• search
For Quick Alerts
Turn On Notification  
For Daily Alerts

Assembly Elections 2021 Live Update in Odia : ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ

|

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । ପଶ୍ଚିମବଙ୍ଗରେ ପଶ୍ଚିମବଙ୍ଗରେ ଅପରାହ୍ନ 4.13 ସୁଦ୍ଧା 69.40% ମତଦାନ ରେକର୍ଡ ହୋଇଥିବା ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏହି ପର୍ଯ୍ୟାୟରେ 45ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମୋଟ୍ 6 ଟି ଜିଲ୍ଲାରେ 45ଟି ବିଧାନସଭା ଆସନ ପାଇଁ 319 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଥିମଧ୍ୟରେ ରହିଛନ୍ତି 39ଜଣ ମହିଳା ପ୍ରାର୍ଥୀ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଚାରୋଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ଆହୁରି ଚାରୋଟି ପର୍ଯ୍ୟାୟ ମତଦାନ ବାକି ରହିଛି । ପଞ୍ଚମ ପର୍ଯ୍ୟାୟ ମତଦାନ ଅପ୍ରେଲ 17ତାରିଖରେ ହେବ । ଏହାପରେ ଷଷ୍ଠ ପର୍ଯ୍ୟାୟ ଅପ୍ରେଲ 22 ରେ, ସପ୍ତମ ପର୍ଯ୍ୟାୟ 26 ଅପ୍ରେଲରେ ଅନୁଷ୍ଠିତ ହେବ ଏବଂ ଅଷ୍ଟମ ପର୍ଯ୍ୟାୟ ପାଇଁ ଅପ୍ରେଲ 29 ରେ ମତଦାନ ହେବ । ଆସନ୍ତା ମେ 2 ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

