରୋଧୀ ଦଳ ପଚାରିବାରୁ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହାକୁ ହତ୍ୟା ବୋଲି ସ୍ୱୀକାର କରିଥିଲେ । ପରୀର ମୃତ ଶରୀରରୁ ଦୁଷ୍କର୍ମ ହୋଇଛି ବୋଲି କୌଣସି ପ୍ରମାଣ ମିଳିପାରିବ ନାହିଁ ବୋଲି ଗୃହରାଷ୍ଟ୍ର ମନ୍ତ୍ରୀ ଲିଖିତ ଉତ୍ତର ରଖିଥିଲେ । ଅନ୍ୟପଟେ ପୋଲିସ କ୍ଷମିତା ନଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ପରୀର ଦୁଷ୍କର୍ମ ହୋଇଛି ବୋଲି କହିଛନ୍ତି । ତେବେ ଗୃହ ରାଷ୍ଟ୍ରମନ୍ତ୍ରୀ କି ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ମଧ୍ୟରୁ କିଏ ସତ କହୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି ।

BJP Press Meet on Pari Murder Case

ପ୍ରଦୀପଙ୍କ ଅଭିଯୋଗ, ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀକୁ ରାଜ୍ୟସରକାର ନ୍ୟାୟ ଦେବାକୁ ଚାହୁଁନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିରୀହ ନାବାଳିକାଠୁ ତାଙ୍କ ଦଳର ମନ୍ତ୍ରୀ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ । ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର କିଛି ବି ପନ୍ଥା ଆପଣାଇ ପାରନ୍ତି । ରାଜ୍ୟସରକାର ଦୋଷୀକୁ ଦଣ୍ଡ ଦେବା ଅପେକ୍ଷା ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛନ୍ତି । ବିଭିନ୍ନ ତଦନ୍ତର ଆଳ ଦେଖାଇ ନିର୍ଦ୍ଦୋଷକୁ ଦୋଷୀ କରାଇବାରେ ମାହିର ଏସଆଇଟି ଟିମ୍ ପରୀ ହତ୍ୟାକାଣ୍ଡରେ ଜଣେ ନିରୀହ ଅନୁସୂଚିତ ଜାତିର ନାବାଳକକୁ ଦୋଷୀ ସଜାଇ ଗିରଫ କରିଛି । ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ବିଜେଡିର ହାତବାରେସି ସାଜି ଲିପାପୋତା କରି ପରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି ବୋଲି ପ୍ରଦୀପ ନାଏକ ଅଭିଯୋଗ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJP Press Meet on Pari Murder Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X