କେନ୍ଦ୍ର ସରକାରଙ୍କୁ କେଜ୍ରିଓ୍ୱାଲଙ୍କ ପ୍ରଶ୍ନ : ବ୍ରିଟେନକୁ ବିମାନ ଚଳାଚଳ ଅନୁମତି ଦେଇ ଲୋକଙ୍କ ଜୀବନକୁ କାହିଁ କି ବିପଦରେ ପକାଉଛ
ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେର ବ୍ୟାପକତାର ଭୟାବହତାକୁ ଲକ୍ଷରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ।
ନୂଆଦିଲ୍ଲୀ : ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେର ବ୍ୟାପକତାର ଭୟାବହତାକୁ ଲକ୍ଷରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ଏହି ପ୍ରତିବନ୍ଧକକୁ ଆଂଶିକ ଭାବେ ହଟାଇ ଜାନୁଆରୀ 6 ତାରିଖରୁ ଭାରତ ଓ ବ୍ରିଟେନ ମଧ୍ୟର ବିମାନ ଚଲାଚଳକୁ ଅନୁମତି ଦେଇଛନ୍ତି । ଏହି ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଉପରେ ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ।
କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, "କେନ୍ଦ୍ର ବିମାନ ଚଳାଚଳ ପ୍ରତିବନ୍ଧକକୁ ହଟାଇ ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିଛନ୍ତି । ବ୍ରିଟେନରେ ଅତ୍ୟଧିକ ଗୁରୁତର କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ କେନ୍ଦ୍ର ସରକାରଙ୍କୁ ଏହି ନିଷେଧାଦେଶକୁ 31 ଜାନୁୟାରୀ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁରୋଧ କରୁଛି।"
With great difficulty, people have brought COVID situation in control. UK’s COVID situation is v serious. Now, why lift ban and expose our people to risk? https://t.co/ql8WIXHFFa
— Arvind Kejriwal (@ArvindKejriwal) January 7, 2021
ବହୁତ କଷ୍ଟ ସହିତ, ଲୋକମାନେ COVID ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଛନ୍ତି । ବ୍ରିଟେନର କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ ପରିସ୍ଥିତି ଗମ୍ଭୀର ରହିଛି । ବର୍ତ୍ତମାନ, କାହିଁକି ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ପ୍ରତିବନ୍ଧକକୁ ହଟାଇ ଆମ ଲୋକଙ୍କୁ ବିପଦରେ ପକାଇବା ବୋଲି କେଜ୍ରିଓ୍ୱାଲ କହିଛନ୍ତି ।
ବ୍ରିଟେନ ବୁଧବାର ଦିନ 1,041 କରୋନା ଜମିତ ମୃତ୍ୟୁ ରେକର୍ଡ କରିଛି, ଯାହା ମହାମାରୀ ସମୟରେ ଗତ ବର୍ଷ ଏପ୍ରିଲରୁ ଏପର୍ଯ୍ୟନ୍ତ ସର୍ବାଧିକ ।
ଭାରତରେ କରୋନା ଭାଇରସର ନୂତନ ଷ୍ଟ୍ରେନର 73 ବ୍ରିଟେନ ଫରନ୍ତା ପଜିଟିଭ୍ ଚିହ୍ନଟ ହୋଇଥିବ ନେଇ ବୁଧବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।