ପୁଣି ବିଜେପି ଓ ସିଆରପିଏଫ୍ ଉପରେ ଅଭିଯୋଗ ଆଣିଲା ଟିଏମସି

Election

Newest First Oldest First
6:41 PM, 17 Apr
ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗରେ ସଂନ୍ଧ୍ୟା 5:45 ପର୍ଯ୍ୟନ୍ତ 78.36 ଶତକଡା ମତଦାନ ହୋଇଛି ।
4:41 PM, 17 Apr
ପଶ୍ଚିମବଙ୍ଗ
ଦକ୍ଷିଣ 24 ପ୍ରଗଣାର ଦେଗାଙ୍ଗା ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ବାହିନୀ ଦ୍ୱାରା ଗୁଳି ଚଳାଯାଇଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ନିର୍ବାଚନ ଆୟୋଗ ଶନିବାର ଦିନ ରିପୋର୍ଟ ମାଗିଛନ୍ତି ।
4:33 PM, 17 Apr
ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗରେ ଅପରାହ୍ନ 4.13 ସୁଦ୍ଧା 69.40% ମତଦାନ ହୋଇଥିବା ନେଇ ନିର୍ବାଚନ କମିଶନଙ୍କ ସୂଚନା ।
3:45 PM, 17 Apr
ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଅପରାହ୍ନ 3:15 ପର୍ଯ୍ୟନ୍ତ 62.40% ମତଦାନ ରେକର୍ଡ ହୋଇଛି ।
3:20 PM, 17 Apr
ପଶ୍ଚିମବଙ୍ଗ
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଅପରାହ୍ନ 2.30 ପର୍ଯ୍ୟନ୍ତ 54.70% ମତଦାନ ହୋଇଛି ।
3:18 PM, 17 Apr
ପଶ୍ଚିମବଙ୍ଗ
ଟିଏମସି ଗୁଣ୍ଡମାନେ ମୋତେ ନୟାପତି ଠାରେ ଅଟକାଇଲେ । ମତଦାନ ଚାଲିଥିବା ବେଳେ ସେମାନେ ଭୋଟରଙ୍କୁ ମଧ୍ୟ ଅଟକାଉଛନ୍ତି : ବିଧାନନଗର ବିଜେପି ପ୍ରାର୍ଥୀ ସବ୍ୟସଚି ଦତ୍ତ
2:45 PM, 17 Apr
ପଶ୍ଚିମବଙ୍ଗ
ନିର୍ବାଚନ କମିଶନ ସୂଚନା ଅନୁସାରେ ଅପରାହ୍ନ 1.34 ପର୍ଯ୍ୟନ୍ତ 54.67 ପ୍ରତିଶତ ମତଦାନ
1:34 PM, 17 Apr
ପଶ୍ଚିମବଙ୍ଗ
ବିଧାନନଗର ନୟାପଟ୍ଟିରେ ଟିଏମସି ଏବଂ ବିଜେପି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏହି ସମୟ ମଧ୍ୟରେ ବିଜେପି ପ୍ରାର୍ଥୀ ସବ୍ୟାସାଚି ଦତ୍ତଙ୍କ ବିରୋଧରେ ତୀବ୍ର ସ୍ଲୋଗାନ ଦିଆଯାଇଥିଲା ।
12:45 PM, 17 Apr
ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଥିବା ପଞ୍ଚମ ପର୍ଯ୍ୟାୟ ମତଦାନରେ 1 କୋଟିରୁ ଅଧିକ ଭୋଟର୍‌ 342 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ ।
12:42 PM, 17 Apr
ପଶ୍ଚିମବଙ୍ଗ
ବୁଥ୍ ନମ୍ବର 265 ଏବଂ 272 ରେ ବିଜେପି ସମର୍ଥକମାନେ ପଥର ଫିଙ୍ଗିବା ଦ୍ୱାରା ଆମର ଦୁଇ ଜଣ ଆହତ ହୋଇଥିଲେ । ଆମେ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ପୋଲିସକୁ ସୂଚନା ଦେଇଛୁ । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଛି : ଟିଏମସି ନେତା ସୁଜିତ ବୋଷ
12:40 PM, 17 Apr
ପଶ୍ଚିମବଙ୍ଗ
ବଙ୍ଗଳାର କାମରହାଟୀରେ ଥିବା 107 ନମ୍ବର ବୁଥରେ ହଠାତ୍ ବିଜେପିର ମତଦାନ ଏଜେଣ୍ଟଙ୍କର ମୃତ୍ୟୁ ଘଟିଛି । ଏନେଇ ନିର୍ବାଚନ ଆୟୋଗ ରିପୋର୍ଟ ମାଗିଛନ୍ତି ।
12:15 PM, 17 Apr
ପଶ୍ଚିମବଙ୍ଗ
ସକାଳ 11.37 ପର୍ଯ୍ୟନ୍ତ 36.02 ପ୍ରତିଶତ ମତଦାନ ରେକର୍ଡ
