Zero Shadow Day: ଆଜି ଶୂନ୍ୟ ଛାୟା ଦିବସ
Zero Shadow Day: ଆଜି ଶୂନ୍ୟ ଛାୟା ଦିବସ । ଭୁବନେଶ୍ୱରରେ ଆଜି ଓ ଆସନ୍ତାକାଲି କଟକରେ ହେବ ଶୂନ୍ୟ ଛାୟା ଦିବସ । ଦିନ ୧୧ଟା ୪୩ରେ ଶୁନ୍ୟ ଛାୟା ସମୟ ରହିଛି ।
ରାଜଧାନୀ ଭୁବନେଶ୍ୱରରେ ମେ ୨୧ରେ ଓ କଟକରେ ମେ ୨୨ ତାରିଖରେ କାହାର ଛାଇ ଦେଖାଯିବନି । ଜ୍ୟୋତିବିଜ୍ଞାନୀଙ୍କ ପକ୍ଷରୁ ଏଭଳି ରିପୋର୍ଟ ଦିଆଯାଇଛି । ଏଭଳି ବିରଳ ଦୃଶ୍ୟକୁ ନିଜ ଆଖିରେ ଦେଖିବାକୁ ଏବେ ଠାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି ।
ପ୍ରକୃତ କଥା ହେଉଛି, 'ଶୂନ୍ୟ ଛାୟା ଦିବସ' ବା 'ଜିରୋ ଶ୍ୟାଡୋ ଡେ' ଅବସରରେ ଟ୍ୱିନ ସିଟିରେ କାହାରିକୁ ନିଜ ଛାଇ ଦେଖାଯିବନି । ଗତବର୍ଷ ଏପ୍ରିଲ ମାସ ୨୧ ତାରିଖରେ ଭୁବନେଶ୍ୱରରେ ମଧ୍ୟ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦେଶର ବିଭିନ୍ନ ଅଞ୍ଚଳର ଲୋକମାନେ ବିର୍ଷର ବିଭିନ୍ନ ସମୟରେ ଏଭଳି ବିରଳ ଦୃଶ୍ୟ ଦେଖିବାର ସୌଭାଗ୍ୟ ଲାଭ କରିଥାନ୍ତି । ସୂର୍ଯ୍ୟ ଦିଗବଳୟ ଆମର ଯେତେ ନିକଟରେ ରହିଥାଏ, ଆମର ଛାଇର ଲମ୍ବ ସେତେ ଅଧିକ ହୋଇଥାଏ ।
। ସୂର୍ଯ୍ୟ ଠିକ ଆମ ମୁଣ୍ଡ ଉପରେ ରହିବା ସମୟରେ ଆମର ଛାଇ ଦୃଶ୍ୟମାନ ହୋଇନଥାଏ । ମେ ୨୧ ତାରିଖ ସକାଳ ୧୧.୪୩ ସମୟରେ ଭୁବନେଶ୍ୱରରେ ଓ ମେ ୨୨ ତାରିଖ ସକାଳ ୧୧.୪୩ ସମୟରେ କଟକରେ ଏହି ଶୂନ୍ୟ ଛାୟା ଦିବସର ଝଲକ ଦେଖିବାକୁ ମିଳିବ । ସେହିପରି ମେ ୨୮ରେ ବୁର୍ଲା, ଜୁନ ୨ରେ ରାଉରକେଲା, ମେ ୨୩ରେ ବଲାଙ୍ଗିର ଓ ମେ ୩୧ରେ ବାରିପଦାରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ।

ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ । ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି । ସେ ସମୟରେ ଛାଇ ଦେଖାଯାଏ ନାହିଁ ।












Click it and Unblock the Notifications