• search
For Quick Alerts
Turn On Notification  
For Daily Alerts

ମା' ମାନଙ୍କର ସମୃଦ୍ଧି, ବିଜୁ ପରିବାରର ସମୃଦ୍ଧି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

|

ଭୁବନେଶ୍ୱର : ପୁରୀ ଜିଲ୍ଲା ପିପିଲି ବିଧାନସଭାରେ ଉପ-ନିର୍ବାଚନ ପୂର୍ବରୁ ଭର୍ଚୁଆଲ ମୋଡରେ ବିଜୁ ଜନତା ଜଳର ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଆଜି (ସୋମବାର) ଭିଡ଼ିଓ କଲଫରେନ୍ସିଂ ଜରିଆରେ ପିପିଲି ନିର୍ବାଚନ ମଣ୍ଡଳୀର ଛ'ଟି ଜିଲ୍ଲା ପରିଷଦ ଜୋନକୁ ସମ୍ବୋଧିତ କରି ପିପିଲିରେ ଜାତିର ପିତା ବାପୁଙ୍କ ଗସ୍ତକୁ ମନେ ପକାଇବା ସହ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, 'ପିପିଲିର ଚାନ୍ଦୁଆ ଦେଶ ବିଦେଶରେ ଓଡ଼ିଶାକୁ ସୁନାମ ଆଣିଦେଇଛି । ଏହାର ଇତିହାସ ମହାନ । ଏଠାରେ ଅନେକ ବିକାଶ ହୋଇଛି । ଆହୁରି ଅନେକ ବିକାଶ କରିବାର ସୁଯୋଗ ମଧ୍ୟ ଅଛି । ଏହାର ବିକାଶ କଥା ମୁଁ ନିଜେ ବୁଝିବି ।'

Naveen Patnaik

କରୋନା କାଳର ଭୟବହତାକୁ ମଧ୍ୟ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, କରୋନା ସମୟରେ ସମସ୍ତେ ସୁରକ୍ଷିତ ରହିବା ଉଚିତ୍ । ତେଣୁ ମୁଁ ଭର୍ଚୁଆଲ ମୋଡର ପ୍ରଚାର କରୁଛି । ଏଥିସହିତ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇ କହିଛନ୍ତି ମା 'ମାନଙ୍କ ସମୃଦ୍ଧି, ବିଜୁ ପରିବାରର ସମୃଦ୍ଧି ।' ଚାଷୀ ବିକାଶ ହେଉ ଅବା ପରିବାର କଲ୍ୟାଣ ଏପରିକି ମହିଳା ସଶକ୍ତିକରଣ କ୍ଷେତ୍ରରେ ଓ଼ଡ଼ିଶା ସବୁଠାରୁ ଆଗରେ ରହିଛି ବୋଲି ପ୍ରଚାର ସମୟର କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJD President Naveen Patnaik Campaign for Pipili By Poll
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X