For Quick Alerts
Turn On Notification  
For Daily Alerts
Oneindia App Download

ବିହାର ବିଧାନସଭା ନିର୍ବାଚନରେ ରୋଚକ ଦୃଶ୍ୟ : ଖଟିଆ, ଖାକି ଓ ଯବାନ

ପରିଣତ ବୟସରେ ମଧ୍ୟ ମତଦାନ କରିବା ଅଧିକାର ସାବ୍ୟସ୍ତ କରିବାକୁ କାଟିହାର ଜିଲ୍ଲା ଅନ୍ତର୍ଗତ ହସନଗଞ୍ଜର ବାଲୁଆ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି 100 ବର୍ଷ ବୟସ୍କ ସୁଖଦେବ ମଣ୍ଡଳ |

|

ପାଟନା : ଆଜି ଶେଷ ହୋଇଛି ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ | ଆଜିର ଏହି ମତଦାନରେ ଦେଖିବାକୁ ମିଳିଥିଲା ଏପରି କିଛି ଦୃଶ୍ୟ, ଯାହାକି ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାର ମହତ୍ତ୍ୱକୁ ସୂଚାଉଛି | ନିଜର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ବିହାରର ଜଣେ ବୃଦ୍ଧ ଖଟିଆରେ ବୁହାହୋଇ ଆସିଥିବା ବେଳେ, ସୁରକ୍ଷା ବାହିନୀମାନେ ବୃଦ୍ଧ ଓ ଦିବ୍ୟାଙ୍କମାନଙ୍କୁ କୋଳେଇ ଆଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି |

ବୟସ ବଢିଯାଇଛି, କିନ୍ତୁ ମତଦାନ ପାଇଁ ଅଛି ଅଧିକାର | ପରିଣତ ବୟସରେ ମଧ୍ୟ ମତଦାନ କରିବା ଅଧିକାର ସାବ୍ୟସ୍ତ କରିବାକୁ କାଟିହାର ଜିଲ୍ଲା ଅନ୍ତର୍ଗତ ହସନଗଞ୍ଜର ବାଲୁଆ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି 100 ବର୍ଷ ବୟସ୍କ ସୁଖଦେବ ମଣ୍ଡଳ | ପରିବାର ଲୋକ ତାଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଖଟିଆ ସାହାଯ୍ୟରେ ଆଣିଥିବାର ଦେଖିବାକୁ ମିଳିଛି | ପରିଣତ ବୟସରେ ବୃଦ୍ଧଙ୍କ ହାତରେ ସାଲାଇନ୍ ଲାଗିଥିବା ସତ୍ତ୍ୱେ ମତଦାନ କରିବାକୁ ଆସିଥିବା ଭିଡିଓଟି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି |

ସେହିପରି ମୁଜ୍ଜାଫର ପୁର ର ବିଭିନ୍ନ ମତଦାନ କେନ୍ଦ୍ରରେ ଇଣ୍ଡୋ-ତିବତ୍ ସୁରକ୍ଷା ବାହିନୀର ଯବାନ ମାନେ କେତେକ ବୃଦ୍ଧବୃଦ୍ଧାମାନଙ୍କୁ ସାହାଯ୍ୟ କରୁଥିବା ବେଳେ ଜଣେ ପୋଲିସ୍ କର୍ମୀ ମହିଳା ଦିବ୍ୟାଙ୍ଗଙ୍କୁ କୋଳେଇ ଆଣୁଥିବାର ଦେଖିବାକୁ ମିଳିଥିଲା |

oldman-bihar-election
ସମ୍ବିଧାନ ଦେଇଥିବା ମୌଳିକ ଅଧିକାର ପାଇଁ ଆଜି ବିହାର ନିର୍ବାଟନର ଦୃଶ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି । ଏଥିସହ ସାରା ବିଶ୍ୱରେ ଆମ ଦେଶର ଗଣତନ୍ତ୍ର ପରମ୍ପରା କାହିଁ ମହାନ ତାହା ପ୍ରମାଣିତ ହୋଇଛି ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
100 years oldman to cast his vote in bihar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X