ତ୍ୱରିତ ନ୍ୟାୟ ଦାବିରେ ଥାନାରେ ବିଷ ପିଇ ଦେଲେ ଯୁବତୀ

ଥାନାରେ ବିଷ ପିଇଲେ ଯୁବତୀ । ଅଭିଯୋଗର ତୁରନ୍ତ ପଦକ୍ଷେପ ଦାବିରେ ଆପଣାଇଲେ ଭିନ୍ନ ରାସ୍ତା । ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରେ ଘଟିଛି ଅଘଟଣ । ସୂଚନା ଅନୁସାରେ, ସ୍ଥାନୀୟ ଶରଧାପୁର ଗାଁ'ର ଜଣେ ଯୁବତୀ ସେହି ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଗତ ଫେବୃଆରିରେ ସମ୍ପୃକ୍ତ ଯୁବକ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।

poison

ପୁଲିସ ସେହି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ କିଛି ଦିନ ପରେ ଯୁବକ ଜଣକ ଜାମିନରେ ଆସିଥିଲେ। ଘଟଣାକୁ ନେଇ ଦୁଇ ପରିବାର ଭିତରେ ତିକ୍ତତା ରହିଥିବା ବେଳେ ରବିବାର ଗଣ୍ଡଗୋଳ ହୋଇଥିଲା । ଏ ନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ୨ ଟି ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଆଜି ସମ୍ପୃକ୍ତ ଯୁବତୀ ଥାନାକୁ ଆସି ଅନ୍ୟ ପରିବାର ଲୋକଙ୍କୁ କାହିଁକି ଗିରଫ କରାଯାଇନି ବୋଲି ପଚାରିଥିଲେ । ତଦନ୍ତ ଚାଲିଥିବା ପୋଲିସ କହିଥିବା ବେଳେ ପ୍ରତିବାଦରେ ଯୁବତୀ ଜଣକ ବିଷ ପିଇଦେଇଥିଲେ । ବର୍ତମାନ ପର୍ୟ୍ୟନ୍ତ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+