ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ: ମନର କଥା କହିଲେ ନବୀନ, ଜାତୀୟ ଦଳକୁ କଲେ ଟାର୍ଗେଟ
ଆଜି ଅନୁଷ୍ଠିତ ହୋଇଛି ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ।
ଭୁବନେଶ୍ୱର: ଆଜି ଅନୁଷ୍ଠିତ ହୋଇଛି ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଓଡ଼ିଶାର ଯୁବପିଢ଼ିଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ତାଙ୍କର ମନର କଥା । ଓଡ଼ିଶାବାସୀ ଆମର ବସ୍, ଓଡ଼ିଶା ହକ୍ ପାଇଁ ଲଢ଼େଇ ଚାଲିଛି ବୋଲି ନବୀନ କହିଛନ୍ତି । ଏଥି ସହିତ ଜାତୀୟ ଦଳଗୁଡିକ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ।

ନବୀନ ପଟ୍ଟନାୟକ କହିଛନ୍ତି, ଜାତୀୟ ଦଳଗୁଡିକର ମୁଖ୍ୟ ଫୋକସ ହେଉଛି ନିର୍ବାଚନ ଜିତିବା ଓ କ୍ଷମତା ଦଖଲ କରିବା । ଆଉ ସେହି ଦଳ ରାଜ୍ୟ ନେତାଙ୍କ ଲକ୍ଷ୍ୟ ହେଲା ଜାତୀୟ ନେତାଙ୍କୁ ଖୁସି କରି ମନ୍ତ୍ରୀ ହେବା ଓ ପୋଷ୍ଟ ନେବା । ଏକ ଆଂଚଳିକ ଦଳ ହିସାବରେ ବିଜେଡି ହିଁ ରାଜ୍ୟବାସୀଙ୍କ ସ୍ୱାର୍ଥ ପୂରଣ କରିପାରିବ । ଜାତୀୟ ନେତାଙ୍କୁ ଖୁସି କରି ବଡ଼ ପଦବୀ ପାଇବା ସେମାନଙ୍କ ଲକ୍ଷ୍ୟ । ହିନ୍ଦୀ ଠାରୁ ଓଡ଼ିଆ ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମ ପାଇଁ ଯାହା ଗୁରୁତ୍ୱପୂର୍ଣ୍ଣ, ଜାତୀୟ ଦଳ ପାଇଁ ତାହା ନୁହେଁ । ପୂର୍ବରୁ କଂଗ୍ରେସ ସରକାର କେନ୍ଦ୍ର ରିମୋଟ କଂଟ୍ରୋଲରେ ଚାଲୁଥିଲା । ବିଜେପି ଶାସିତ ରାଜ୍ୟମାନେ ମଧ୍ୟ କେନ୍ଦ୍ରର ରିମୋଟରେ ଚାଲୁଛନ୍ତି ।
ମହାନଦୀ, ଆଦିବାସୀ ସଂସ୍କୃତି ଆମ ପାଇଁ ବିଶ୍ୱସ୍ତରୀୟ । କିନ୍ତୁ ଜାତୀୟ ଦଳଗୁଡିକ ପାଇଁ ଏହାର କିଛି ମୂଲ୍ୟ ନାହିଁ । ବିଜେଡିର କେହି ବସ ନାହାନ୍ତି । ଓଡିଶାବାସୀ ହିଁ ହେଉଛନ୍ତି ଆମ ବସ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରସଙ୍ଗରେ ବିଜେଡି ହିଁ ରାଜ୍ୟ ପାଇଁ ଲଢେଇ କରୁଛି । । ଆଂଚଳିକ ଦଳ ହିଁ ଆପଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିାପାରିବ ବୋଲି ନବୀନ କହିଛନ୍ତି ।












Click it and Unblock the Notifications