ଜମିବନି ଆସର କିମ୍ବା ଏକାଠି ନାଚିବେନି କେହି : ରାଜଧାନୀରେ ଜିରୋ ନାଇଟ୍ ଉପରେ କଟକଣା
ଡିସେମ୍ବର 31 ତାରିଖରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ ।
ଭୁବନେଶ୍ୱର : ଏଥର ନୂଆବର୍ଷ ପାଇଁ ରାଜଧାନୀର ରାତିର ଆସର ଜମିବନି । ଡିସେମ୍ବର 31 ତାରିଖରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ନଜରରେ ରଖାଯାଇ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲଗାଇଛି ବିଏମସି । ଏନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ପ୍ରତିବର୍ଷ ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇଥାଏ । ଅନେକ ହୋଟେଲ୍ ଠାରୁ ଆରମ୍ଭ କରି କ୍ଲବ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବିଳମ୍ବିତ ରାତି ଯାଏଁ ଉତ୍ସବର ମାହୋଲ ଜମେ ।

ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ରାଜଧାନୀର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳେ । ହେଲେ କରୋନା କଟକଣା ପାଇଁ ଏହି ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛି ବିଏମସି । ସାମାଜିକ ଦୂରତା ସହ କରୋନା ମହାମାରୀକୁ ରୋକ୍ ଲଗାଇବା ଦିଗରେ ଏହି କଟକଣା ଲଗାଯାଇଥିବା କୁହାଯାଇଛି । ଏଠାରେ କହି ରଖୁଛୁ କି ବିଗତ କିଛି ଦିନ ହେବ ରାଜଧାନୀରେ କରୋନା ସଂକ୍ରମଣଙ୍କ ସଂଖ୍ୟା କମିବାରେ ଲାଗିଛି । ଆଜି ରାଜଧାନୀରେ 20 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 36 ଜଣ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications