ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Odisha Crime News: ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏପରି ଚାଞ୍ଚଲ୍ୟ ଘଟଣା ରାଜଧାନୀ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଘଟିଛି । ମୃତ ଯୁବତୀ ଜଣକ ହେଲେ ଫୁଡ୍ ବ୍ଲଗର୍ ସୋନାଲି ସଂଘମିତ୍ର । ସୂଚନା ଅନୁସାରେ, ପ୍ରାୟ ୩ ଦିନ ସୋନାଲୀ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ।

ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର କଲ୍ କରିଥିଲେ ହେଲେ ସେ ଫୋନ୍ ଉଠାଇ ନଥିଲେ । ଯାହା ପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ କଲ୍ କରିଥିଲେ । ଝିଅ ଗୁରୁତର ଥିବା ନେଇ ସୂଚନା ପାଇବା ପରେ ପିରବାର ଲୋକେ ଉକ୍ତ ହଷ୍ଟେଲରେ ପହଞ୍ଚିଥିଲେ ଯେଉଁଠି ହଷ୍ଟେଲ୍ ସୌଚାଳୟରେ ଝିଅର ଝୁଲନ୍ତା ମୃତ ଦେହ ଦେଖିବା ପାଇଁ ପାଇଥିଲେ ।
ପରିବାର ଲୋକେ ଅଭିଯୋଗ କରିଛନ୍ତି ତାଙ୍କ ଝିଅ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ କେହି ହତ୍ୟା କରିଛନ୍ତି । କାରଣ ସେ ଜଣେ ଖୁସ ମିଜାଜର ଝିଅ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୋନାଲିଙ୍କ ଘରେ କେନ୍ଦ୍ରପଡ଼ା, ସେ ଭୁବନେଶ୍ୱରର ରହି ଏକ ବିଲଡର ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଥିଲେ ଏବଂ ତାଙ୍କ ଭିଡିଓ ମଧ୍ୟ ଦର୍ଶକଙ୍କ ମନ ଜିଣିଥାଏ ।












Click it and Unblock the Notifications