For Quick Alerts
Turn On Notification  
For Daily Alerts
Oneindia App Download

ବିହାର ବିଧାନସଭା ତୃତୀୟ ପର୍ଯ୍ୟାୟ ମତଦାନ ଜାରି, 1204 ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ବିହାର ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି | ଆଜି ସକାଳ 7 ଟାରୁ ଭୋଟ୍ ଗ୍ରହଣ ଜାରି ରହିଛି | 15ଟି ଜିଲ୍ଲାର ମୋଟ 78ଟି ଆସନ ପାଇଁ ଆଜି ମତଦାନ ହେଉଛି | ମୋଟ 2 କୋଟି 35 ଲକ୍ଷ ଭୋଟର 1204 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ

|


ବିହାର : ବିହାର ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି | ଆଜି ସକାଳ 7 ଟାରୁ ଭୋଟ୍ ଗ୍ରହଣ ଜାରି ରହିଛି | 15ଟି ଜିଲ୍ଲାର ମୋଟ 78ଟି ଆସନ ପାଇଁ ଆଜି ମତଦାନ ହେଉଛି | ମୋଟ 2 କୋଟି 35 ଲକ୍ଷ ଭୋଟର 1204 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ | ସେଥି ମଧ୍ୟରୁ 1094 ଜଣ ପୁରୁଷ ପ୍ରାର୍ଥୀ ଏବଂ 110 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି | କୋଭିଡ୍-19 କଟକଣାକୁ ମାନି ଏହି ନିର୍ବାଚନ କରାଯାଉଛି | ସଂନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ |

Bihar-election-3rd phase

ମତଦାନ ପାଇଁ ମୋଟ 33 ହଜାର 728 ମତଦାନ କେନ୍ଦ୍ର ଖୋଲାଯାଇଛି | ସେଥିରୁ 4 ହଜାର 9ଶହ 99ଟି ବୁଥ୍ ସମ୍ବେଦନଶୀଳ ରହିଛି |

ଆଜିର ଏହି ନିର୍ବାଚନ ପାଇଁ ବିଜେପି 35 ଏବଂ ଜେଡିୟୁ 37 ଆସନରେ ପ୍ରାର୍ଥୀ ଦେଇଛନ୍ତି | ସେହିପରି ମହାମେଣ୍ଟ ପକ୍ଷରୁ ଆରଜେଡି 46ଟି ଏବଂ କଂଗ୍ରେସ 25ଚି ଆସନରୁ ପ୍ରତିଦ୍ୱନ୍ଦିତା କରୁଛି |

ସୂଚନାଯୋଗ୍ୟ, ଅକ୍ଟୋବର 28 ଏବଂ ନଭେମ୍ବର 3 ତାରିଖରେ ବିହାର ବିଧାନସଭା ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି | ଆସନ୍ତା 10 ତାରିଖରେ ଭୋଟ୍ ଗଣତି ହେବ |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bihar assembly election- 2020, 3rd phase
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X