ବୁଦ୍ଧି ଥିଲେ ବାଟ ମିଳେ: ନଦୀରୁ ୨ କି.ମି ଦୂର ଥିଲା କ୍ଷେତ, ଚାଷୀ ତିଆରି କଲେ ଦେଶୀ ଜଳଚକ୍ର
ମହୁରଙ୍କ କ୍ଷେତ ଦୂରତା ନଦୀଠାରୁ 2 କିଲୋମିଟର ରହିଛି । ତେବେ ଜଳସେଚନର ସମସ୍ୟକୁ ଖୁବ ସହଜରେ ସମାଧାନ କରି ନିଜ ବୁଦ୍ଧି ବଳରେ ସୃଷ୍ଟି କରିଛନ୍ତି ଏକ ଦେଶୀ ଜଳଚକ୍ର ।
ମୟୂରଭଞ୍ଜ: କଥାରେ ଅଛି, ବୁଦ୍ଧି ଥିଲେ ବାଟ ଆପେ ମିଳେ । ଯାହକୁ ପ୍ରମାଣିତ କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଜଣେ ଚାଷୀ । ଚାଷୀଙ୍କ ନାମ ହେଉଛି ମହୁର ଟିପିରିଆ । ମହୁରଙ୍କ କ୍ଷେତ ଦୂରତା ନଦୀଠାରୁ 2 କିଲୋମିଟର ରହିଛି । ତେବେ ଜଳସେଚନର ସମସ୍ୟାକୁ ଖୁବ ସହଜରେ ସମାଧାନ କରି ନିଜ ବୁଦ୍ଧି ବଳରେ ସୃଷ୍ଟି କରିଛନ୍ତି ଏକ ଦେଶୀ ଜଳଚକ୍ର ।
ରାଜ୍ୟରେ ଜଳସେଚନର ଖରାପ ଅବସ୍ଥାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜର ଏହି କୃଷକ ଜଣଙ୍କ ବାଉଁଶକୁ ପାଇପ ବନାଇ ଏବଂ ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ ଏକ ଜଳଚକ୍ର ସୃଷ୍ଟି କରିଛନ୍ତି । ତାଙ୍କ ଏହି ନିଆର ପଦ୍ଧତି ସାହାଯ୍ୟରେ ଖୁବ ସହଜରେ ତାଙ୍କ କ୍ଷେତକୁ ପାଣି ମାଡି ପାରୁଛି । ତେବେ ତାଙ୍କର ଏହି ଆବିଷ୍କାର ତାଙ୍କ ଅଞ୍ଚଳର ଚାଷ ପ୍ରଣାଳୀକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି ।
ତେବେ ଏହି ଦେଶୀ ଜଳଚକ୍ର ଏକ ବଡ ବୃତ୍ତ ଆକାରର ହୋଇଛି । ଯାହା କିଛି ପଟା ଓ ବାଉଁଶ ମାଧ୍ୟମରେ ତିଆରି ହୋଇଛି । ଉକ୍ତ ବୃତ୍ତଟିରେ କିଛି ପ୍ଲାଷ୍ଟିକ ବୋତଲକୁ କଟାଯାଇ ଖଞ୍ଜା ଯାଇଛି । ତେବେ ଜଳଚକ୍ରଟି ବାୟୁ ପ୍ରବାହର ସହିତ ଘୂରୁଛି । ଚକ୍ରଟି ଘୂରିବା ବେଳେ ଖଞ୍ଜା ଯାଇଥିବା ବୋତଲ ସାହାଯ୍ୟରେ ନଦୀରୁ ପାଣି ଉଠୁଛି । ଆଉ ଏହି ପାଣିକୁ କିଛି ବାଉଁସ ସାହଯ୍ୟରେ ନିଜ କ୍ଷେତରେ ପହଞ୍ଚାଉଛନ୍ତି ମହୁର ।
କେମିତି ତିଆରି କଲେ ଏହି ଦେଶୀ ଜଳଚକ୍ର:
ଏହି ଆବିଷ୍କାରକୁ ଜନସାଧାରଣଙ୍କ ନିକଟକୁ ଆଣିଥିବା କୃଷକ ମହୁର ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଜଣେ ଗରିବ ଲୋକ, ମୁଁ ବାରମ୍ବାର ଅଧିକାରୀମାନଙ୍କୁ ମୋର କ୍ଷେତରେ ଜଳସେଚନ ପାଇଁ ଜଳ ସୁବିଧା ଯୋଗାଇବାକୁ କହିଥିଲି । କିନ୍ତୁ ଶେଷରେ କୌଣସି ସାହାଯ୍ୟ ହୋଇପାରିଲା ନାହିଁ । ବିଭିନ୍ନ ସ୍ଥାନରୁ ନିରାଶ ହେବା ପରେ ମୁଁ ନିଜ ଦକ୍ଷତା ସହିତ ଏହାକୁ ତିଆରି କଲି। "

ତେବେ ଏହି ଦେଶୀ ଜଳଚକ୍ରରେ କୌଣସି ବିଦ୍ୟୁତ୍ କିମ୍ବା ଜେନେରେଟର ସେଟ୍ ବ୍ୟବହୃତ ହୋଇ ନାହିଁ । ଏହା କେବଳ ଏକ ସାଧାରଣ ମାଧ୍ୟାକର୍ଷଣ କୌଶଳ ଦ୍ବାରା ହିଁ ପରିଚାଳିତ ହେଉଛି । ଏହି ଆବିଷ୍କାର ପଡୋଶୀ ଚାଷୀଙ୍କୁ ସେମାନଙ୍କର କ୍ଷେତକୁ ଜଳସେଚନ କରିବାରେ ସାହାଯ୍ୟ କରୁଛି ।












Click it and Unblock the Notifications