ନିଜ ଦେହରେ ନିଆଁ ଲଗାଇଲେ ଯୁବକ ; ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ନିଜ ଦେହରେ ନିଆଁ ଲଗାଇଲେ ଯୁବକ । ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ଭୁବନେଶ୍ବର ବାଲିପାଟଣା ଛକ ଅଞ୍ଚଳରେ ଅଘଟଣ । ଗୁରୁତର ଅବସ୍ଥାରେ ଜ୍ୟୋତି ରଞ୍ଜନ ମଠିଆଙ୍କୁ ଉଦ୍ଧାର କଲା ପୋଲିସ । ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଥିଲା । ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜମିବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ଏଭଳି ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ବାଲିପାଟଣା ପୋଲିସ ତଦନ୍ତ ଜାରି ରଖିଛି l













Click it and Unblock the Notifications