11:18 AM, 17 Apr
ପଶ୍ଚିମବଙ୍ଗ
ଟିଏମସି ଅଭିଯୋଗ କରିଛି ଯେ CRPF କର୍ମଚାରୀମାନେ ଭୋଟ୍ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛନ୍ତି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀମାନେ ପୂର୍ବ ବର୍ଦ୍ଧମାନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।
10:44 AM, 17 Apr
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ପଞ୍ଚମ ପର୍ଯ୍ୟାୟରେ ସକାଳ 10 ଟା ପର୍ଯ୍ୟନ୍ତ 16.27 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।
10:13 AM, 17 Apr
ପଶ୍ଚିମବଙ୍ଗରେ ସକାଳ 9.32 ସୁଦ୍ଧା 16.15 ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
9:46 AM, 17 Apr
ପଶ୍ଚିମବଙ୍ଗ
ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ ନଦିଆର କଲ୍ୟାଣୀରେ ମତଦାନ ବୁଥକୁ ଯାଉଥିବା ଟିଏମସି ଭୋଟରଙ୍କୁ ଅତି କମରେ 35 ଜଣ ବାହାର ଲୋକ ଏବଂ ବିଜେପି ଗୁଣ୍ଡା ଧମକ ଦେଉଛନ୍ତି । ଏହି ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
9:35 AM, 17 Apr
ପଶ୍ଚିମବଙ୍ଗ
ଆଜି କୋଲକାତାରେ ନିର୍ବାଚନ ଆୟୋଗଙ୍କୁ ଭେଟିବ ବିଜେପି । ମୁଖ୍ୟମନ୍ତ୍ରୀ ତଥା ଟିଏମସି ମମତା ବାନାର୍ଜୀଙ୍କ ସୀତାଲୁଚି, କୋଚ ବେହେରା ହିଂସା ଉପରେ ଅଡିଓ କ୍ଲିପ ଉପରେ ନେଇ ଇସିଙ୍କ ନିକଟକୁ ଯିବ ବିଜେପି ।
9:34 AM, 17 Apr
ପଶ୍ଚିମବଙ୍ଗ
ଟିଏମସି ଅନୁଯାୟୀ, ମିନାଖାନର ବୁଥ ନମ୍ବର 114 ରେ ବୋମା ଆକ୍ରମଣ କରାଯାଇଛି । ଟିଏମସି ଫଟୋ ଜାରି କରି ଆଇଏସଏଫ କ୍ୟାଡର ବୋମା ବିସ୍ଫୋରଣ କରିଥିବା ଅଭିଯୋଗ କରିଛି । ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା କୁହାଯାଉଛି ।
8:42 AM, 17 Apr
ପଶ୍ଚିମବଙ୍ଗ
ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ୍ ଆରମ୍ଭ ହେବା ପରେ ବଙ୍ଗଳାର ବର୍ଦ୍ଧମାନରୁ ବିଜେପି ଅଭିଯୋଗ କରିଛି ଯେ ବର୍ଦ୍ଧମାନ ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ସରାୟଟିକର ଅବୈତନିକ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର 60, 61, 72 ଏବଂ 63 ରେ ଏଜେଣ୍ଟ ଅଜିତ ସାର୍କ ଏବଂ ଅଜିତ ସରନଙ୍କୁ ଆକ୍ରମଣ କରାଯାଇଛି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
8:26 AM, 17 Apr
ପଶ୍ଚିମବଙ୍ଗ
ଟିଏମସି ନେତା ମଦନ ମିତ୍ର କାମରହାଟୀର ଏକ ମତଦାନ ବୁଥରେ ନିଜର ଭୋଟ୍ ଦେଇଛନ୍ତି
8:21 AM, 17 Apr
ପଶ୍ଚିମବଙ୍ଗ
ବଙ୍ଗଳାର ପଞ୍ଚମ ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ମୁଁ ସର୍ବାଧିକ ସଂଖ୍ୟାରେ ଭୋଟ୍ ଦେବାକୁ ନିବେଦନ କରୁଛି । ରାଜ୍ୟରେ ଗରିବ ଏବଂ କୃଷକଙ୍କ ଅଧିକାର, ଯୁବକମାନଙ୍କୁ ରୋଜଗାର ଏବଂ ବଙ୍ଗଳାର ଗର୍ବରେ ତୁମର ଗୋଟିଏ ଭୋଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ : ଅମିତ ଶାହା
