For Quick Alerts
Turn On Notification  
For Daily Alerts
Oneindia App Download

ଦଲାଲଙ୍କ ସୁବିଧା ପାଇଁ ଓକିଲାତି କରୁଛି ବିଜେପି : ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର

ରାଜ୍ୟରେ ଧାନକିଣା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ସିଧସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । ମିଡଲ୍ ମ୍ୟାନ ବା ମଧ୍ୟସ୍ଥି ବ୍ୟବସ୍ଥା ନାହିଁ । ଦଲାଲମାନଙ୍କ ସୁବିଧା ପାଇଁ ରାଜ୍ୟରେ ବିଜେପି ନେତା ମାନେ ଓକିଲାତି କରୁଛନ୍ତି ।

|

ଭୁବନେଶ୍ୱର : ବିଜୁ ଜନତା ଦଳର ସରକାର ସବୁବେଳେ ଚାଷୀମାନଙ୍କ ସହ ଥିଲା ଏବଂ ଆଗକୁ ମଧ୍ୟ ରହିବ । ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀଙ୍କର ସବୁ ଧାନ କିଣାଯିବ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରିମୟୀ ମିଶ୍ର । ଧାନକିଣାରେ ଅନିୟମିତା ହୋଇଥିବା ବିଜେପିର ଅଭିଯୋଗ ଏବଂ ଏହାକୁ ନେଇ ସମ୍ବଲପୁରରେ ଧାରଣା ଦେବା ପରିପ୍ରେକ୍ଷୀରେ ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର ପ୍ରେସ୍ ମିଟ୍ କରି ପ୍ରତ୍ରିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଧାନକିଣା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ସିଧସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । ମିଡଲ୍ ମ୍ୟାନ ବା ମଧ୍ୟସ୍ଥି ବ୍ୟବସ୍ଥା ନାହିଁ । ତେଣୁ ଦଲାଲମାନେ ଲାଭବାନ୍ ହୋଇପାରୁନାହାନ୍ତି । ଏହି ଦଲାଲମାନଙ୍କ ସୁବିଧା ପାଇଁ ରାଜ୍ୟରେ ବିଜେପି ନେତା ମାନେ ଓକିଲାତି କରୁଛନ୍ତି ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।

shreemayee-mishra

ଏହା ସବୁ ବିଜେପିର ଡ୍ରାମା । ଏହି ଡ୍ରାମା କେବଳ ଟିଭି ସିରିଏଲରେ ଭଲ ଲାଗେ । ଏଥିସହିତ ଦେଶରେ ଏକମାସରୁ ଅଧିକ ସମୟ ଧରି ଚାଲି ଚାଷୀ ଆନ୍ଦୋଳନ ଚାଲିଛି । ଏହି ପ୍ରସଙ୍ଗକୁ ନଜର ହଟାଇବା ପାଇଁ ବିଜେପିର ଏହା ଏକ ଯୋଜନା ବୋଲି ପ୍ରତ୍ୟାରୋପ କରିଛନ୍ତି ଶ୍ରୀମୟୀ ମିଶ୍ର ।

Narasingh-Mishra

ଅନ୍ୟପକ୍ଷରେ ବିଜେପି ନେତାଙ୍କ ଧାରଣାରେ ବସିବା ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଭାରତର ପ୍ରଧାନମନ୍ତ୍ରୀ ଯଦି ଥାନାରେ ବସିବେ, ଆନ୍ଦୋଳନ କରିବେ ତାହେଲେ ଗଣତନ୍ତ୍ର ଶେଷ ହୋଇଯିବ । ବିଜେପି ହାତରେ ସମ୍ପୂର୍ଣ୍ଣ କ୍ଷମତା ରହିଛି । ସେ ଧାନ କିଣିପାରିବ । ଯାହା ହାତରେ କ୍ଷମତା ଅଛି, ଯିଏ କାମ କରୁ । ଚାଷୀଙ୍କ ଦାବିକୁ ଶୁଣିବା କଥା । ବିଜେପି ନେତା ଆନ୍ଦୋଳନ କରିବା ହାସ୍ୟସ୍ପଦ । ଏହା ପଛରେ ବଜେପିର ହୀନ ରାଜନୀତି ରହିଛି । କର୍ତ୍ତବ୍ୟ ନକରି ବିଜେପି ନେତା ଥାନାରେ କାହିଁକି ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର ।

ସୂଚନାଯୋଗ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଆଖପାଖ ଅଞ୍ଚଳର 10ରୁ ଅଧିକ ବିଜେପି ନେତା ରାତି ସାରା ଥାନାରେ ରହିଥିଲେ । ଦୀର୍ଘ ଦିନ ଧରି ଲାଗି ରହିଥିବା ମଣ୍ଡି ସମସ୍ୟାକୁ ନେଇ ବିଜେପି ନେତା ଚାଷୀ ଅଧିକାର ରାଲି କରିଥିଲେ । ଏହି ସମୟରେ ସେମାନେ ସମ୍ବଲପୁର ଆର୍‌ଡିସି ଅଫିସ୍ ଘେରାଉ କରିଥିଲେ । ଆର୍‌ଡିସି ଅଫିସ୍‌ ସମ୍ମୁଖରେ ହୋ-ହଲ୍ଲା କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପୋଲିସ ବିଜେପି ନେତା ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ପରେ ଥାନାରେ ମଧ୍ୟ ବିଜେପି ନେତା ରାତି ସାରା ଆନ୍ଦୋଳନ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJD Spoke Person Shreemayee Mishra alleges that BJP is doing dirty politics in the name of farmers support in Odisha.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X