For Quick Alerts
Turn On Notification  
For Daily Alerts
Oneindia App Download

ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନ : ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀକୁ ପୁଣି କହିଲେ 'ଦେଶଭକ୍ତ'

ବିଜେପି ସାଂସଦ ତଥା ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିୟ ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେକୁ ଦେଶପ୍ରେମୀ ବୋଲି କହି ପୁଣି ଥରେ ବିବାଦ ଭିତରକୁ ଚାଲିଯାଇଛନ୍ତି ।

|

ଭୋପାଳ : ବିଜେପି ସାଂସଦ ତଥା ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିୟ ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେକୁ ଦେଶପ୍ରେମୀ ବୋଲି କହି ପୁଣି ଥରେ ବିବାଦ ଭିତରକୁ ଚାଲିଯାଇଛନ୍ତି ।

ହିନ୍ଦୁ ମହାସଭାରେ ପୂଜା କରାଯାଉଥିବା ମହାତ୍ମା ଗାନ୍ଧୀଙଅକ ହତ୍ୟାକାରୀ ନାଥୁରାମ ଗୋଡସେକୁ ବିବାଦୀୟ ବିଜେପି ନେତା ବାରମ୍ବାର ଦେଶଭକ୍ତ କହିଆସୁଛନ୍ତି । ଏହା ପୂର୍ବରୁ ସଂସଦରେ ଏଭଳି ମନ୍ତବ୍ୟ ଦେବା ସହ ଭାବନାକୁ ଆଘାତ ଦେଇଥିବାରୁ କ୍ଷମା ମଧ୍ୟ ମାଗିଥିଲେ ।

sadhvi-pragya-thakur

ଯେତେବେଳେ ଗୋଡସେକୁ ଭାରତର ପ୍ରଥମ ଆତଙ୍କବାଦୀ ବୋଲି କଂଗ୍ରେସ ଦଳ କହୁଥବା ନେଇ ପ୍ରଶ୍ନ କରାଯାଇଥିଲା, ସେ କହିଛନ୍ତି, "ଦେଖନ୍ତୁ, ଏପରି ହୋଇଛି, କଂଗ୍ରେସ ଦେଶଭକ୍ତଙ୍କୁ ସବୁବେଳେ ଗାଳି ଦେଇଆସୁଛନ୍ତି । ଭଗଓ୍ୱା ଆତଙ୍କ ମଧ୍ୟ କହିଛନ୍ତି । ଏହାଠାରୁ ଖରାପ କଣ ହୋଇପାରେ ।"

ଗୋଡସେକୁ ପ୍ରଶଂସା କରୁଥିବା ଲୋକଙ୍କ ଲଜ୍ଜା ରହିବା ନେଇ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ କଂଗ୍ରେସ ସାଂସଦ ଦିଗବିଜୟ ସିଂଙ୍କ ମନ୍ତବ୍ୟ ଉପରେ ବିଜେପି ସାଂସଦ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

"ହିନ୍ଦୁ ମହାସଭା ପ୍ରତିଷ୍ଠା କରିଥିବା ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ତଥା ସାଥୀ ଥିବା ମହାମନା ମଦନ ମୋହନ ମାଲଭିୟ ଜୀ ତିନି ଥର ପାଇଁ ଅଲ ଇଣ୍ଡିଆ କଂଗ୍ରେସର ସଭାପତି ଥିଲେ । ଆଜି ସେହି ହିନ୍ଦୁ ମହାସଭାର ଲୋକମାନେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ପ୍ରଶଂସା କରୁଛନ୍ତି !! ଏହା ଲଜ୍ଜାଜନକ । ଏହା ପଛରେ କାହାର ଲୁକ୍କାୟିତ ଏଜେଣ୍ଡା ଅଛି? " ବୋଲି ସିଂ ଟ୍ୱିଟରରେ ପ୍ରଶ୍ନ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJP MP Sadhvi Pragya Singh thakur onec again called Mahatma Gandhi's Assassin Patriot.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X