7:50 AM, 17 Apr
ପଶ୍ଚିମବଙ୍ଗ
ଏବେ 'ଖେଳ ଶେଷ' ହେବ । ଆମେ ନଜର ରଖିଛୁ । ଯେତିକି ପାହାଡ ଏବଂ ଆମର ସମସ୍ୟା, ଆମେ ଚାହୁଁ ଯେ ଏହି ସରକାର ପରିବର୍ତ୍ତନ କରାଯାଉ; ଆମେ ବିଜେପି ସରକାର ଚାହୁଁ, ଆମେ ନ୍ୟାୟ ଚାହୁଁ: ଗୋରଖା ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ଜିଏନଏଲଏଫ) ସଭାପତି ମନ ଘିସିଂ
7:39 AM, 17 Apr
ବହୁସଂଖ୍ୟାରେ ମତଦାନ ନେଇ ଅପିଲ୍ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ପଶ୍ଚିମବଙ୍ଗ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ବହୁ ସଂଖ୍ୟାରେ ମତଦାନ କରିବାକୁ ଆହ୍ୱାନ କରିଛନ୍ତି । ବିଶେଷ କରି ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରଙ୍କୁ ମତଦାନ କରିବାକୁ ଆହ୍ୱାନ କରିଛନ୍ତି ।
7:32 AM, 17 Apr
ପଶ୍ଚିମବଙ୍ଗ
ମୋଟ୍ 6 ଟି ଜିଲ୍ଲାରେ 45ଟି ବିଧାନସଭା ଆସନ ପାଇଁ 319 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଥିମଧ୍ୟରେ ରହିଛନ୍ତି 39ଜଣ ମହିଳା ପ୍ରାର୍ଥୀ ।
7:31 AM, 17 Apr
ପଶ୍ଚିମବଙ୍ଗ
କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅବଶିଷ୍ଟ ତିନୋଟି ପର୍ଯ୍ୟାୟର ମତଦାନ ପୂର୍ବରୁ ନିର୍ବାଚନ ଆୟୋଗ ପ୍ରଚାର ଶେଷ କରିବା ଅବଧିକୁ 48 ଘଣ୍ଟାରୁ 72 ଘଣ୍ଟାକୁ ବୃଦ୍ଧି କରିଛନ୍ତି ।
7:26 AM, 17 Apr
ପଶ୍ଚିମବଙ୍ଗ
ପ଼ଞ୍ଚମ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗର କାମରହାଟୀରେ ଏକ ଭୋଟ୍ ବୁଥ୍ ବାହାରେ ଭୋଟରମାନେ ଭୋଟ୍ ଦେବାପାଇଁ ଅପେକ୍ଷା କରିଛନ୍ତି ।
7:22 AM, 17 Apr
ପଶ୍ଚିମବଙ୍ଗ
ହିଂସାକୁ ନଜରର ରଖି ସମସ୍ତ ମତଦାନ କେନ୍ଦ୍ରର 200 ମିଟର ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି ।
7:21 AM, 17 Apr
ପଶ୍ଚିମବଙ୍ଗ
853 କମ୍ପାନୀ ସଶସ୍ତ୍ର ପୋଲିସ୍ ବାହିନୀ ନିୟୋଜିତ
ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଏହାସହିତ ନିର୍ବାଚନ ଆୟୋଗ 853 କମ୍ପାନୀ ସଶସ୍ତ୍ର ପୋଲିସ୍ ବାହିନୀ ନିୟୋଜିତ କରିଛି ।
7:18 AM, 17 Apr
ପଶ୍ଚିମବଙ୍ଗ
ଆଜିର ମତଦାନ ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6.30 ପର୍ଯ୍ୟନ୍ତ ଜାରି ରହିବ ।
7:14 AM, 17 Apr
ପଶ୍ଚିମବଙ୍ଗ
ଆଜି ମତଦନ ହେଉଥିବା ଆସନରେ ବିଜେପିକୁ ମିଳିଥିଲା ଅଧିକ ଭୋଟ୍
ଆଜି, ଯେଉଁ ଆସନରେ ମତଦାନ ଚାଲିଛି, 2019 ଲୋକସଭା ନିର୍ବାଚନରେ ​​ଟିଏମସି ଅପେକ୍ଷା ବିଜେପି ଅଧିକ ଭୋଟ୍ ପାଇଥିଲା । ଏହି ଆସନଗୁଡ଼ିକୁ ମିଶାଇ ଦେଖିଲେ ବିଜେପି 45 ପ୍ରତିଶତ ଭୋଟ୍ ଏବଂ ଟିଏମସି 41 ପ୍ରତିଶତ ଭୋଟ୍ ପାଇଥିଲା ।
READ MORE

ଆମକୁ ଫୋଲୋ କରନ୍ତୁ
Instagram Youtube

English summary
5th Phase Election of West Bengal Assembly Election.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X