ବାଲେଶ୍ବରରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଭାବେ ଯୁବକ ମେଡିକାଲରେ ଭର୍ତ୍ତି

ଜିମ୍‌ରୁ ଫେରିବା ବେଳେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ନିକଟରେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉକ୍ତ ଯୁବକ ଜଣଙ୍କ ହେଲେ ମନୋରଞ୍ଜନ ବିନ୍ଧାଣି।

shot

ଆଜି ସକାଳେ ମନୋରଞ୍ଜନ ଜିମ୍‌ରୁ ନିଜ ଘରକୁ ଫେରୁଥିଲେ। ବାଲିଆପାଳ ନିକଟରେ ୪ ଜଣ ଦୁର୍ବୃତ୍ତ ବୁଲେଟ୍‌ରେ ଆସି ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କ ଉପରକୁ ଗୁଳି ଚଲାଇ ଥିଲେ। ମନୋରଞ୍ଜନ ଜୀବନ ବିକଳରେ ଦୌଡ଼ି ଯାଇ ସ୍ଥାନୀୟ ରେମୁଣା ବିଧାୟକଙ୍କ ଘରେ ପଶି ଯାଇଥିଲେ। ତାଙ୍କ ମୁହଁକୁ ଗୁଳି ଛୁଇଁ ଚାଲିଯାଇଥିଲା। ମନୋରଞ୍ଜନଙ୍କ ମୁହଁରେ ସାମାନ୍ୟ ଆଘାତ ଲାଗିଥିଲା। ତାଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସାପରେ ମନୋରଞ୍ଜନ ସୁସ୍ଥ ଥିବା ଜଣାପଡ଼ିଛି।

ତେବେ ଯୁବକଙ୍କୁ ଦୁର୍ବୃତ୍ତମାନେ କାହିଁକି ଗୁଳିମାଡ କଲେ, ଏହାପଛରେ କ'ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ। ତେବେ ଗୁଳିକାଣ୍ଡ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ବିବାଦରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ସହଦେବଖୁଣ୍ଟା ପୁଲିସ ଘଟଣାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+