Get Updates
Get notified of breaking news, exclusive insights, and must-see stories!

ଏକା ସାଙ୍ଗରେ ଗର୍ଭବତୀ ହେଲେ ୟୁଟ୍ୟୁବରଙ୍କ ଦୁଇ ପତ୍ନୀ

YouTuber Armaan Malik: ୟୁଟ୍ୟୁବର୍ ଅରମାନ୍ ମଲିkଙ୍କ ଘରକୁ ଆସିବ ଏକା ସାଙ୍ଗେ ଦୁଇଟି ଖୁସି ଖବର । କାରଣ ନିକଟରେ ସେ ଘୋଷଣା କରିଛନ୍ତି ଯେ ତାଙ୍କ ପତ୍ନୀ ପାୟଲ ଏବଂ କ୍ରିତିକା ମଲିକ ଗର୍ଭବତୀ ଅଛନ୍ତି ।

YouTuber Armaan Malik: ୟୁଟ୍ୟୁବର୍ ଅରମାନ୍ ମଲ୍ଲିକଙ୍କ ଘରକୁ ଆସିବ ଏକା ସାଙ୍ଗେ ଦୁଇଟି ଖୁସି ଖବର । କାରଣ ନିକଟରେ ସେ ଘୋଷଣା କରିଛନ୍ତି ଯେ ତାଙ୍କ ପତ୍ନୀ ପାୟଲ ଏବଂ କ୍ରିତିକା ମଲିକ ଗର୍ଭବତୀ ଅଛନ୍ତି । ସେବେଠାରୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ କ୍ରିତିକା ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ପାୟଲ ଯାଆଁଳା ଶିଶୁ ହେବେ । ଅରମାନ ଏବଂ ପାୟଲଙ୍କର ଏକ ସନ୍ତାନ ଅଛି, ଯିଏକି ସେମାନଙ୍କର ପ୍ରତ୍ୟେକ ବ୍ଲଗରେ ନଜର ଆସନ୍ତି ।

YouTuber Armaan Malik

ଅରମାନ ମଲ୍ଲିକ ଯେତେବେଳେ ତାଙ୍କର ପ୍ରଥମ ପତ୍ନୀ ପାୟଲଙ୍କ ବନ୍ଧୁ କ୍ରିତିକାଙ୍କୁ ବିବାହ କରିଥିଲେ । ସେତେବେଳେ ସେ ଲାଇମ୍ ଲାଇଟ୍ ରହିଥିଲେ। ଏହା ପରେ ତିନିଜଣ ଗୋଟିଏ ଘରେ ରହିବାକୁ ଲାଗିଲେ। ଏହି ତିନିଜଣ ଇନଷ୍ଟାଗ୍ରାମରେ ଏବଂ ୟୁଟ୍ୟୁବରେ ଅନେକ ବ୍ଲଗ୍ ତିଆରି କରନ୍ତି । ଡିସେମ୍ବର 9 ରେ ସେ ଏକ ନୂତନ ବ୍ଲଗ୍ ଅପଲୋଡ୍ କରିଥିଲେ । ଯେଉଁଥିରେ ଅରମାନ ଉଭୟ ପତ୍ନୀଙ୍କ ଗର୍ଭଧାରଣ ବିଷୟରେ କହିଥିଲେ। ଏହା ବ୍ୟତୀତ ପାୟଲ

ବ୍ଲଗରେ କ୍ରିତିକା କହିଛନ୍ତି ଯେ, ପ୍ରୋଜେଷ୍ଟେରନ୍ ଇଞ୍ଜେକ୍ସନ ହେତୁ ସେ ଏବଂ ପାୟଲ କଷ୍ଟ ଅନୁଭବ କରୁଛନ୍ତି । ସେମାନେ ରାତିରେ ସଠିକ୍ ଶୋଇପାରୁ ନାହାନ୍ତି । ଏହା ପରେ, ସେ ଗର୍ଭବତୀ ତକିଆକୁ ସୂଚାଇ କହିଥିଲେ ଯେ ଏହା ମୋତେ ଆରାମ ଦିଏ । ପାୟଲଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ କାରଣ ସେ ଦୁଇଟି ସନ୍ତାନର ମା ହେବାକୁ ଯାଉଛନ୍ତି । ଏହା ପରେ ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି ।

ଏହାପୂର୍ବରୁ ଅରମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପତ୍ନୀ କ୍ରିତିକା ଏବଂ ପାୟଲଙ୍କ ଶିଶୁ ଦର୍ଶାଇ କିଛି ଫଟୋ ସେୟାର କରିଥିଲେ । ଫଟୋ ଗୁଡ଼ିକରେ, ଉଭୟ ଅରମାନଙ୍କ ପତ୍ନୀ ଧଳା ଏବଂ ଗୋଲାପୀ କୋ-ଅର୍ଡିନେଟ୍ ସେଟ୍ରେ ସୁନ୍ଦର ଦେଖା ଯାଉଥିବା ବେଳେ ସେ ନିଜେ ଏକ କମଳା ସ୍ୱିଟ୍ ସାର୍ଟରେ ନଜର ଆସିଥିଲେ । ତେବେ ଗର୍ଭଧାରଣ ଘୋଷଣା ପରଠାରୁ ଅନେକ ଲୋକ ଏହି ତିନିଜଣଙ୍କୁ ଟ୍ରୋଲ କରି ସେମାନଙ୍କ ଉପରେ ଖରାପ ମନ୍ତବ୍ୟ ଦେଉଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+