For Quick Alerts
Turn On Notification  
For Daily Alerts
Oneindia App Download

ସାଂସଦ ଅପରାଜିତା ଷଡଙ୍ଗୀ 'ନିଖୋଜ' ! ରାଜଧାନୀର ଗଳିକନ୍ଦିରେ ଲାଗିଛି ପୋଷ୍ଟର

ଭୁବନେଶ୍ୱରରେ ଗଳିକନ୍ଦିରେ ଲାଗିଛି ଅପରାଜିତାଙ୍କ ନିଖୋଜ ପୋଷ୍ଟର । ପ୍ରସ୍ତାବିତ ବାଇ-ଲ’ ଉପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୀରବତାକୁ ନେଇ ଏହି ପୋଷ୍ଟରେ ଲଗାଯାଇଛି ।

|

ଭୁବନେଶ୍ୱର: ଭୁବନେଶ୍ୱରରେ ଗଳିକନ୍ଦିରେ ଲାଗିଛି ଅପରାଜିତାଙ୍କ ନିଖୋଜ ପୋଷ୍ଟର । ପ୍ରସ୍ତାବିତ ବାଇ-ଲ' ଉପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୀରବତାକୁ ନେଇ ଏହି ପୋଷ୍ଟରେ ଲଗାଯାଇଛି ।

Aparajita Sarangis missing poster

ଏକାମ୍ରକ୍ଷେତ୍ର ଉପରେ ପ୍ରସ୍ତାବିତ ବାଇ-ଲ ଏଯାବତ ପ୍ରତ୍ୟାହାର ହୋଇନି । ଓଡ଼ିଶା ଐତିହାସିକ ଅସ୍ତିତ୍ୱକୁ ଧ୍ବଂସ କରିବାକୁ ଚାଲିଛି ସୁଚିନ୍ତିତ ଷଡଯନ୍ତ୍ର । ହେଲେ କାହିଁକି ଏ ପ୍ରସଙ୍ଗରେ ପଦୁଟିଏ ବି କହୁନାହାନ୍ତି ଭୁବନେଶ୍ୱର ସାଂସଦ ? ସାଂସଦଙ୍କ ନୀରବତାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ପୋଷ୍ଟର ବିଭିନ୍ନ ଗଳିକନ୍ଦିର କାନ୍ଥରେ ଦେଖିବାକୁ ମିଳିଛି ।

Aparajita Sarangis missing poster

ସେପଟେ ପୋଷ୍ଟର ଲଗାଯିବା ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ଭୁବନେଶ୍ୱର ମୋତେ ମିସ୍ କରୁଥିବାରୁ ମୁଁ ଖୁସି। ମୁଁ ଦିଲ୍ଲୀରେ ରହିବାର କାରଣ ଏବେ ସଂସଦ ଅଧିବେଶନ ଚାଲିଛି । ୧୫ରେ ଭୁବନେଶ୍ୱର ଫେରିବି, ଘଟଣା ସଂପର୍କରେ ଅନୁଧ୍ୟାନ କରିବି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Aparajita Sarangi's missing poster on Bhubaneswar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X